Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ବନ ମହୋତ୍ସବ ପାଳିତ
ଆଞ୍ଚଳିକ

ବାଣପୁର ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ବନ ମହୋତ୍ସବ ପାଳିତ

July 11, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର: ଆଜି ବାଣପୁର ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ବନ ମହୋତ୍ସବ ପାଳନ ଅବସରରେ ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରାଙ୍ଗଣରେ ବିଭିନ୍ନ ଫଳ ପ୍ରଦାନକାରୀ ଯଥା ପିଜୁଳି, ଆତ, ଜାମୁକୋଳି, ଡାଳିମ୍ବ, ଲେମ୍ବୁ, ଅଁଳା ଆଦି ସହିତ ନିମ୍ବ, ବାହାଡା ଇତ୍ଯାଦି ଅଠର ମାସିଆ ଚାରା ରୋପଣ କରାଯାଇଛି। କ୍ଳବ ସଭାପତି ସୁନୀଲ କୁମାର ପାତ୍ର, ସଂପାଦକ ହିମାଂଶୁ କୁମାର ପାତ୍ର, କାର୍ଯ୍ୟକ୍ରମର ଅଧ୍ୟକ୍ଷ ଧୀରେନ୍ଦ୍ରନାଥ ପାତ୍ର, ପ୍ରାକ୍ତନ ସଭାପତି ରବିନାରାୟଣ ନାୟକ, ନନ୍ଦକିଶୋର ମିଶ୍ର, ରବିନାରାୟଣ ପାଲ, ଶ୍ୟାମସୁନ୍ଦରପୁର ପୃଷ୍ଟିଙ୍କ ସମେତ ସଭ୍ୟ ଡ. ଚିନ୍ତାମଣି ମିଶ୍ର, ରବୀନ୍ଦ୍ରନାଥ ପ୍ରଧାନ ଓ ସଞ୍ଜୟ କୁମାର ସାହୁ ଏବଂ ବିଦ୍ୟାଳୟର ଅଧ୍ୟକ୍ଷ ସର୍ବେଶ୍ବର ଷଡ଼ଙ୍ଗୀଙ୍କ ସମେତ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରୀମାନେ ମିଶି ଚାରା ରୋପଣ କରିଥିଲେ।

ଏହି ଅବସରରେ ବିଦ୍ୟାଳୟ ପରିସରରେ ଅଧ୍ୟକ୍ଷଙ୍କ ସଭାପତିତ୍ବରେ ଏକ ସଭାର ଆୟୋଜନ କରାଯାଇଥିଲା। ରୋଟାରୀର ଆଭିମୁଖ୍ୟ ତଥା ସମାଜ ପାଇଁ କ’ଣ ସବୁ କାର୍ଯ୍ୟକ୍ରମ ମାନ କରୁଛନ୍ତି ଏବଂ ବୃକ୍ଷରୋପଣର ଆବଶ୍ୟକତା ଇତ୍ୟାଦି ବିଷୟରେ ଉପସ୍ଥିତ ସମସ୍ତେ ତାଙ୍କ ଭାଷଣ ମାଧ୍ୟମରେ ଆଲୋକ ପାତ କରିଥିଲେ। ଆସନ୍ତା ୨୦ ତାରିଖ ରବିବାର ଦିନ ବାଲୁଗାଁ ଅଶୋକ ନଗରସ୍ଥିତ ଶ୍ରୀ ଶ୍ରୀ ଉମାମହେଶ୍ବର ବଣିକ ସଙ୍ଘ ସଭାଗୃହରେ କ୍ଳବ ପକ୍ଷରୁ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହେବ ବୋଲି କ୍ଳବ ସଭାପତି ଜଣାଇ ବହୁ ମାତ୍ରାରେ ଯୋଗଦାନ କରି ରକ୍ତ ଦାନ କରି ଶିବିରକୁ ସଫଳ କରିବା ନିମନ୍ତେ ଜଣାଇଥିଲେ।

ବାଣପୁର-ବାଲୁଗାଁ ରୋଟାରୀ କ୍ଳବ
Share. Facebook Twitter LinkedIn Email WhatsApp Copy Link

Related Posts

ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ଧୂମଧାମରେ ଗଣେଶ ପୂଜା ପାଳିତ

August 28, 2025

ବାଣପୁରରେ ସଫଳ ହେଲା ‘ଆସ ସ୍କୁଲ ଯିବା’ କାର୍ଯକ୍ରମ

August 28, 2025

ବାଣପୁର ଏନଏସିରେ ଆରଟିଆଇରେ ମିଳୁନି ତଥ୍ୟ, ଭିଜିଲାନ୍ସ ତଦନ୍ତ ଓ ସ୍ୱତନ୍ତ୍ର ଅଡିଟ ଦାବି

August 28, 2025

ବାଲୁଗାଁ ମହାବିଦ୍ୟାଳୟରେ ଯୁବ ରେଡକ୍ରସ ତାଲିମ କାର୍ଯ୍ୟକ୍ରମ

August 26, 2025
Latest News

ଆସନ୍ତା ବୁଧବାର ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ କଲେଜ ଛୁଟି ଘୋଷଣା କଲେ ସରକାର

September 1, 2025

India Mobile Congress 2025 ଆପ୍ଲିକେସନକୁ ଉଦଘାଟନ କଲେ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ

September 1, 2025

ଜମ୍ମୁ ବନ୍ୟା ପ୍ରଭାବିତ ଅଞ୍ଚଳ ତଦାରଖ କଲେ ଗୃହମନ୍ତ୍ରୀ ଅମିତ ଶାହ

September 1, 2025

ଭୁବନେଶ୍ବରରେ ଇଡି ଚଢାଉ ପରେ ବାହାରିଲା ୭୦୦୦୦୦୦୦ ଟଙ୍କାର କେବଳ ଗାଡି, ଆଉ…

September 1, 2025

ଭୁବନେଶ୍ବରରେ ସରକାର ବିକ୍ରି କରିବେ ଶସ୍ତା ଘର, ଦାମ୍ ଜାଣିଲେ ହେବେ ଆଶ୍ଚର୍ଯ୍ୟ

September 1, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.