
ରେଢ଼ାଖୋଲ (କନ୍ଦର୍ପ ବେହେରା): ନାକଟିଦେଉଳ ବ୍ଲକ ଗୋଗୁଆ ପଂଚାୟତ ଛତ୍ରପୁର ଆଶ୍ରମ ବିଦ୍ୟାଳୟରେ ଅଭିଭାବକ ଆମର ଅଂଶୀଦାର କାର୍ଯ୍ୟକ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପରମେଶ୍ୱର ପ୍ରଧାନ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଅଂଶୀଦାର କାର୍ଯ୍ୟକ୍ରମ ରେ ହିନ୍ତରାଇ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ଗଡ଼ନାୟକ ମୁଖ୍ୟ ଅତିଥି , ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷା ରଶ୍ମିତା ନାଏକ ସମ୍ମାନିତ ଅତିଥି, ସହକାରୀ ଶିକ୍ଷକ ଟଙ୍କଧର ସେଠୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଥିଲେ।
ବିଦ୍ୟାଳୟ ସହିତ ଅଭିଭାବକ /ଅଭିଭାବିକା କେମିତି ସୁସମ୍ପର୍କ ରଖିବେ, ଛାତ୍ରଛାତ୍ରୀ ମାନଙ୍କୁ ମୋବାଇଲ ଠାରୁ ଦୁରେଇ ରଖିଵା , ବିଦ୍ୟାଳୟ ରେ ଛାତ୍ରଛାତ୍ରୀ ମାନଙ୍କୁ ସରକାରଙ୍କ ତରଫରୁ ମିଳୁଥିବା ବିଭିନ୍ନ ପ୍ରକାର ସହଯୋଗ ସମ୍ପର୍କ ରେ ଅତିଥି ମାନେ ମତାମତ ରଖିଥିଲେ।
ଏହି ଅବସରରେ ଅଭିଭାବିକା ମାନଙ୍କ ମଧ୍ୟରେ ଏକ ରଙ୍ଗୋଲି ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଥିବା ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ଅଭିଭାବିକାଙ୍କୁ ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟ ର ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଏବଂ ସମ୍ବଲପୁରୀ ନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ କୁ ହିମାଂଶୁ ଶେଖର ଦେହୁରୀ ପରିଚାଳନା କରିଥିବା ବେଳେ ଶିକ୍ଷକ ଅରବିନ୍ଦ ଥାଟି, ସତ୍ୟଜିତ ରାଉଳ, ଜିନିୟସ ପ୍ରଧାନ ସହଯୋଗ କରିଥିଲେ।