Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ୬୯ତମ ଶ୍ରାଦ୍ଧଦିବସରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି
ଆଞ୍ଚଳିକ

ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ୬୯ତମ ଶ୍ରାଦ୍ଧଦିବସରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

July 27, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର: ଉତ୍କଳମଣି ଗୋପବନ୍ଧୁଙ୍କ ପଟ୍ଟଶିଷ୍ୟ, ସତ୍ୟବାଦୀ ବନ ବିଦ୍ୟାଳୟର ପଞ୍ଚସଖାଙ୍କ ମଧ୍ୟରୁ ଅନ୍ୟତମ ସୁଶିକ୍ଷକ, ଓଡ଼ିଶାର ପ୍ରଥମ ଶିକ୍ଷାମନ୍ତ୍ରୀ, କବି, ନାଟ୍ୟକାର, ବାଣପୁର ଗୌରବ ପୁଣ୍ୟଶ୍ଳୋକ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ୬୯ତମ ପୁଣ୍ୟତିଥି ଅବସରରେ ଜନ୍ମମାଟି ସମଗ୍ର ବାଣପୁର ବାସୀଙ୍କ ତରଫରୁ ତାଙ୍କ ସ୍ମୃତି ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।

ଚିଲିକା ସାହିତ୍ୟ ସମାଜର ସଭାପତି ବାଳମୁକୁନ୍ଦ ଦାସଙ୍କ ସଭାପତିତ୍ଵରେ ଆୟୋଜିତ ଏହି ସମାରୋହରେ ପ୍ରଥମେ ତିଳତର୍ପଣ ଓ ପରେ ବଜାର ନିକଟସ୍ଥ ଶିଶୁ ଉଦ୍ୟାନରେ ଥିବା ପଣ୍ଡିତ ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ପୂର୍ବକ ତାଙ୍କ ସ୍ମୃତି ଚାରଣ କରାଯାଇ ବାଣପୁର ତଥା ଓଡିଶାର ଶିକ୍ଷା, ସାହିତ୍ୟ, ସମାଜସେବା, ସ୍ଵାଧୀନତା ଆନ୍ଦୋଳନରେ ଯୋଗଦାନ, ବିଚ୍ଛିନ୍ନାଞ୍ଚଳ ମିଶ୍ରଣ ସହିତ ସେହି ଅଞ୍ଚଳରେ ରହୁଥିବା ଓଡ଼ିଆ ଭାଷାଭାଷୀଙ୍କ ଶିକ୍ଷା ନିମନ୍ତେ ଓଡ଼ିଆ ବିଦ୍ୟାଳୟ ଗଠନରେ ତାଙ୍କ ଅସୀମ ତ୍ୟାଗ ଓ ଉତ୍ସର୍ଗୀକୃତ ଜୀବନ ଉପରେ ଆଲୋକପାତ କରି ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।

