Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର: ଉପେନ୍ଦ୍ର ବିଦ୍ୟାପୀଠ ଓ ଭବାନୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ
ଆଞ୍ଚଳିକ

ବାଣପୁର: ଉପେନ୍ଦ୍ର ବିଦ୍ୟାପୀଠ ଓ ଭବାନୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ

December 20, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର: ବାଣପୁର ବ୍ଲକ ନରେନ୍ଦ୍ରପୁର ପଞ୍ଚାୟତ ଉପେନ୍ଦ୍ର ବିଦ୍ୟାପୀଠ ଓ ଭବାନୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମିଳିତ ସହଯୋଗରେ ପୁରସ୍କାର ବିତରଣ ଉସôବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଇନ, ଅବକାରୀ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ର ଛାତ୍ରୀମେନେ ପ୍ରତିଦିନ ପିତାମାତା, ଗୁରୁ ଓ ଈଶ୍ୱରଙ୍କୁ ଭକ୍ତି କଲେ ବିଦ୍ୟାଲାଭ ସଫଳ ହେବ ବୋଲି ପରାମର୍ଶ ଦେଇଥିଲେ । ତତ୍ସହିତ ବିଦ୍ୟାଳୟ ଗୃହ ନିର୍ମାଣ, ଖେଳ ପଡିଆ ଉନ୍ନତି କରଣ ସମାଧାନ ସହ ଆଗାମୀ ଦିନରେ ବ୍ଲକ ଗ୍ରାଣ୍ଟ ସ୍କୁଲ ଶବ୍ଦ ରବିବ ନାହିଁ ବୋଲି ମତବ୍ୟକ୍ତ କରିଥିଲେ।

ମୁଖ୍ୟ ବକ୍ତା ଭାବେ କିଟ୍ ଓ କିସ୍ ବିଶ୍ୱବିଦ୍ୟାଳୟର ସଦସ୍ୟ ତଥା “ବିଶ୍ୱମୁକ୍ତି” ସଂପାଦକ ପ୍ରଫେସର ଶଶାଙ୍କ ଚୁଡାମଣି ଯୋଗଦେଇ ଓଡିଆ ଅସ୍ମିତା ଉପରେ ବକ୍ତବ୍ୟ ରଖିଥିଲେ। ବିଶିଷ୍ଟ ଅତିଥି ରୂପେ ଖୋର୍ଦ୍ଧା ବିଧାୟକ ପ୍ରସାନ୍ତ କୁମାର ଜଗଦେ୍ଦବ, ସରପଞ୍ଚ ସବିତା ଦାସ, ସମିତି ସଭ୍ୟ କନ୍ଦର୍ପ ଜେନା, ଦୁଇ ବିଦ୍ୟାଳୟର ସଭାପତି ପ୍ରକାଶ ଦାସ ଏବଂ ପବିତ୍ର କୁମାର ବରାଳ ଯୋଗ ଦେଇଥିଲେ।

ସଭା ଆରମ୍ଭ ପୂର୍ବରୁ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବିଦ୍ୟାଳୟ ରୂପାନ୍ତ୍ରିକରଣ ଦ୍ୱାରା ନୂତନ ଶ୍ରେଣୀ ଗୃହ, ବିଷୁଦ୍ଧ ପିଇବା ପାଣି, ବିଜ୍ଞାନ ଗୃହ ଓ ଲାଇବ୍ରେରି ଉଦ୍ଘାଟନ କରିଥିଲେ। ଦୁଇ ପ୍ରଧାନ ଶିକ୍ଷକ ଦିଲ୍ଲୀପ ଶ୍ରୀଚନ୍ଦନ ଏବଂ ମମତା ମହାପାତ୍ର ବିରବରଣୀ ପାଠ କରିଥିବା ବେଳେ ମଞ୍ଚ ସଂଯୋଜକ ରୂପେ ବରିଷ୍ଠ ଶିଷକ ଶିଶିର କୁମାର ଦାସ ସଭା ପରିଚାଳନା କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ସହ ପୁରସ୍କାର ବଣ୍ଟନ କରାଗଲା ପରେ ମହେଶ୍ୱର ଜେନାଙ୍କ ଦ୍ୱାରା ପାଇକା ଆଖଡା, ଲେଜିମ୍, ପିରାମିଡ୍ ଆଦି ନୂତନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରାଯାଇଥିଲା।

ନରେନ୍ଦ୍ରପୁର ପଞ୍ଚାୟତ ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ବରିଷ୍ଠ ନାଗରିକ ସଂଘର ବିଭିନ୍ନ ଦାବି ପୂରଣ କରିବା ଲାଗି ପ୍ରତିଶ୍ରୁତି ଦେଲେ ଆଇନ ମନ୍ତ୍ରୀ

March 25, 2026

ପଖାଳ ଦିବସରେ ବାଣପୁରରେ ପ୍ରଚଳିତ ମା’ଭଗବତୀଙ୍କ ଅତିପ୍ରିୟ ପଖାଳ ଭୋଗ ଲୋକକଥା

March 20, 2026

ଖୋଲିଲା ମା’ ଭଗବତୀ ମନ୍ଦିର ଭିତର ହୁଣ୍ଡି: ଜାଣନ୍ତୁ ଶ୍ରଦ୍ଧାଳୁଙ୍କ ଦାନ ଅର୍ଥ କେତେ?

March 16, 2026

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 14, 2026
Latest News

ଆଞ୍ଚଳିକ ସଂଯୋଗୀକରଣ ଯୋଜନା-ସଂଶୋଧିତ ଉଡ଼ାନ ଯୋଜନାକୁ କ୍ୟାବିନେଟ୍‌ ଅନୁମୋଦନ

March 25, 2026

“ପେଟ୍ରୋଲ ଏବଂ ଡିଜେଲର କୌଣସି ଅଭାବ ନାହିଁ”: ସର୍ବଦଳୀୟ ବୈଠକରେ କହିଲେ ସରକାର

March 25, 2026

ହୋଟେଲ ଏବଂ ରେଷ୍ଟୁରାଣ୍ଟରେ “ଏଲପିଜି ଚାର୍ଜ” କୁ ବେଆଇନ କହିଲେ ସରକାର: ଲାଗୁ କଲେ ନିଷେଧାଦେଶ

March 25, 2026

କ’ଣ ଏଲପିଜି ରିଫିଲ୍‌ ବୁକିଂ ସମୟସୀମା ୪୫ ଦିନ?: ସ୍ପଷ୍ଟିକରଣ ଦେଲେ ସରକାର

March 25, 2026

ବାଲେଶ୍ବର ରାଜନୀତିରେ ହଲଚଲ, ବିଜେଡିରେ ମିଶିଲେ ରଘୁନାଥ ମହାନ୍ତି, ଜୀବନ ପ୍ରଦୀପ ଦାସ

March 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.