Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର ବାଲୁଗାଁ ରୋଟାରୀ କ୍ଳବର ନୂତନ କର୍ମକର୍ତ୍ତା ମାନଙ୍କ ଅଧିଷ୍ଠାନ ଉତ୍ସବ ପାଳନ
ଆଞ୍ଚଳିକ

ବାଣପୁର ବାଲୁଗାଁ ରୋଟାରୀ କ୍ଳବର ନୂତନ କର୍ମକର୍ତ୍ତା ମାନଙ୍କ ଅଧିଷ୍ଠାନ ଉତ୍ସବ ପାଳନ

July 27, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ: ବାଣପୁର ବାଲୁଗାଁ ରୋଟାରୀ କ୍ଳବର ନୂତନ କର୍ମକର୍ତ୍ତା ମାନଙ୍କ ଅଧିଷ୍ଠାନ ଉତ୍ସବ ବାଲୁଗାଁ ଅଶୋକ ନଗରସ୍ଥିତ ଶ୍ରୀ ଶ୍ରୀ ଉମାମହେଶ୍ବର ବଣିକ ସଙ୍ଘ ସଭାଗୃହରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ପାଳନ କରା ଯାଇଥିଲା। ଅତିଥି ଭାବେ ଆଇନ, ଅବକାରୀ ଓ ପୂର୍ତ୍ତ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ, ପ୍ରାକ୍ତନ ରୋଟାରୀ ପ୍ରାନ୍ତପାଳ ଦିଲ୍ଲୀପ କୁମାର ପଟ୍ଟନାୟକ ଓ ସହକାରୀ ପ୍ରାନ୍ତପାଳ ପ୍ରବୀର କୁମାର ପୃଷ୍ଟିଙ୍କ ଉପସ୍ଥିତିରେ ପୂର୍ବତନ ସଭାପତି ଶ୍ୟାମ ସୁନ୍ଦର ପୃଷ୍ଟିଙ୍କ ଠାରୁ ଚଳିତ ବର୍ଷର ସଭାପତି ସୁନୀଲ କୁମାର ପାତ୍ର ଦାୟିତ୍ୱ ଗ୍ରହଣ କରିଥିବା ବେଳେ ପୂର୍ବ ସଂପାଦକ ଅଶୋକ କୁମାର ନାୟକଙ୍କ ଠାରୁ ନୂତନ ସଂପାଦକ ହିମାଂଶୁ କୁମାର ପାତ୍ର ନେବା ଅବସରରେ ଚଳିତ ବର୍ଷ କ୍ଳବ ପକ୍ଷରୁ କରାଯିବାକୁ ଥିବା ସମସ୍ତ କାର୍ଯ୍ୟକ୍ରମ ବିଷୟରେ ଅବଗତ କରାଇ ଥିଲେ।

ମନ୍ତ୍ରୀ ଶ୍ରୀ ହରିଚନ୍ଦନ ତାଙ୍କର ଭାଷଣରେ ରୋଟାରୀ କ୍ଳବ ଖାଲି ରାଜ୍ୟରେ ନୁହେଁ କି ଦେଶରେ ନୁହେଁ ସାରା ବିଶ୍ବ ସ୍ତରରେ ସମାଜରେ ନିହାତି ଆବଶ୍ୟକ ଥିବା କାର୍ଯ୍ୟକ୍ରମ ମାନ କରିବାରେ ପ୍ରମୂଖ ଭୂମିକା ଗ୍ରହଣ କରିଥିବା ବିଷୟ କହିବା ସହିତ ଯେତେବେଳେ ଯେ, କୌଣସି ସମୟରେ କୌଣସି ଆବଶ୍ୟକ ପଡେ ତେବେ ମହାଶୟ ସବୁବେଳେ ରୋଟାରୀ ସହିତ ଅଛନ୍ତି ବୋଲି ପ୍ରକାଶ କରିଥିଲେ। ଅନ୍ୟତମ ଅତିଥି ପ୍ରାକ୍ତନ ପ୍ରାନ୍ତପାଳ ରୋଟାରୀର ଆଭିମୁଖ୍ୟ ତଥା ସମାଜ ପାଇଁ କରାଯାଉଥିବା କାର୍ଯ୍ୟକ୍ରମ ବିଷୟ ସବୁକୁ ଅତି ପ୍ରାଞ୍ଜଳ ଭାବେ ବର୍ଣ୍ଣନା କରିଥିଲେ।