ଏଥିରେ ବାଣପୁରର ବିଶିଷ୍ଟ କଥାକାର ଶିବ ମିଶ୍ର, କବି ପୁରୁଷୋତ୍ତମ ମହାପାତ୍ର, କବି ଦିଗମ୍ବର ବିଶ୍ଵାଳ, ପୂର୍ବତନ ଅଧ୍ୟକ୍ଷ ଡଃ. ନୃସିଂହ ପ୍ରଧାନ, ଅଧ୍ୟାପକ ସଂଗ୍ରାମ କେଶରୀ ସାହୁ,‌ କ୍ୟାପଟେନ୍‌ ଭବାନୀ ଶଙ୍କର ହୋତା, ଅଧ୍ୟାପକ ସର୍ବେଶ୍ଵର ଷଡ଼ଙ୍ଗୀ, ଶିକ୍ଷାବିତ୍ ଡଃ. ଚିନ୍ତାମଣି ମିଶ୍ର, ରାଜେନ୍ଦ୍ର ପ୍ରସାଦ ରଥ, ମଧୁସୂଦନ ନନ୍ଦ, ବୈରାଗୀ ଚରଣ ବଳ, ବ୍ରଜବନ୍ଧୁ ମିଶ୍ର, ସୁଶାନ୍ତ ଦାଶ, ବରିଷ୍ଠ ଓକିଲ ରବିନ୍ଦ୍ରନାଥ ମାନସିଂ, ଶେଷଦେବ ମହାରଣା, ସମାଜସେବୀ ସଂଧ୍ୟାଦେବୀ, ଅନନ୍ତ ଚରଣଖଟେଇ, ସଂଗଠକ ପ୍ରଦୀପ ସ୍ୱାଇଁ, ପତ୍ରକାର ଅନନ୍ତ ଚରଣ ବାରିକି, ବ୍ରଜକିଶୋର ଜେନା, ପ୍ରସନ୍ନ କୁମାର ଭୋଳ, ଅବସରପ୍ରାପ୍ତ ସେନା କର୍ମଚାରୀ ବିଜୟ କୁମାର ପ୍ରଧାନ, କିଶୋରଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇ ସ୍ମୃତି ଚାରଣ କରି ପଣ୍ଡିତ ମିଶ୍ରଙ୍କ ସୁନ୍ଦର ପୂର୍ଣ୍ଣାବୟବ ବ୍ରୋଞ୍ଜ ପ୍ରତିମୂର୍ତ୍ତିଟିଏ ସହରର ମଧ୍ୟଭାଗରେ ଏକ ଆକର୍ଷଣୀୟ ପରିବେଷ୍ଟନୀରେ ସ୍ଥାପନ କରିବା ପାଇଁ ସରକାରଙ୍କୁ ଅନୁରୋଧ କରାଯାଇଥିଲା।

ଚିଲିକା ସାହିତ୍ୟ ସମାଜ ପଣ୍ଡିତ ଗୋଦାବରୀଶ ମିଶ୍ର ଶ୍ରାଦ୍ଧଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

February 22, 2026

ବାଣପୁର: ପଦ୍ମଶ୍ରୀ ଉପେନ୍ଦ୍ର ମହାରଥିଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧୋତ୍ସବ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

February 22, 2026

ମୁଟୁରୁମୁଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

February 21, 2026

ମହୁକୁଦରେ ବ୍ଳକ୍ ସ୍ତରୀୟ ବିଶ୍ୱଶାନ୍ତି ଅଲେଖ ମହିମା ଅଖଣ୍ଡ ବ୍ରହ୍ମ ଯଜ୍ଞ

February 19, 2026
Latest News

ଦିଲ୍ଲୀର ଆର୍ମି ପବ୍ଲିକ୍ ସ୍କୁଲ୍ ଏବଂ ଏୟାର ଫୋର୍ସ ସ୍କୁଲ୍ କୁ ବୋମା ଧମକ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

February 23, 2026

“ଗାନ୍ଧୀ ଜୀ ଭାରତର ନୁହଁନ୍ତି, ବରଂ ପାକିସ୍ତାନର…”: ବିଜେପି ବିଧାୟକଙ୍କ ବିବାଦୀୟ ବିବୃତ୍ତି

February 23, 2026

ଆଜି ମଧ୍ୟ ବଢିଲା ସୁନା ମୂଲ୍ୟ: ୩ ଲକ୍ଷରେ ପହଞ୍ଚିଲା ରୂପା

February 23, 2026

ଭାରତର ଭାଙ୍ଗିଲା ଟି-୨୦ ବିଶ୍ୱକପ୍ ରେକର୍ଡ: ଏବେ ସେମିଫାଇନାଲ୍ ପାଇଁ ଜାଣନ୍ତୁ ସମୀକରଣ?

February 23, 2026

ଓଡିଶାରେ ପ୍ରଥମଥର ପାଇଁ ଜଳକ୍ରୀଡା ପ୍ରଶିକ୍ଷଣ ଶିବିର: ଉଦଘାଟନ କଲେ କ୍ରୀଡା ମନ୍ତ୍ରୀ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.