Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁ: ବୀର୍ ବାଲ୍ ଦିବସ ପାଳିତ
ଆଞ୍ଚଳିକ

ବାଲୁଗାଁ: ବୀର୍ ବାଲ୍ ଦିବସ ପାଳିତ

December 26, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ: ବାଲୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆନୁକୂଲ୍ୟରେ “ବୀର୍ ବାଲ୍ ଦିବସ ଉତ୍ସବ” ପାଳିତ ହୋଇଯାଇଛି। ଭାରତ ସରକାରଙ୍କ ନିର୍ଦ୍ଦେଶକ୍ରମେ ତଥା ରାଜ୍ୟ ସରକାରଙ୍କ ଓସେପା ଦ୍ୱାରା ତ୍ୱରାନ୍ୱିତ ନିର୍ଦ୍ଦେଶନାମା ଅନୁସାରେ ଏକ ସପ୍ତାହ ବ୍ୟାପୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଶିଖ୍ ସମ୍ପ୍ରଦାୟର ଦଶମ ଧର୍ମଗୁରୁ ଗୋବିନ୍ଦ ସିଂଙ୍କ ଦୁଇ କନିଷ୍ଠ ପୁତ୍ରଙ୍କ ଦେଶ ମାତୃକା ପାଇଁ ଯେଉଁ ତ୍ୟାଗପୂର୍ଣ୍ଣ ଆତ୍ମ ବଳିଦାନ ତାହାର ସ୍ମୃତି ସ୍ୱରୂପ ୨୬ ଡିସେମ୍ବରକୁ ରାଷ୍ଟ୍ରୀୟ ବୀର୍ ବାଲ୍ ଦିବସ ଭାବରେ ଦେଶ ବ୍ୟାପୀ ପାଳନ ହେଉଛି।

ଆମ ମହାବିଦ୍ୟାଳୟ ପ୍ରଜ୍ଞା ଭବନରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼. ଲକ୍ଷ୍ମୀଧର ସୁବୁଦ୍ଧିଙ୍କ ସଭାପତିତ୍ବରେ ଉକ୍ତ ଉତ୍ସବ ଅନୁଷ୍ଠିତ ହୋଇଥିଲା। ସମ୍ମାନିତ ଅତିଥି ଭାବରେ ଯୁକ୍ତଦୁଇ ଅଧ୍ୟକ୍ଷ ଅଧ୍ୟାପକ ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ, ଡ଼. କୈଳାସ ଚନ୍ଦ୍ର ମହାରଣା, ଡ଼. ମୋନାଲିସା ମାନସିଂହ, ଅଧ୍ୟାପକ ପ୍ରବୀଣ କୁମାର ଜେନା ଯୋଗଦେଇ ଦିବସ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଶେଷରେ କୃତୀ ପ୍ରତିଯୋଗୀମାନଙ୍କୁ ପ୍ରମାଣ ପତ୍ର ଓ ବିଜୟ ସ୍ମାରକ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମର ସଂଯୋଜକ ଅଧ୍ୟାପକ ଡ଼. ପୂର୍ଣ୍ଣଚନ୍ଦ୍ର ସାମନ୍ତରାୟ ମଞ୍ଚ ସଂଯୋଜନା କରିଥିବା ବେଳେ ଅଧ୍ୟାପିକା ସୁନିତା ନନ୍ଦ, ଅଧ୍ୟାପିକା କୀର୍ତ୍ତିମୟୀ ବାରିକ, ଅଧ୍ୟାପକ ବିମଳ କୁମାର ପଣ୍ଡା, ଅଧ୍ୟାପକ ମନୋଜ କୁମାର ନାୟକ, ଡେମୋନଷ୍ଟେଟର ବିଶ୍ଵଜିତ ଦାସ ପ୍ରମୁଖ ସହଯୋଗ କରିଥିଲେ।

ବାଲୁଗାଁ ଭାରତ ସରକାର
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ମା ଭଗବତୀ କଳାନିକେତନର ସଂଗୀତ ଓ ନୃତ୍ୟ ପରୀକ୍ଷା, କୃତି ପରୀକ୍ଷାର୍ଥୀଙ୍କୁ ପ୍ରମାଣପତ୍ର ପ୍ରଦାନ 

August 10, 2026

Balugaon News: ବାଲୁଗାଁର ସ୍ଥାୟୀ ବିକାଶ ଦିଗରେ ଐତିହାସିକ ପଦକ୍ଷେପ, ଆଇନ ମନ୍ତ୍ରୀଙ୍କ ସମୀକ୍ଷା

August 6, 2026

ଉଲୁଣ୍ଡାରେ ଅଘଟଣ: ଘରର କାନ୍ଥ ଭୁଶୁଡ଼ି ବୃଦ୍ଧଙ୍କ ମୃତ୍ୟୁ, ପତ୍ନୀ ଗୁରୁତର

August 2, 2026

ନାକଟିଦେଉଳରେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ଅଭିଯୋଗ; ୮ ଜଣ ଅଟକ, ଗୁରୁତର ଆହତଙ୍କୁ ବୁର୍ଲା ସ୍ଥାନାନ୍ତର

August 2, 2026
Latest News

ନବୋଦୟ ବିଦ୍ୟାଳୟ ଷଷ୍ଠ ଶ୍ରେଣୀରେ ନାମ ଲେଖା ପାଇଁ ଆଜି ଶେଷ ସୁଯୋଗ: ଶୀଘ୍ର କରନ୍ତୁ ଆବେଦନ

August 10, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଶରଦ ପାୱାରଙ୍କ ସାଂସଦ: ସୁପ୍ରିୟା ସୁଲେ ମଧ୍ୟ ସାମିଲ

August 10, 2026

ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଦ୍ୱାରା ଦିଲ୍ଲୀରେ ଜଳବାୟୁ ସମ୍ମିଳନୀ

August 10, 2026

ମେଟଲ୍‌ ମିଟ୍‌-୨୦୨୬: ଇଂରାଜୀ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ତରଫରୁ କ୍ୟୁଜ ପ୍ରତିଯୋଗୀତା

August 10, 2026

୨୪ ଘଣ୍ଟା ପରେ ମିଳିଲା ମୃତଦେହ

August 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.