ବାଣପୁର: ବିଦ୍ୟାଳୟ ସୁରକ୍ଷା ଓ ସଚେତନତା କାର୍ଯ୍ୟକ୍ରମ

Published: Mar 5, 2025, 3:48 pm IST

ବାଣପୁର: ବାଣପୁର ବ୍ଳକ୍ ଅଧିନସ୍ଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାଲିଡିହି ରେ ସୁରକ୍ଷା ଓ ନିରାପତ୍ତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁଦର୍ଶନ ସେଠୀଙ୍କ ଅଧ୍ୟକ୍ଷତାରେ ବାଣପୁର ଦମକଳ କେନ୍ଦ୍ର ଅଧିକାରୀ ନିରଞ୍ଜନ ବେହେରା ଓ ତାଙ୍କ ସାଥିଙ୍କ ନେତୃତ୍ୱରେ ବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ବିଭିନ୍ନ ପ୍ରକାର ସୁରକ୍ଷା ଓ ସଚେତନତା ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।

ବିଭିନ୍ନ ପ୍ରକାର ର ନିଆଁ, ସାପ କାମୁଡା, ବଜ୍ରପାତ, ଅଂଶୁଘାତ,ସଡ଼କ ଦୁର୍ଘଟଣା, ପାଣିରେ ବୁଡିଯିବା, ଗ୍ୟାସ ସିଲିଣ୍ଡର ନିଆଁ ରୁ ନିଜକୁ ତଥା ଅନ୍ୟ ର ଜୀବନକୁ କିପରି ବଞ୍ଚାଇପାରିଵା ପ୍ରଶିକ୍ଷଣ ମାଧ୍ୟମରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ତଥା କମିଟିର ସଭ୍ୟ ସଭ୍ୟା ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସଚେତନତା ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ପରିଚାଳନା କମିଟି ଅଧ୍ୟକ୍ଷ ପ୍ରହଲ୍ଲାଦ ଲେଙ୍କା, ସନ୍ତୋଷ କୁମାର ଷଡଙ୍ଗୀ, ପ୍ରଦୀପ କୁମାର ସାହୁ, ରବିନାରାୟଣ ସାହୁ, ତନୁଜା ଘଡାଇ, ମାନସ ପଲାଇ ପ୍ରମୁଖ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

Related posts