Categories
ଆଜିର ଖବର ରାଜ୍ୟ ଖବର

ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ରାଜ୍ୟସ୍ତରୀୟ ଆବିର୍ଭାବ ଦିବସ ସମାରୋହ ପାଳନ

ବାଣପୁର (ସୀତାରାମ ଅଗ୍ରୱାଲ): ସତ୍ୟବାଦୀ ପଞ୍ଚସଖା ଯୁଗର ଅନ୍ୟତମ ସାଧକ, ଆଦର୍ଶ ଶିକ୍ଷକ,ଶିକ୍ଷାବିତ୍, ନିସ୍ୱାର୍ଥ ପରଜନ ସେବକ, ପ୍ରବୀଣ ରାଜନିତୀଜ୍ଞ, ଓଡ଼ିଆ ଭାଷା ସାହିତ୍ୟର ଏକ ନିଷ୍ଠପୂଜାରୀ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ପୁଣ୍ୟ ଆବିର୍ଭାବ ଦିବସ ସମାରୋହ ଜନ୍ମମାଟି ବାଣପୁରଠାରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସାହିତ୍ୟ ଏକାଡ଼େମୀ ଓ ଚିଲିକା ସାହିତ୍ୟ ସମାଜ ବାଲୁଗାଁ-ବାଣପୁରର ମିଳିତ ଆନୁକୂଲ୍ୟରେ ନେହେରୁ ସେବା ସଂଘର କନକ ଭବନଠାରେ ଆୟୋଜିତ ଏହି ସମାରୋହରେ ସାହିତ୍ୟ ସମାଜର ସଭାପତି ବାଳମୁକୁନ୍ଦ ଦାସ ପୌରାହିତ୍ୟ କରି ଓଡ଼ିଶା ସାହିତ୍ୟ ଭଣ୍ଡାରକୁ ନିଜର ସାରସ୍ଵତ ସୃଷ୍ଟିରେ ରୁଦ୍ଧିମନ୍ତ କରିଥିବା ପୁଣ୍ୟଶ୍ଳୋକ ପଣ୍ଡିତ ଗୋଦାବରୀଶଙ୍କୁ ଜନ୍ମଦେଇ ବାଣପୁର ମାଟି ଆଜି ଗର୍ବିତ ବୋଲି କହି ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ମୁଖ୍ୟ ଅତିଥି ଭାବରେ ବିଶିଷ୍ଠ ସାହିତ୍ୟିକ ଡକ୍ଟର ହରିହର କାନୁନଗୋ, ମୁଖ୍ୟବକ୍ତା ଭାବରେ ସୁସାହିତ୍ୟ ଡକ୍ଟର ପ୍ରମୋଦ କୁମାର ଦ୍ଵିବେଦୀ, ସମ୍ମାନୀତ ଅତିଥି ଭାବରେ ଅଧ୍ୟାପକ ସଂଗ୍ରାମ କେଶରୀ ସାହୁ ଏବଂ ଡ଼ାଦେବେନ୍ଦ୍ରନାଥ ମାନସିଂ ଯୋଗ ଦେଇ ପଣ୍ଡିତ ମିଶ୍ର ପରାଧୀନ କାଳରେ ବହୁ କଷ୍ଟ ସ୍ଵୀକାର କରି ନିଜର ଏ କୋନିଷ୍ଠ ଉଦ୍ୟମ ବଳରେ କିପରି କଲିକତାରୁ ଏମଏ ପାସ କରି ସରକାରୀ ଚାକାରିକୁ ପ୍ରତ୍ୟାଖ୍ୟାନ କରି ଗୋପବନ୍ଧୁଙ୍କ ପ୍ରେରଣାରେ ସତ୍ୟବାଦୀ ବନ ବିଦ୍ୟାଳୟର ଶିକ୍ଷକତା କୁ ଆଦରିନେଇ ତ୍ୟାଗ, ସେବା ଓ ସାଧନାର ବେଦୀରେ ନିଜ ଜୀବନକୁ ଉତ୍ସର୍ଗ କରି ଜନ୍ମଭୂମୀ ଉତ୍କଳର ନିସ୍ୱାର୍ଥସେବା କରିଥିଲେ ପ୍ରତିଟି ଉତ୍କଳୀୟଙ୍କ ହୃଦୟରେ ଚିରକାଳ ବଞ୍ଚି ରହିଥିବେ ବୋଲି ପ୍ରକାଶ କରି ତାଙ୍କ ପ୍ରତି ଗଭୀର ଶ୍ରୀଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପ୍ରଭାତରେ ବାଣପୁର ବାସୀଙ୍କ ତରଫରୁ ବଜାରରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ କବି ପୁରୁଷୋତ୍ତମ ମହାପାତ୍ରଙ୍କ ସଭାପତିତ୍ଵରେ ଚିଲିକା ସାହିତ୍ୟ ସମାଜ ର କବିମାନଙ୍କ ଦ୍ଵାରା ଏକମନୋଜ୍ଞ ସ୍ୱରଚିତ କବିତା ପାଠ ଅନୁଷ୍ଠିତ ହୋଇଥିଲା।

