ଚିଲିକା: ଅନ୍ତୋର୍ଦୟ ଗୃହ ଯୋଜନାରେ ସାମିଲି ହେଲେ ୧୧୨ ହିତାଧିକାରୀ

Published: Mar 30, 2025, 10:21 pm IST

ବାଲୁଗାଁ: ରବିବାର ପୂର୍ବାହ୍ନରେ ଚିଲିକା ପଞ୍ଚାୟତ ସମିତି ସଭା ଗୃହରେ ମୁଖ୍ୟମନ୍ତ୍ରୀ ଅନ୍ତୋର୍ଦୟ ଗୃହ ଯୋଜନା ଭିଡିଓ କନଫରେସିଂ ମାଧ୍ୟମରେ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ଚିଲିକା ବ୍ଲକରେ ଅନ୍ତୋର୍ଦୟ ଯୋଜନାରେ ପକ୍କା ଘର ପାଇଁ ୧୧୨ ଜଣ ହିତାଧିକାରୀ ଚୟନ ହୋଇଛନ୍ତି। ଦୀର୍ଘ ଦୁଇ ସପ୍ତାହରୁ ଉର୍ଦ୍ଧ୍ବ ପ୍ରତି ଗ୍ରାମପଞ୍ଚାୟତକୁ ବିଡ଼ିଓ ପୁନମ ମହାପାତ୍ରଙ୍କ ତତ୍ୱବଧାନରେ ପ୍ରକୃତ ହିତାଧିକାରୀ ଚିହ୍ନଟ ପ୍ରକ୍ରିୟା ଜାରି ରହିଥିଲା।

ତେବେ ଆଜି କଳାହାଣ୍ଡି ଭବାନୀପାଟଣା ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନ୍ତୋର୍ଦୟ ଗୃହ ଯୋଜନା ଶୁଭ ଉଦଘାଟନ କରିଥିବା ବେଳେ ଚିଲିକା ବ୍ଲକରେ ଭିଡିଓ କନଫରେସିଂ ମାଧ୍ୟମରେ ଉଦଘାଟିତ ହୋଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ଚିଲିକା ବିଡ଼ିଓ ପୁନମ ମହାପାତ୍ର, ବ୍ଲକ ଅଧ୍ୟକ୍ଷା ଜୋଷ୍ଣା ବେହେରା, ଉପାଧ୍ୟକ୍ଷ ଅରୁଣ କୁମାର ପଟ୍ଟନାୟକ, ସାଂସଦ ପ୍ରତିନିଧି ଦୀନବନ୍ଧୁ ସାହୁ, ବିଧାୟକ ପ୍ରତିନିଧି ସୁମନ୍ତ ପଟ୍ଟନାୟକ, ଖୋର୍ଦ୍ଧା ଜିଲ୍ଲା ବିଜେପି ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନ, ବ୍ଲକ ଅନ୍ତର୍ଗତ ସମସ୍ତ ସରପଞ୍ଚ, ସମିତି ସଭ୍ୟ, ସିଆରପି, ଏମବିକେ ଓ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନେ ଉପସ୍ଥିତ ଥିଲେ।

Related posts