Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ହିନ୍ଦୁ ନବବର୍ଷ ଉପଲକ୍ଷେ ବାଲୁଗାଁରେ ଆରଏସଏସ ପକ୍ଷରୁ ପଥ ସଂଚଳନ ଅନୁଷ୍ଠିତ
ଆଞ୍ଚଳିକ

ହିନ୍ଦୁ ନବବର୍ଷ ଉପଲକ୍ଷେ ବାଲୁଗାଁରେ ଆରଏସଏସ ପକ୍ଷରୁ ପଥ ସଂଚଳନ ଅନୁଷ୍ଠିତ

March 30, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ଠାରେ ଆଜି ହିନ୍ଦୁ ନବବର୍ଷ ଉପଲକ୍ଷେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ବାଲୁଗାଁ- ବାଣପୁର ଖଣ୍ଡ ତରଫରୁ ଏକ ପଥ ସଂଚଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବାଣପୁର ରୋଡ଼ ଓଭର ବ୍ରିଜ ଅଶୋକ ନଗର ସାଇ ମନ୍ଦିରଠାରୁ ଆରମ୍ଭ କରି କଲ୍ୟାଣ ମଣ୍ଡପ ଓ ଚିଲିକାକୁଳ ଠାରୁ ହନୁମାନ ମନ୍ଦିର ଦେଇ ପୁଣି ବାଲୁଗାଁ ସାଇ ମନ୍ଦିର ନିକଟସ୍ଥ ପଡିଆ ପର୍ଯ୍ୟନ୍ତ ପଥ ସଂଚଳନ ହୋଇଥିଲା। ବାଣପୁର ବାଲୁଗାଁ ଅଞ୍ଚଳର ଶତାଧିକ ସ୍ୱୟଂସେବକ ମାନେ ଉକ୍ତ ପଥ ସଂଚଳନରେ ଭାଗ ନେଇଥିଲେ।

ପଥ ସଂଚଳନ ପରେ ସାଇ ମନ୍ଦିର ନିକଟସ୍ଥ ପଡିଆରେ ସ୍ୱୟଂସେବକ ମାନେ ଏକତ୍ରିତ ହୋଇଥିଲେ। ଏହି ଅବସରରେ ଏକ ବୌଦ୍ଧିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରତୀୟ ନୌସେନାର ଅବସରପ୍ରାପ୍ତ କମାଣ୍ଡର ଡ଼ି. ଜୁଝାରସିଂହ, ବକ୍ତା ଭାବେ ସହ ଜିଲ୍ଲା ସଂଘ ଚାଳକ ଲଳିତ ନାରାୟଣ ମହାପାତ୍ର ଓ ବାଣପୁର-ବାଲୁଗାଁ ଖଣ୍ଡ ସଂଘ ଚାଳକ ସତ୍ୟନାରାୟଣ ଷଡ଼ଙ୍ଗୀ ଯୋଗ ଦେଇଥିଲେ। ରାଷ୍ଟ୍ରର ନିର୍ମାଣରେ ସ୍ୱୟଂସେବକଙ୍କ ଭୂମିକା ବିଷୟରେ ଉକ୍ତ ବୌଦ୍ଧିକ କାର୍ଯ୍ୟକ୍ରମରେ ଆଲୋଚନା ହୋଇଥିଲା।

ଆରଏସଏସ ବାଲୁଗାଁ ହିନ୍ଦୁ ନବବର୍ଷ
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁର ପ୍ରେସ୍ କ୍ଲବରେ ଶାରଦୀୟ ଭେଟଘାଟ ଓ ସମ୍ବର୍ଦ୍ଧନା ଉତ୍ସବ

October 24, 2026

ବୁଲିଯିବାକୁ କହି ଆଉ ଫେରିଲେନି ଯୁବକ

October 24, 2026

ଗଞ୍ଜେଇ ଜବତ, ଜଣେ ଗିରଫ

October 24, 2026

ଗ୍ରାମପଞ୍ଚାୟତର ଉନ୍ନତିକରଣ ପାଇଁ ଯୁବକଙ୍କ ଆଲେଚନା ଚକ୍ର

October 22, 2026
Latest News

କୋଟିଆ ପାଇଁ ବିଜେପି ସରକାରଙ୍କ ନାହିଁ ଆନ୍ତରିକତା : ବିଜେଡି

October 25, 2026

ସମ୍ଭାବ୍ୟ ବାତ୍ୟା ପ୍ରଭାବ: ଆର୍ଯ୍ୟପଲ୍ଲୀ ଜେଟିରେ ଆଶ୍ରୟ ନେଲେ ଆନ୍ଧ୍ରର ଦୁଇ ମାଛଧରା ଟ୍ରଲର

October 25, 2026

Odisha Cyclone Update: ସାମ୍ଭବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ମନ୍ତ୍ରୀ ଓ ଆଇଏଏସ ଅଫିସରଙ୍କୁ ବିଭିନ୍ନ ଜିଲ୍ଲା ଦାୟିତ୍ବ

October 25, 2026

କେନ୍ୟାରେ ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା: ୨୨ ମୃତ

October 25, 2026

ପ୍ରଧାନମନ୍ତ୍ରୀଙ୍କ ଉପରେ ଖଡଗେଙ୍କ ବିବାଦୀୟ ବୟାନ ମାମଲା: କଡ଼ା ଆକ୍ରମଣ କଲେ ଅମିତ ଶାହା

October 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.