ଏଥିରେ କବି ନୃସିଂହ ପ୍ରସାଦ ମିଶ୍ର, ଓମ ପ୍ରକାଶ ଅଗ୍ରୱାଲ, ମଦନ ମୋହନ ମହାପାତ୍ର,ଆନନ୍ଦ ଚନ୍ଦ୍ର ସେନାପତି, ଶିଶିର ଦାସ, ଶେଷଦେବ ମହାରଣା,ରୋଜି ମିଶ୍ର, ଡ଼ଃ ନୃସିଂହ ପ୍ରଧାନ, ଭିକାରୀଚରଣ ପ୍ରଧାନ, ରମେଶ ଚନ୍ଦ୍ର ମହାପାତ୍ର, ଗୋଲକ ବିହାରୀ ପରୀଡ଼ା, ରବି ମାନସିଂ, ଦେବାଶୀଷ ପଟ୍ଟନାୟକ, ପବିତ୍ର ବେହେରା, ସନ୍ତୋଷ କୁମାର ଦାଶ, ଶରତ କୁମାର ପଟ୍ଟନାୟକ, ପ୍ରଦୀପ କୁମାର ଦାସ, ବିରେନ୍ଦ୍ର କୁମାର ତ୍ରିପାଠୀ ଯୋଗ ନେଇ ସ୍ଵରଚିତ କବିତା ଆବୃତ୍ତି କରିଥିଲେ। ଶେଷରେ ସଂପାଦକ ଅଧ୍ୟାପକ ଲକ୍ଷ୍ମୀଧର ସୁବୁଦ୍ଧି ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଞ୍ଚଳିକ

“ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ” ଆନୁକୂଲ୍ୟରେ ବାଲୁଗାଁ ମହାବିଦ୍ୟାଳୟରେ ଜାତୀୟ ପାଠଚକ୍ର ଅନୁଷ୍ଠିତ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ମହାବିଦ୍ୟାଳୟ “ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ” ଆନୁକୂଲ୍ୟରେ ଆଜି ଏକଦିବସୀୟ ଜାତୀୟ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି।” ପଣ୍ଡିତ ଗୋଦାବରୀଶ ମିଶ୍ର: ଜୀବନ ଓ ସୃଜନ” ଶୀର୍ଷକ ଏହି ଜାତୀୟ ପାଠଚକ୍ରକୁ ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟର ସମ୍ମାନସ୍ପଦ କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।

ମୁଖ୍ୟ ଅତିଥ୍ୟ ଭାବେ ବାଲୁଗାଁ ମହାବିଦ୍ୟାଳୟ, ପରିଚାଳନା ସମିତି ସଭାପତି ଇଞ୍ଜିନିୟର ପ୍ରବାସ କୁମାର ସୁନ୍ଦରାୟ ଯୋଗଦାନ କରିଥିବା ସ୍ଥଳେ ମହାବିଦ୍ୟାଳୟ ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶ ସଭାପତିତ୍ୱ କରିଥିଲେ। ଉଦଘାଟନ ଅଧିବେଶନରେ ଅଂଶଗ୍ରହଣ କରିଥିବା ଅତିଥିଙ୍କୁ ଯୁକ୍ତ ଦୁଇ ଅଧ୍ୟକ୍ଷା ଡକ୍ଟର ଜୟନ୍ତୀ ସାମଲ ସ୍ବାଗତ ଭାଷଣ ପ୍ରଦାନ କରିବା ପରେ ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପିକା ଝରଣା ନାଥ ଅତିଥି ପରିଚୟ ପ୍ରଦାନ କରିଥିଲେ।

