ବାଣପୁର: ଆଜି ରାଜନୀତି ବିଜ୍ଞାନ ତରଫରୁ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ବିନାୟକ ହୋତା ଓ ରାଜନୀତି ବିଜ୍ଞାନ ବିଭାଗୀୟ ମୁଖ୍ୟ ଲକ୍ଷ୍ମୀ ପ୍ରସାଦ ମିଶ୍ରଙ୍କୁ ଅନୁଷ୍ଠାନର ପ୍ରଶାସନିକ ଅଧିକାରୀ ଡ଼ଃ ସୁରପ୍ରତାପ ନରେନ୍ଦ୍ର ସିଂ ବର୍ମା, ଅଧ୍ୟାପକ ଆଦିତ୍ୟ ସାରଥି ବେଦମତ୍ତା, ଅଧ୍ୟାପକ ଗୋଲଖ କୁମାର ବେହେରା, ଅଧ୍ୟାପିକା ପ୍ରତିଭା ମଲ୍ଲିକ ଓ ପୁରାତନ ଛାତ୍ର ସୁଶୀଲ କୁମାର ଅଗ୍ରୱାଲା, ନାଚୁଣୀ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ଅଧ୍ୟାପକ ସନ୍ତୋଷ କୁମାର ଶତପଥି, ସନ୍ତୋଷ କୁମାର ସାହୁ ଆଦି ଅନେକ ପୁରାତନ ଓ ବର୍ତ୍ତମାନର ଛାତ୍ରଛାତ୍ରୀ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ବିଭିନ୍ନ ଉପହାର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।
ଏହି ସଭା ଡ଼ଃ ବର୍ମାଙ୍କ ସଭାପତିତ୍ଵରେ ଅନୁଷ୍ଠାନର ପ୍ରେକ୍ଷାଳୟ ଭବନରେ ଅନୁଷ୍ଠିତ ହୋଇଥିଲା। ପ୍ରାରମ୍ଭରେ ଛାତ୍ରଛାତ୍ରୀ ମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ। ବିଭାଗର ଅଧ୍ୟାପକ, ଅଧ୍ୟାପିକା, ପୁରାତନ ଛାତ୍ରଛାତ୍ରୀ ଓ ବର୍ତ୍ତମାନ ଛାତ୍ରଛାତ୍ରୀ ଅଧ୍ୟକ୍ଷ ଶ୍ରୀଯୁକ୍ତ ହୋତା ଓ ବିଭାଗୀୟ ମୁଖ୍ୟ ଶ୍ରୀଯୁକ୍ତ ମିଶ୍ର ମହାବିଦ୍ୟାଳୟ ଓ ବିଭାଗର ଶିକ୍ଷା ବ୍ୟବସ୍ଥା କୁ କିଭଳି ସୁଦୃଢ କରିଛନ୍ତି, ସେ ସମ୍ପର୍କ ରେ ଆଲୋକପାତ କରିଥିଲେ।
ଶେଷରେ ରାଜନୀତି ବିଜ୍ଞାନର ଅଧ୍ୟାପିକା ଶ୍ରୀମତୀ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ। ଧନ୍ୟବାଦ ପରେ ବିଦାୟ କାଳୀନ ସଭା ସାଙ୍ଗ କରାଯାଇଥିଲା।
ପରିଶେଷରେ ରାଜନୀତି ବିଜ୍ଞାନ ତରଫରୁ ଅବସର ନେବାକୁ ଥିବା ଅଧ୍ୟକ୍ଷ ଶ୍ରୀଯୁକ୍ତ ହୋତା ଓ ବିଭାଗୀୟ ମୁଖ୍ୟ ଶ୍ରୀଯୁକ୍ତ ମିଶ୍ରଙ୍କ ନିମନ୍ତେ ଏକ ଭୋଜିର ଆୟୋଜନ କରାଯାଇଥିଲା।