ବାଣପୁରରେ ଅବକାରୀ ବିଭାଗର ଚଢାଉ ଜାରି: ଦେଶୀ ମଦ ଜବତ, ଅଭିଯୁକ୍ତ ଗିରଫ

Published: Feb 22, 2025, 7:32 pm IST

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ଅବକାରୀ ଅଧିକ୍ଷକ ସୁମତି ତ୍ରିପାଠୀଙ୍କ ନିର୍ଦ୍ଦେଶକ୍ରମେ ଟାଙ୍ଗୀ ରେଞ୍ଜ ଅବକାରୀ ନିରୀକ୍ଷକ ରାଧାକାନ୍ତ ଭୋଇଙ୍କ ତତ୍ୱାବଧାନରେ ବାଲୁଗାଁ ଅବକାରୀ ଅଧିକାରୀ ସୁଜିତ କୁମାର ମୁଦୁଲିଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ପେଟ୍ରୋଲିଂ ଜାରି ରହିଥିବା ବେଳେ ବାଣପୁର ଥାନା ଅନ୍ତର୍ଗତ ରତନପୁର ଗ୍ରାମର ଅଭିଯୁକ୍ତ ଜିତେନ୍ଦ୍ର ବେହେରା (୨୩) ଗିରଫ ହୋଇଛନ୍ତି। ତାଙ୍କ ନିକଟରୁ ୧୦୦ ଲିଟର ଦେଶୀ ମଦ ଜବତ ହୋଇଛି।

ଏହି ପରିପ୍ରେକ୍ଷୀରେ ଅଭିଯୁକ୍ତଙ୍କ ବାଇକ, ଟଙ୍କା ଓ ମୋବାଇଲ ମଧ୍ୟ ଜବତ ହୋଇଛି।  ଅବକାରୀ ବିଭାଗ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି।

Related posts