ପାଠଚକ୍ର ସଂଗଠନ ସମ୍ପାଦକ ଅଧ୍ୟାପକ ଡକ୍ଟର ପୂର୍ଣ୍ଣଚନ୍ଦ୍ର ସାମନ୍ତରାୟ ଭିତ୍ତିପ୍ରବନ୍ଧ ଉପସ୍ଥାପନ କରିବା ପରେ, ବିଶ୍ବଭାରତୀ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ, ପଶ୍ଚିମବଙ୍ଗ, ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ସହକାରୀ ପ୍ରଫେସର ଡକ୍ଟର ଶରତ କୁମାର ଜେନା ମୁଖ୍ୟବକ୍ତା ଏବଂ ଓଡ଼ିଆ ଭାଷା ପ୍ରତିଷ୍ଠାନର କାର୍ଯ୍ୟକ୍ରମ ସଂଯୋଜକ ପ୍ରଫେସର ପ୍ରେମାନନ୍ଦ ମହାପାତ୍ର ସମ୍ମାନିତ ବକ୍ତା ଭାବେ ଯୋଗଦାନ କରି ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଜୀବନ ଏବଂ ସୃଷ୍ଟି ସମ୍ଭାର ସମ୍ପର୍କରେ ମାର୍ମିକ ଅନୁଶୀଳନ କରିଥିଲେ। ପରେ ପରେ ଅନ୍ୟ ଦୁଇଟି ବୈଷୟିକ ଅଧିବେଶନରେ ବକ୍ତା ଡକ୍ଟର ବେଣୁଧର ଦାସ, ଡକ୍ଟର ସତ୍ୟ ଷଡ଼ଙ୍ଗୀ, ଡକ୍ଟର ଦେବୀପ୍ରସାଦ ଶତପଥୀ ପ୍ରାଧ୍ୟାପକ ରାଜକିଶୋର ସାହୁ ପ୍ରମୁଖ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ସୃଜନଶୀଳ୍ପର ବିଭିନ୍ନ ଦିଗ-ଦିଗନ୍ତ ଉପରେ ସବିଶେଷ ଆଲୋଚନା କରିଥିଲେ।

ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟରୁ ଅଂଶଗ୍ରହଣ କରିଥିବା ଅଧ୍ୟାପକ ଏବଂ ଗବେଷକ ଡକ୍ଟର ପ୍ରବୀଣ କୁମାର ମିଶ୍ର, ଡକ୍ଟର ରୁଦ୍ରପ୍ରସାଦ ମିଶ୍ର, ଡକ୍ଟର ବିରଞ୍ଚିନାରୟଣ ରଥ, ଡକ୍ଟର ସତ୍ୟଜିତ୍ ଦାଶ, ଡକ୍ଟର ରଘୁନାଥ ଓଝା ଏବଂ ଅଧ୍ୟାପକ ପୁଣ୍ୟଦର୍ଶନ ସାହୁ ପ୍ରମୁଖ ବୈଷୟିକ ଅଧିବେଶନରେ ପାଠଚକ୍ର ସମ୍ବନ୍ଧୀୟ ସ୍ବରଚିତ ନିବନ୍ଧମାନ ଉପସ୍ଥାପନ କରିଥିଲେ।

ମହାବିଦ୍ୟାଳୟର ବରିଷ୍ଠ ପ୍ରାଧ୍ୟାପକ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧି, ଡକ୍ଟର କୈଳାସ ଚନ୍ଦ୍ର ମହାରଣା କାର୍ଯ୍ୟକ୍ରମର ସଂଯୋଜନା ଦାୟିତ୍ବ ସମ୍ପାଦିତ କରିଥିବା ସ୍ଥଳେ ଓଡ଼ିଆ ବିଭାଗର ଅଧ୍ୟାପକ ଧୋବିଚରଣ ପରିଡା,ଅଧ୍ୟାପିକା ଶୁଭଦର୍ଶିନୀ ବିଶ୍ଵାଳ ଏବଂ ଛାତ୍ରୀ ସ୍ନେହାଗୁଣୀ ନାୟକ ବିଭିନ୍ନ ଅଧ‌ିବେଶନରେ ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଉକ୍ତ ପାଠଚକ୍ରରେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, ଛାତ୍ର-ଛାତ୍ରୀ, ସ୍ଥାନୀୟ କବି, ଗାଳ୍ପିକ, ଔପନ୍ୟାସିକ ତଥା ବହୁ ଶିକ୍ଷାବିତ୍ ଅଂଶଗ୍ରହଣ କରିବା ଦ୍ଵାରା ବାଲୁଗାଁ ମହାବିଦ୍ୟାଳୟରେ ଏକ ଅଭିନବ ଗୌରବମୟ ଅଧ୍ୟାୟ ସୃଷ୍ଟି ହୋଇପାରିଛି।

