ବାଣପୁର: ସୁରୁଖୁରୁରେ ସମ୍ପାଦିତ ହେଲା ପ୍ରଥମ ଦିନର ଉଚ୍ଚ ମାଧ୍ୟମିକ ପରୀକ୍ଷା

Published: Feb 18, 2025, 7:39 pm IST

ବାଣପୁର: ବାଣପୁର ସ୍ଥିତ ଗୋଦବରୀଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନ ବିଜ୍ଞାନ ଛାତ୍ରଛାତ୍ରୀ ମାନଙ୍କର ମାତୃଭାଷା ଓଡ଼ିଆ ବିଷୟ ରହିଥିବା ବେଳେ ଆସନ୍ତାକାଲି କଳା ଛାତ୍ର ଛାତ୍ରୀ ମାତୃଭାଷା ପରୀକ୍ଷାରେ ଅବତୀର୍ଣ୍ଣ ହେବେ।

ଏହି ପରୀକ୍ଷା କେନ୍ଦ୍ରରେ ୨୬୭ ଜଣ ରେଗୁଲାର ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିବା ବେଳେ ୬ ଜଣ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି। ଆସନ୍ତାକାଲି ୩୦୭ ଜଣ ନିୟମିତ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ବୋଲି ପରିଚାଳକ ପ୍ରାଧ୍ୟାପକ ଲକ୍ଷ୍ମୀ ପ୍ରସାଦ ମିଶ୍ର ପ୍ରକାଶ କରିଛନ୍ତି।

ସେହିପରି ଏହି ମାଧ୍ୟମିକ ବିଦ୍ୟାଳୟ ପ୍ରଶ୍ନ ପତ୍ର ପାଇଁ ନୋଡାଲ ସେଣ୍ଟର ହୋଇଥିବାରୁ ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଭେଟେଶ୍ୱର୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଗମ୍ଭାରୀମୁଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବାଲୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପଞ୍ଚୁପଳ୍ଳୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ନାଚୁଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୁହୁଡି ଜନତା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଇତ୍ୟାଦି ଅନୁଷ୍ଠାନକୁ ଏଠାରୁ ପ୍ରଶ୍ନପତ୍ର ପଠାଇବା ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ଅଧ୍ୟକ୍ଷ ଶ୍ରୀ ବିନାୟକ ହୋତା ପ୍ରକାଶ କରିଛନ୍ତି।

ତେବେ ନାଚୁଣୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଆଜି ୧୩୦ଜଣ, ବାଲୁଗାଁ ରେ ୭୦ଜଣ ଓ କିହୁଡ଼ିରେ ୩୯ ଜଣ ଛାତ୍ରଛାତ୍ରୀ +୨ପରୀକ୍ଷା ଦେଇଛନ୍ତି।

Related posts