କ୍ଳବ ପକ୍ଷରୁ ଅତିଥି ମାନେ ଭିନ୍ନକ୍ଷମ ମାନଙ୍କୁ ତିନି ଚକିଆ ଗାଡି ପ୍ରଦାନ କରିଥିଲେ, ବାଣପୁର ଓ ଚିଲିକା ବ୍ଳକ ସ୍ତରରେ ଗତ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ ସର୍ବାଧିକ ନମ୍ବର ରଖି କୃତକାର୍ଯ୍ୟ ହୋଇଥିବା ଦୁଇ ଝିଅଙ୍କୁ ଓ ଗତ ବର୍ଷ ସିବିଏସଇ ଦଶମ ପରୀକ୍ଷାରେ ଓଡିଶାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବାଲୁଗାଁର ଜଣେ ଛାତ୍ର କେ ସ୍ବୟଂ ପ୍ରସାଦ ପାତ୍ରଙ୍କୁ ମେଡାଲ ପ୍ରଦାନ କରିବା ସହିତ ବାଣପୁର ଓ ବାଲୁଗାଁ ଏନ ଏ ସି ରେ ନିଜ କର୍ତ୍ତବ୍ୟକୁ ସୂଚାରୁ ରୂପେ ସମ୍ପାଦନ କରିଥିବା ଚାରି ଜଣ ସ୍ବଚ୍ଛ ସାଥିଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ସେହିପରି ବାଲୁଗାଁ ଓ ବାଣପୁର ଥାନାର ଦୁଇ ଜଣ ହୋମଗାର୍ଡଙ୍କୁ ମଧ୍ୟ ସେମାନଙ୍କ କର୍ତ୍ତବ୍ୟ ପାଇଁ ସମ୍ମାନିତ କରିଥିଲେ।

ଉକ୍ତ ଉତ୍ସବରେ ଅତିଥି ମାନଙ୍କ ଉପସ୍ଥିତିରେ ନୂତନ ଭାବେ ଛ’ ଜଣ ସଭ୍ୟ ପଦ ଗ୍ରହଣ କରିଥିଲେ। ରବୀନ୍ଦ୍ରନାଥ ପ୍ରଧାନ ଓ ଧୀରେନ୍ଦ୍ରନାଥ ପାତ୍ରଙ୍କ ସମ୍ପାଦିତ କ୍ଳବ ବୁଲେଟିନ୍ “ସାଳିଆ” ଅତିଥି ମାନଙ୍କ ଦ୍ବାରା ଉନ୍ମୋଚନ କରାଯାଇଥିଲା। ଉତ୍ସବକୁ ଡ. ସୁନୀଲ କୁମାର ପଟ୍ଟନାୟକ ସମ୍ପାଦନ କରିଥିବା ବେଳେ ରବିନାରାୟଣ ନାୟକ ସ୍ବାଗତ ଭାଷଣ ଦେଇଥିଲେ। ଜଗଦୀଶ ପ୍ରସାଦ ଲାଖୋଟିଆ, ମନୋରଞ୍ଜନ ବାରିକ, ସତୀଶ କୁମାର ସୁବୁଦ୍ଧି ପ୍ରମୂଖ ଅତିଥି ମାନଙ୍କର ପରିଚୟ ପ୍ରଦନ କରିଥିଲେ, ନୂତନ ସଭ୍ୟମାନଙ୍କ ବିଷୟରେ ଡ. ଚିନ୍ତାମଣି ମିଶ୍ର ଉପସ୍ଥାପନ କରିଥିଲେ। କୃତୀ ଛାତ୍ର ଛାତ୍ରୀଙ୍କ ବିଷୟରେ ଗଗନ ବିହାରୀ ବେହେରା ଉପସ୍ଥାପନ କରିଥିଲେ, ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ କ୍ଳବର ବରିଷ୍ଠ ସଭ୍ୟ ବିଜୟ କୁମାର ନନ୍ଦ, ଡାକ୍ତର ଯୋଗୀନ୍ଦ୍ର ସେନାପତି, ନନ୍ଦକିଶୋର ମିଶ୍ର, ସୁରେଶ ଚନ୍ଦ୍ର ବେହେରା, ରବିନାରାୟଣ ପାଲ, ଅଶୋକ କୁମାର ପାତ୍ର ପ୍ରମୂଖ ସମ୍ପୂର୍ଣ୍ଣ ଭାବରେ ସହଯୋଗ କରିଥିଲେ।