Categories
ଆଞ୍ଚଳିକ

ଗୋଦାବରୀଶ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବ: ଯୋଗ ଦେଲେନି ୭୦ ପ୍ରତିଶତ ଅତିଥି

ସିତରାମ ଅଗ୍ରୱାଲ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ତଥା ଓଡ଼ିଶାର ଯୋଗଜନ୍ମା ମହାପୁରୁଷ ତଥା ପଞ୍ଚସଖାର ଅନ୍ୟତମ ବ୍ୟକ୍ତିତ୍ୱ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ୬୭ ତମ ଶ୍ରାଦ୍ଧ ଦିବସ ଏବଂ ତାଙ୍କରି ନାମରେ ନାମିତ ଶିକ୍ଷାନୁଷ୍ଠାନ ଗୋଦାବରୀଶ ମହାବିଦ୍ୟାଳୟର ୬୦ ତମ ପ୍ରତିଷ୍ଠା ଦିବସ ତଥା ହୀରକ ଜୟନ୍ତୀ ଉତ୍ସବ ମହାବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଥମେ ଗୋଦାବରୀଶ ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତେବେ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବ ଜେନତେଣ ପ୍ରକାରରେ ସମ୍ପାଦନ କରାଯାଇଥିବାରୁ ପୁରାତନ ଛାତ୍ରଛାତ୍ରୀଙ୍କ ସମେତ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।

ପ୍ରକାଶ ଥାଉକି ହୀରକ ଜୟନ୍ତୀ ପାଳନ କରିବା ପୁରାତନ ଛାତ୍ର ସଂଘର କର୍ତ୍ତବ୍ୟ। ଏହାକୁ ଆଖି ଆଗରେ ରଖି ଅଧ୍ୟକ୍ଷ ପ୍ରଫେସର ବିନାୟକ ହୋତା ବହୁଦିନ ପୂର୍ବରୁ ପୁରାତନ ଛାତ୍ରଛାତ୍ରୀ ମାନଙ୍କର ଘନ ଘନ ବୈଠକ ଡାକି କର୍ମକର୍ତ୍ତା ଚୟନ କାର୍ଯ୍ୟ ସାରିଥିଲେ।  ଯେଉଁଥିରେ ପୂର୍ବତନ ମନ୍ତ୍ରୀ ଡ଼ା ଦେବେନ୍ଦ୍ରନାଥ ମାନସିଂହଙ୍କୁ ସଭାପତି ଭାବରେ ଚୟନ କରାଯାଇଥିଲା। ଏବଂ ପୁରାତନ ଛାତ୍ରସଂଘର ବୈଠକରେ ହୀରକ ଜୟନ୍ତୀକୁ ଖୁବ ଧୂମଧାମରେ ପାଳିତ ହେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

କିନ୍ତୁ ଚଳିତ ଉତ୍ସବ ଶ୍ରୀ ମାନସିଂହଙ୍କ ସଭାପତିତ୍ୱରେ ନିର୍ବାହ ହୋଇଥିବାବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ବାଣପୁର ଏନସି ଅଧ୍ୟକ୍ଷ ମିଟୁ ନାୟକ, ଅବସରପ୍ରାପ୍ତ ଆଇଏଫଏସ ଅଧିକାରୀ ଆଶୁତୋଷ ସାମନ୍ତସିଂହାର, କଲେଜ ପରିଚାଳନା କମିଟି ସଭାପତି ବିଜୟା ବନ୍ଦନା ରାଉତରାୟ, ସାଂସଦ ପ୍ରତିନିଧି ମାନସ ରଞ୍ଜନ ପ୍ରଧାନ, ବିଡ଼ିଓ ଶୀତଲ ଅଗ୍ରୱାଲ, ଅତିରିକ୍ତ ତହସିଲଦାର ସାହୀନ ନାଜ, ପୂର୍ବତନ ଗୋଦାବରୀଶ ମହାବିଦ୍ୟାଳୟ ଅଧ୍ୟକ୍ଷ ନୃସିଂହ ଚରଣ ପ୍ରାଧନ ଏବଂ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ବିନାୟକ ହୋତା ଯୋଗ ଦେଇଥିଲେ।

