ବାଣପୁର: ଆଜି ବାଣପୁର ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ବନ ମହୋତ୍ସବ ପାଳନ ଅବସରରେ ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରାଙ୍ଗଣରେ ବିଭିନ୍ନ ଫଳ ପ୍ରଦାନକାରୀ ଯଥା ପିଜୁଳି, ଆତ, ଜାମୁକୋଳି, ଡାଳିମ୍ବ, ଲେମ୍ବୁ, ଅଁଳା ଆଦି ସହିତ ନିମ୍ବ, ବାହାଡା ଇତ୍ଯାଦି ଅଠର ମାସିଆ ଚାରା ରୋପଣ କରାଯାଇଛି। କ୍ଳବ ସଭାପତି ସୁନୀଲ କୁମାର ପାତ୍ର, ସଂପାଦକ ହିମାଂଶୁ କୁମାର ପାତ୍ର, କାର୍ଯ୍ୟକ୍ରମର ଅଧ୍ୟକ୍ଷ ଧୀରେନ୍ଦ୍ରନାଥ ପାତ୍ର, ପ୍ରାକ୍ତନ ସଭାପତି ରବିନାରାୟଣ ନାୟକ, ନନ୍ଦକିଶୋର ମିଶ୍ର, ରବିନାରାୟଣ ପାଲ, ଶ୍ୟାମସୁନ୍ଦରପୁର ପୃଷ୍ଟିଙ୍କ ସମେତ ସଭ୍ୟ ଡ. ଚିନ୍ତାମଣି ମିଶ୍ର, ରବୀନ୍ଦ୍ରନାଥ ପ୍ରଧାନ ଓ ସଞ୍ଜୟ କୁମାର ସାହୁ ଏବଂ ବିଦ୍ୟାଳୟର ଅଧ୍ୟକ୍ଷ ସର୍ବେଶ୍ବର ଷଡ଼ଙ୍ଗୀଙ୍କ ସମେତ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରୀମାନେ ମିଶି ଚାରା ରୋପଣ କରିଥିଲେ।
ଏହି ଅବସରରେ ବିଦ୍ୟାଳୟ ପରିସରରେ ଅଧ୍ୟକ୍ଷଙ୍କ ସଭାପତିତ୍ବରେ ଏକ ସଭାର ଆୟୋଜନ କରାଯାଇଥିଲା। ରୋଟାରୀର ଆଭିମୁଖ୍ୟ ତଥା ସମାଜ ପାଇଁ କ’ଣ ସବୁ କାର୍ଯ୍ୟକ୍ରମ ମାନ କରୁଛନ୍ତି ଏବଂ ବୃକ୍ଷରୋପଣର ଆବଶ୍ୟକତା ଇତ୍ୟାଦି ବିଷୟରେ ଉପସ୍ଥିତ ସମସ୍ତେ ତାଙ୍କ ଭାଷଣ ମାଧ୍ୟମରେ ଆଲୋକ ପାତ କରିଥିଲେ। ଆସନ୍ତା ୨୦ ତାରିଖ ରବିବାର ଦିନ ବାଲୁଗାଁ ଅଶୋକ ନଗରସ୍ଥିତ ଶ୍ରୀ ଶ୍ରୀ ଉମାମହେଶ୍ବର ବଣିକ ସଙ୍ଘ ସଭାଗୃହରେ କ୍ଳବ ପକ୍ଷରୁ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହେବ ବୋଲି କ୍ଳବ ସଭାପତି ଜଣାଇ ବହୁ ମାତ୍ରାରେ ଯୋଗଦାନ କରି ରକ୍ତ ଦାନ କରି ଶିବିରକୁ ସଫଳ କରିବା ନିମନ୍ତେ ଜଣାଇଥିଲେ।