ଧନ୍ୟବାଦ୍ ପ୍ରସ୍ତାବରେ କ୍ଳବ ପକ୍ଷରୁ କରାଯାଇଥିବା ଭଦ୍ରୋଚିତ ଅନୁରୋଧ ରକ୍ଷାକରି ନିଜର ମୂଲ୍ୟବାନ ସମୟ ଦେଇ ମାନ୍ୟବର ଅତିଥି ମହୋଦୟ ମାନେ ଯୋଗଦାନ କରିଥିବା ସହିତ ବିଭିନ୍ନ କ୍ଳବର ରୋଟାରୀଆନ ବନ୍ଧୁ ମାନେ, ବିଭିନ୍ନ ବର୍ଗରେ ପୁରସ୍କୃତ ହୋଇଥିବା ବ୍ୟକ୍ତି ବିଶେଷ ତଥା ପରିବାର ସଦସ୍ୟମାନଙ୍କୁ କ୍ଳବ ପକ୍ଷରୁ ଧୀରେନ୍ଦ୍ରନାଥ ପାତ୍ର ହାର୍ଦ୍ଦିକ ଧନ୍ୟବାଦ୍ ଅର୍ପଣ କରିଥିଲେ।

ବାଣପୁର-ବାଲୁଗାଁ ରୋଟାରୀ କ୍ଳବ
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ କଲେଜରେ ନିର୍ବାଚନ ସାକ୍ଷରତା କ୍ଲବର ଆଲୋଚନାଚକ୍ର

August 10, 2026

ଉଲୁଣ୍ଡାରେ ଅଘଟଣ: ଘରର କାନ୍ଥ ଭୁଶୁଡ଼ି ବୃଦ୍ଧଙ୍କ ମୃତ୍ୟୁ, ପତ୍ନୀ ଗୁରୁତର

August 2, 2026

ନାକଟିଦେଉଳରେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ଅଭିଯୋଗ; ୮ ଜଣ ଅଟକ, ଗୁରୁତର ଆହତଙ୍କୁ ବୁର୍ଲା ସ୍ଥାନାନ୍ତର

August 2, 2026

ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ

August 2, 2026
Latest News

ବାଂଲାଦେଶ ପାଇଁ କପୁରଥଲା ରେଳ କୋଚ୍ ଫ୍ୟାକ୍ଟ୍ରିରେ ଏଲ୍ଏଚବି କୋଚ୍ ର ପ୍ରଥମ ରେକ୍ ପ୍ରସ୍ତୁତ

August 12, 2026

ଭୁବନେଶ୍ୱରରେ ଆୟୋଜିତ ହେଲା ଆଇସିଏମ୍‍ଆର-ଶାଇନ୍‍ ୨୦୨୬

August 12, 2026

ଓଡିଶା ବିଧାନସଭାର ବିଭାଗୀୟ ସ୍ଥାୟୀ କମିଟି – ୭ ର ସଦସ୍ୟମାନଙ୍କ ତାମିଲନାଡ଼ୁ ଗସ୍ତ

August 12, 2026

ଡ. ଜିତେନ୍ଦ୍ର ସିଂହଙ୍କୁ ସାକ୍ଷାତ କଲେ ଓଡ଼ିଶାର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

August 12, 2026

ରାଶିଫଳ: ସେପ୍ଟେମ୍ବର ୧୨ ତାରିଖରେ ସାତୋଟି ରାଶିର ଲୋକଙ୍କ ପାଇଁ ରହିଛି ବିପଦ

August 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.