ମନ୍ତ୍ରୀ ଶ୍ରୀ ନାୟକ ଗୋଦାବରୀଶ ମିଶ୍ରଙ୍କ ଜୀବନୀ ଉପସ୍ଥାପନ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ।

ତେବେ ହୀରକ ଜୟନ୍ତୀ ନିମନ୍ତ୍ରଣ ପତ୍ରରେ ଉଲ୍ଲେଖ ଥିବା ସତୁରି ପ୍ରତିଶତ ଅତିଥି ମାନେ ଉକ୍ତ ଉତ୍ସବକୁ ଆସିନଥିବା ଦେଖିବାକୁ ମିଳିଛି ଯାହାକି ଚର୍ଚ୍ଚାର ବିଷୟ ପାଲଟିଛି। ଅନୁରୂପ ଭାବେ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଏବଂ ପୁରାତନ ଛାତ୍ରଛାତ୍ରୀମାନଙ୍କ ନିକଟରେ ମହାବିଦ୍ୟାଳୟ ପକ୍ଷରୁ ସଠିକ ନିମନ୍ତ୍ରଣ ପହଞ୍ଚିନଥିବାରୁ ସେମାନେ ଉକ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇପାରିନଥିବା ଦୁଃଖର ସହ କହିଛନ୍ତି।

ଏପରିକି ମହାବିଦ୍ୟାଳୟ ହୀରକ ଜୟନ୍ତୀ ନିମନ୍ତ୍ରଣ ପତ୍ର ପୂର୍ବ ଦିନ ବିଳମ୍ବିତ ସନ୍ଧ୍ୟାରେ ଛପାଯାଇଥିବା ବେଳେ ଏକାଧିକ ବ୍ୟକ୍ତି ବିଶେଷଙ୍କ ପାଖେ ତାହା ପହଞ୍ଚିନଥିବା ଆଲୋଚନା ହେଉଛି।

ତେବେ ଆଜିର ଉକ୍ତ ସମାରୋହ ବହୁ ଅବ୍ୟବସ୍ଥା ଦେଇ ଗତି କରିଥିବା ବେଳେ ମହାବିଦ୍ୟାଳୟ ଆଲୁମିନି କମିଟି ଯୁଦ୍ଧକାଳୀନ ଭିତ୍ତିରେ ଏହାକୁ ସମ୍ପାଦନ କରିଛି। ତେବେ ମହାବିଦ୍ୟାଳୟ ପରିଚାଳନା କମିଟି ଓ ଆଲୁମିନି କମିଟି ମଧ୍ୟରେ ଉପୁଜିଥିବା ବିବାଦ ଯୋଗୁଁ ଏହିଭଳି ଅବସ୍ଥାରେ ଉକ୍ତ ହୀରକ ଜୟନ୍ତୀ ଉତ୍ସବ ପାଳିତ ହୋଇଥିବାର ଚର୍ଚ୍ଚା ହେଉଛି।

Categories
ଆଜିର ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର

ଆଜି ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଜୟନ୍ତୀ, ମୁଖ୍ୟମନ୍ତ୍ରୀ ଦେଲେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର: ଆଜି ହେଉଛି ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଶ୍ରାଦ୍ଧ ଉତ୍ସବ। ବାଣପୁରରେ ଜନ୍ମିତ ଓଡିଶାର ଏହି ମହାପୁରୁଷଙ୍କର 1956 ମସିହା ଅକ୍ଟୋବର 26 ତାରିଖରେ ପରଲୋକ ଘଟିଥିଲା। ତାଙ୍କର ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସେ ଟୁଇଟ କରି କହିଛନ୍ତି ଯେ,

ସାରସ୍ବତ ସାଧକ ତଥା ଆଧୁନିକ ପଞ୍ଚସଖାଙ୍କ ମଧ୍ୟରେ ଅନ୍ୟତମ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି। ଶିକ୍ଷା ଏବଂ ସମାଜ ସଂସ୍କାର ସହ ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରୁଥିବା ‘ଆଲେଖିକା’, ‘କାଳିଜାଇ’, ‘ଚୟନିକା’ ଭଳି କାଳଜୟୀ ସୃଷ୍ଟି ତାଙ୍କୁ ଚିରକାଳ ଅମର କରି ରଖିବ।

