Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବଡହନ୍ତୁଆଡ ସେବା ସମବାୟ ସମିତି ପାଳନକଲା ଆନ୍ତର୍ଜାତୀୟ ସମବାୟ ବର୍ଷ
ଆଞ୍ଚଳିକ

ବଡହନ୍ତୁଆଡ ସେବା ସମବାୟ ସମିତି ପାଳନକଲା ଆନ୍ତର୍ଜାତୀୟ ସମବାୟ ବର୍ଷ

June 25, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ଚିଲିକା: ବାଣପୁର ପଂଚାୟତ ସମିତି ଅଧୀନ ବଡହନ୍ତୁଆଡ଼ ସେବା ସମବାୟ ସମିତି ତାର ସମିତି ସଭାଗୃହରେ ବିଭିନ୍ନ ଚାଷୀ ଓ ସମିତି ସଭ୍ୟମାନକୁ ନେଇ ଆନ୍ତର୍ଜାତୀୟ ସମବାୟ ବର୍ଷ-୨୦୨୫ ଆଜି ପାଳନ କରିଛି।

ଏହି ଅବସରରେ ସମିତି ସଭାପତି ମାଧବ ଚନ୍ଦ୍ର ବାରୀକଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିଥି ଭାବେ ସମିତି ବୋର୍ଡ ଡିରେକ୍ଟର ଅଜୟ ରାଉଳ, ସଂଗ୍ରାମ କେଶରୀ ସାହୁ, କାମେଶ୍ୱର ଆଚାରି, ଗୋବିନ୍ଦ ଚନ୍ଦ୍ର ଘଡ଼ାଇ, ବାଣପୁର ସମବାୟ ଶାଖା ପରିଚାଳକ ନାରାୟଣ ନାୟକ, ସମ୍ପାଦକ ପ୍ରସନ୍ନ କୁମାର ପଟ୍ଟନାୟକ ପ୍ରମୁଖ ଅତିଥି ଓ ବକ୍ତା ଭାବେ ଯୋଗଦେଇ ସମବାୟ ଆନ୍ଦୋଳନର ସମାଜ ପ୍ରତି ଭୂମିକା ଓ ଆଭିମୁଖ୍ୟ ଉପରେ ଉପସ୍ଥିତ ଥିବା ଚାଷୀ, ସମିତିର ସତାଧିକ ସଭ୍ୟ ଏବଂ ସ୍ୱୟଂ ସାହାୟିକା ଗୋଷ୍ଟୀରସଭ୍ୟା ମାନଙ୍କୁ ବୁଝାଇଥିଲେ।

ସମସ୍ତ ଚାଷୀକୁଳ ସମିତିସଭ୍ୟ ମାନେ ନିଜନିଜ ଜମିରେ ଯେଭଳି ଉନ୍ନତମାନର ଚାଷ କରି ନିଜେ ପରିବାର ଚଳାଇବା ସହ ନେଇଥିବା ଋଣ ପରିଶୋଧ କରିବେ ସେଥିଲାଗି ତତ୍ପର ହେବ ଆବଶ୍ୟକ। ଏହାସହିତ ସ୍ୱୟଂ ସାହାୟିକା ଗୋଷ୍ଠିର ସଭ୍ୟାମାନେ ବିଭିନ୍ନ ବ୍ୟବସାୟ କରି ନିଜ ହାତରେ ବିଭିନ୍ନ ରକମର ଆଚାର, ପାମ୍ପଡ଼ ଇତ୍ୟାଡି ଖାଦ୍ୟସାମଗ୍ରୀ ପ୍ରସ୍ତୁତ କରି ନିଜେ ସ୍ୱବଲମ୍ବୀ ସେବା ସହ ସମବାୟ ମାଧ୍ୟମରେ ସେମାନେ ଯେପରି ଉପକୃତ ହେବେ ଏଥିପ୍ରତି ଧ୍ୟାନ ଦିଆଯିବ ବୋଲି ସଭାରେ ଆଲୋଚନା ହୋଇଥିଲା।

ଏହି ଅବସରରେ ଖରିଫ ଚାଷ କରୁଥୁବା ୧୦ ଜଣ ନୂତନ ଚାଷୀଙ୍କୁ ଚେକ ମାଧ୍ୟମରେ ଋଣ ରାଶି ପ୍ରଦାନ ସହ ସାନହନ୍ତୁଆଡ ତଅପୋଇ ସ୍ୱୟଂ ସହାୟିକା ଗୋଷ୍ଠୀକୁ ଚେକ ମାଧ୍ୟମରେ ଋଣ ରାଶି ପ୍ରଦାନ କରାଯାଇଥିଲା।

ଶେଷରେ ଉପସ୍ଥିତ ଥିବା ସମସ୍ତ ସମବାୟ ପ୍ରେମୀଙ୍କୁ ସେବା ସମବାୟ ସମିତିର ସମ୍ପାଦକ ପ୍ରସନ୍ନ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ବଡହନ୍ତୁଆଡ
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ମହାବିଦ୍ୟାଳୟର ଏନସିସି ଅଧିକାରୀଙ୍କୁ ସମ୍ବର୍ଦ୍ଧନା

May 6, 2026

ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଚିଲିକା କୂଳରେ ଜଳଛତ୍ର

May 6, 2026

ବାଲୁଗାଁ ମହାବିଦ୍ୟାଳୟର ବାର୍ଷିକ ସାୟନାରା କାର୍ଯ୍ୟକ୍ରମରେ ଅଧ୍ୟାପିକାଙ୍କୁ ସମ୍ବର୍ଦ୍ଧନା

May 5, 2026

ଗୋଦାବରୀଶ ମହାବିଦ୍ୟାଳୟରେ ୬ ଦିନିଆ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ

May 5, 2026
Latest News

NEET ପେପର ଲିକ୍ କୁ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ କଣ କହିଲେ

May 14, 2026

ଧାନର ଏମଏସପି ବୃଦ୍ଧି

May 14, 2026

ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷାରେ ଡିଏଭି ପୋଖରୀପୁଟର ସଫଳତା

May 13, 2026

ଭୁବନେଶ୍ବରରେ ହେବ ‘କଲରାପତ୍ରିଆ ବାଘ ସଂରକ୍ଷଣ’ ଶୀର୍ଷକ କାର୍ଯ୍ୟକ୍ରମ

May 13, 2026

ପୁଣି ମଣିପୁର ଅଶାନ୍ତ : ଗଡିଲା ମୁଣ୍ଡ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.