ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଦିଗପହଣ୍ଡି ଥାନା ଅର୍ନ୍ତଗତ ପଦ୍ମନାଭ ପୁର ଗ୍ରାମ ମେଳା ମଣ୍ଡପ ସାହିର ଲକ୍ଷ୍ମଣ ସାହୁ ନାମକ ଜଣେ ବୟସ୍କ ବ୍ୟକ୍ତି ପୋଖରୀକୁ ଗାଧୋଇ ଯାଇ ବହୁତ ସମୟ ପରେ ଘରକୁ ଫେରିନଥିଲେ। ଯାହା ଫଳରେ ଘର ଲୋକେ ବହୁତ ଖୋଜା ଖୋଜି କରିଥିଲେ। ହେଲେ ସନ୍ଧାନ ନମିଳିବାରୁ ଥାନା ଓ ଅଗ୍ନିଶମ ବିଭାଗର ସାହାଯ୍ୟ ଲୋଡ଼ିଥିଲେ।
ଉଭୟ ବିଭାଗ ଘଟଣାସ୍ଥଳରେ ପହଞ୍ଚି ବହୁ ଖୋଜାଖୋଜି କରି ଲକ୍ଷ୍ମଣ କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। କିନ୍ତୁ ଡ଼ାକ୍ତର ତାକୁ ମୃତ ଘୋଷଣା କରିଥିଲେ। ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।