Categories
ଆଞ୍ଚଳିକ

ଜନ୍ମମାଟି ବାଣପୁରରେ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଜୟନ୍ତୀ ପାଳିତ

ବାଣପୁର: ଆଜି ଓଡ଼ିଶାର ସାରସ୍ଵତ ପ୍ରତିଭା, କଳା, ସାହିତ୍ୟ, ଶିକ୍ଷା, ସଂସ୍କୃତି ଓ ସମାଜସେବାର ମଙ୍ଗୁଆଳ ପଣ୍ଡିତ ଗୋଦାବରୀଶ ମିଶ୍ର ଙ୍କ ୧୩୪ତମ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ ହୋଇଯାଇଅଛି। ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ରାଜ୍ୟ ସରକାରଙ୍କ କୋଭିଡ ନିୟମକୁ ଅନୁପାଳନ ଓ ପୂଜ୍ୟପୂଜାର ପରମ୍ପରାକୁ ଆଖିଆଗରେ ରଖି ଚିଲିକା ସାହିତ୍ୟ ସମାଜ, ଶାଳିଆ ସାଂସ୍କୃତିକ ପରିଷଦ ଓ ନେହେରୁ ସେବାସଙ୍ଘ ବାଣପୁରଙ୍କ ମିଳିତ ଆନୁକୂଲ୍ୟରେ ସଙ୍ଘର କନକ ଭବନ ପରିସରରେ ଏହି ସମାରୋହ ଅନୁଷ୍ଠିତ ହୋଇଯାଇଛି।

ଚିଲିକା ସାହିତ୍ୟର ସଭାପତି ଶିକ୍ଷାବିତ ବାଳମୁକୁନ୍ଦ ଦାସଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ସାରସ୍ଵତ ସଭାରେ ମୁଖ୍ୟ ଅତିଥି ଭାବରେ ଶୁଶ୍ରୀ ସରୋଜିନୀ ଦାଶ, ସମ୍ମାନୀୟ ଅତିଥି ଗାଳ୍ପିକ ଶିବ ମିଶ୍ର, ମୁଖ୍ୟ ବକ୍ତା ଅଧ୍ୟାପକ ଡ଼ ସତ୍ୟ ସଡଙ୍ଗୀ ଓ ସମ୍ମାନୀତ ଅତିଥି ଭାବରେ ଅଧ୍ୟାପକ ଡ଼ କୈଳାସ ଚନ୍ଦ୍ର ମହାରଣା, ମଦନମୋହନ ମହାପାତ୍ର, ରାଜେନ୍ଦ୍ର ପ୍ରସାଦ ରଥ, ଓଁମ ପ୍ରକାଶ ଅଗ୍ରୱାଲ, ଗୋପୀନାଥ ଦାଶ, ଆନନ୍ଦ ଚନ୍ଦ୍ର ସେନାପତି, ବୈରାଗୀ ଚରଣ ବଳ, ବିଜୟ ଲକ୍ଷ୍ମୀ ପଟ୍ଟନାୟକ, ପ୍ରିୟଦର୍ଶିନୀ ମହାରଣା, ପ୍ରମୁଖ ଯୋଗ ଦେଇ ପଣ୍ଡିତଙ୍କ ସାହିତ୍ୟ କୃତି ସମ୍ପର୍କରେ ସ୍ମୃତି ଚାରଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ସ୍ଥାନୀୟ କବିମାନଙ୍କର ଏକ ମନୋଜ୍ଞ କବିତା ପାଠୋତ୍ସଵ ଅନୁଷ୍ଠିତ ହୋଇଥିଲା। ସମ୍ପାଦକ ଲକ୍ଷ୍ମୀଧର ସୁବୁଦ୍ଧି ବିବରଣୀ ପାଠ କରିଥିବା ବେଳେ ରମେଶ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଆଜି ପୂର୍ବାହ୍ନରେ ବଜାର ସ୍ଥିତ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ବିଭିନ୍ନ ଅନୁଷ୍ଠାନ ତରଫରୁ ମାଲ୍ୟାର୍ପଣ କରାଯାଇଥିଲା।