
ବାଲୁଗାଁ: ଅବକାରୀ ଅଧିକ୍ଷିକା ସୁମତି ତ୍ରିପାଠୀଙ୍କ ନିର୍ଦ୍ଦେଶ କ୍ରମେ ଟାଙ୍ଗୀ ରେଞ୍ଜ ଅବକାରୀ ନିରୀକ୍ଷକ ରାଧାକାନ୍ତ ଭୋଇଙ୍କ ତତ୍ୱବାଧାନରେ ବାଲୁଗାଁ ଅବକାରୀ ଅଧିକାରୀ ସୁଜିତ କୁମାର ମୁଦୁଲିଙ୍କ ନେତୃତ୍ୱରେ ବାଲୁଗାଁ ଓ ବାଣପୁର ଥାନା ଅଞ୍ଚଳରେ ଚଢ଼ାଉ କରି ୪୩ ଲିଟର ଦେଶୀମଦ ଜବତ କରିବାସହ ୩ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ବାଲୁଗାଁ ଗୋପବନ୍ଧୁ ନଗରର କିଶୋର ପାତ୍ର (୪୦), ବାଣପୁର ହାତିମୁଣ୍ଡାର ପ୍ରଫୁଲ ରାଉତ (୬୦) ଓ ଭେଟେଶ୍ୱର ଗ୍ରାମର କେଳି ନାୟକ(୬୦)।
ଗିରଫ ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଅଧିକାରୀ ଶ୍ରୀ ମୁଦୁଲି କହିଛନ୍ତି। ଏହି ଚଢ଼ାଉରେ ବାଲୁଗାଁ ଅବକାରୀ ଅଧିକାରୀ ଶ୍ରୀ ମୁଦୁଲିଙ୍କ ସମେତ ଏସଆଇ ସଞ୍ଜୟ କୁମାର ସୁବୁଦ୍ଧି, ମୀନକେତନ ମହାଳିକ, କନେଷ୍ଟବଳ ରଞ୍ଜିତ ପଟେଲ, ସୁନିତା ମହାରଣା, କାଳୁ ପ୍ରଧାନ ପ୍ରମୁଖ ସାମିଲ ଥିଲେ।
Tags: ଦେଶୀମଦ ଜବତ, ବାଲୁଗାଁ