Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର: ଅନ୍ତୋଦୟ ଗୃହ ଯୋଜନାରେ ସାମିଲ ହେଲେ ୨୬୪ ହିତାଧିକାରୀ
ଆଞ୍ଚଳିକ

ବାଣପୁର: ଅନ୍ତୋଦୟ ଗୃହ ଯୋଜନାରେ ସାମିଲ ହେଲେ ୨୬୪ ହିତାଧିକାରୀ

March 30, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର: ହିନ୍ଦୁ ନବବର୍ଷରେ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଅନ୍ତୋଦୟ ଗୃହଯୋଜନା।  ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଭବାନୀପାଟଣା ଠାରେ ଯୋଜନାର ଶୁଭାରମ୍ଭ କରିଥିବା ବେଳେ ପ୍ରତ୍ୟେକ ପଞ୍ଚାୟତ ସମିତି ଅଧୀନରେ କାର୍ଯ୍ୟକ୍ରମର ସିଧା ପ୍ରସାରଣ ହେବା ସହ ଯୋଗ୍ୟ ହିତାଧିକାରୀଙ୍କୁ କାର୍ଯ୍ୟଦେଶ ପ୍ରଦାନ କରାଯାଇଥିଲା।

ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର କୃତିବାସ ଭବନ ଠାରେ ଆୟୋଜିତ ସମାରୋହରେ ବ୍ଲକ ଅଧକ୍ଷ ଅମରେନ୍ଦ୍ର ରଣସିଂହଙ୍କ ଅଧ୍ୟକ୍ଷତାରେ ପୂର୍ବତନ ଅଧ୍ୟକ୍ଷ ମାଧବ ଚନ୍ଦ୍ର ଦଳାଇ, ବିଡ଼ିଓ ଶୀତଲ ଅଗ୍ରୱାଲ, ତହସିଲଦାର ଟି. ପଦ୍ମନାଭ ଦୋରା ଉପସ୍ଥିତ ରହି ହିତାଧିକାରୀ ମାନଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା। ସମୁଦାୟ ୧୭ ଗୋଟି ପଞ୍ଚାୟତର ୨୬୪ଜଣ ହିତାଧିକାରୀ ଉକ୍ତ ଗୃହ ଯୋଜନାରେ ସାମିଲ ହୋଇଥିବା ଜଣାପଡିଛି। ଅଧ୍ୟକ୍ଷ ଶ୍ରୀ ରଣସିଂହ ଦୀର୍ଘ ୫ବର୍ଷ ଧରି ବିଗତ ସରକାର ଗରିବ ଲୋକମାନଙ୍କୁ ଘର ଯୋଗାଇ ଦେବାରେ ବିଫଳ ହୋଇଥିବା ବେଳେ ବିଜେପି ସରକାର ସେମାନଙ୍କ ପାଇଁ ଚିନ୍ତା ପ୍ରକଟ କରିଛନ୍ତି। ତତସହିତ ସମାଜର ସବୁଠାରୁ ଶେଷ ପର୍ଯ୍ୟାୟରେ ଥିବା ଯଥା ଭିନ୍ନକ୍ଷମ, ବିଧବା, ସ୍ୱାମୀ ପରିତ୍ୟକ୍ତା, ରୋଗାକ୍ରାନ୍ତ ମାନଙ୍କୁ ଅଗ୍ରାଧିକାର ଭିତିରେ ଗୃହ ଯୋଗାଇ ଦିଆଯିବ ବୋଲି ତାଙ୍କ ବକ୍ତବ୍ୟରେ ପ୍ରକାଶ ପ୍ରକାଶ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମକୁ ଶିବରାମ ଜାଲି, ସରୋଜ ବଳିୟାରସିଂହଙ୍କ ସହ ଅନ୍ୟାନ୍ୟ କର୍ମଚାରୀ ସୁଚାରୁ ରୂପେ ପରିଚାଳନା କରିଥିଲେ।

କଳାହାଣ୍ଡି ବାଣପୁର ବ୍ଲକ ଭବାନୀପାଟଣା ମୋହନ ଚରଣ ମାଝୀ ହିନ୍ଦୁ ନବବର୍ଷ
Share. Facebook Twitter LinkedIn Email WhatsApp Copy Link

Related Posts

ସମ୍ବଲପୁର ରେଢାଖୋଲରେ ୯ତମ ରାବଣ ପୋଡି ମହୋତ୍ସବ ଅନୁଷ୍ଠିତ

October 3, 2025

୩ ଟି ବିଭାଗର ୪ ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ଅନୁମୋଦନ

September 29, 2025

ସୋଆ ବିଶ୍ୱବିଦ୍ୟାଳୟରେ ଉତ୍ତିଷ୍ଠତ ଜାଗ୍ରତ ମହା ଶିବିରରେ ବାଣପୁର ଓ ବାଲୁଗାଁ ଛାତ୍ରଛାତ୍ରୀ

September 28, 2025

ଅବକାରୀ ବିଭାଗର ବାଣପୁର-ଟାଙ୍ଗୀରେ ଚଢାଉ: ଦେଶୀ ମହୁଲି ଓ ଗଞ୍ଜେଇ ଜବତ, ଦୁଇ ଗିରଫ

September 27, 2025
Latest News

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସଭାପତି ଏବଂ ପ୍ରଭାରୀ, ଜେପି ନଡ୍ଡାଙ୍କୁ କଲେ ସାକ୍ଷାତ, କାରଣ କଣ ???

October 4, 2025

ପୋଲିସ ଏଏସଆଇ ପରୀକ୍ଷା ମହାଦୁର୍ନିତିର ତଦନ୍ତ କରିବେ କ୍ରାଇମ ବ୍ରାଞ୍ଚ ଡିଏସପି ରତ୍ନପ୍ରଭା ଶତପଥୀ

October 4, 2025

ଚର୍ଚ୍ଚାରେ ଶ୍ରୀମୟୀ ମିଶ୍ରଙ୍କ ଘର ଜୁଆଁଇ ଗପ, କାହାକୁ କଲେ ଟାର୍ଗେଟ ? ଉଠିଲା ପ୍ରଶ୍ନ

October 4, 2025

ଜିଏସଟି ହ୍ରାସର ପ୍ରଭାବ: ପୂଜା ସମୟରେ ରେକର୍ଡ ସଂଖ୍ୟକ କାରବାର, ଜାଣନ୍ତୁ କେତେ କାର ହେଲା ବିକ୍ରି

October 4, 2025

ଭୁବନେଶ୍ବରର ଧଉଳିଗିରି କାହିଁକି ହେଲା? କିଏ କଲା? ଇତିହାସ କଣ? କେବେ ଜାଣିବାକୁ ଚେଷ୍ଠା କରିଛନ୍ତି କି?

October 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.