Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର ଏନଏସି ଇଓଙ୍କୁ ୫ ଲକ୍ଷର କ୍ଷତିପୂରଣ ନୋଟିସ ପଠାଇଲେ ଆଇନଜୀବୀ
ଆଞ୍ଚଳିକ

ବାଣପୁର ଏନଏସି ଇଓଙ୍କୁ ୫ ଲକ୍ଷର କ୍ଷତିପୂରଣ ନୋଟିସ ପଠାଇଲେ ଆଇନଜୀବୀ

August 18, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
Banpur News
ବାଣପୁର ଏନଏସି ଇଓଙ୍କୁ ୫ ଲକ୍ଷର କ୍ଷତିପୂରଣ ନୋଟିସ ପଠାଇଲେ ଆଇନଜୀବୀ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ନିମନ୍ତେ ନୋଟିସ ପଠାଇଛନ୍ତି ଆଇନଜୀବୀ ସୀତାରାମ ଅଗ୍ରୱାଲ। ସୂଚନା ମୁତାବକ ବାଣପୁର ଏନଏସି ଅନ୍ତର୍ଗତ ୧୦ ନମ୍ବର ୱାର୍ଡ (ତଳସାହି) ବାସିନ୍ଦା ଆଇନଜୀବୀ ଶ୍ରୀ ଅଗ୍ରୱାଲଙ୍କ ଘରେ ବର୍ଷା ଜଳ ପ୍ରବେଶ କରୁଥିବାବେଳେ ଏହାର ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ବାଣପୁର ଏନଏସି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ଏହାର ସମାଧାନ ହୋଇପାରିନାହିଁ। ତେଣୁ ଉକ୍ତ ସମସ୍ୟାର ନିରାକରଣ ପାଇଁ ଆଇନଜୀବୀ ଶ୍ରୀ ଅଗ୍ରୱାଲ ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ପୁର୍ବରୁ ଏକ ରିଟ ପିଟିସନ ଦାୟର କରିଥିଲେ ଏବଂ ଉକ୍ତ ସମସ୍ୟାର ନିରାକରଣ ପାଇଁ ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ।

କିନ୍ତୁ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ବେଖାତିର କରି ଏବଂ ବୈମାତୃକ ମନୋଭାବ ପୋଷଣ କରି ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଆଇନଜୀବୀ ଶ୍ରୀ ଅଗ୍ରୱାଲଙ୍କୁ ହଇରାଣ କରିବା ଉଦ୍ଦେଶ୍ୟରେ ଗତ ମଇ ମାସ ୨୩ ତାରିଖରେ ତାଙ୍କ ଘର ସମ୍ମୁଖରେ ଥିବା ସୋକପିଟ ଯାହାକି ବର୍ଷାଜଳ ନିଷ୍କାସନ ପାଇଁ ଏକମାତ୍ର ବ୍ୟବସ୍ଥା ଥିଲା, କୌଣସି ଡ୍ରେନେଜ ବ୍ୟବସ୍ଥା ଉକ୍ତ ୱାର୍ଡରେ ନକରି, ତାହାକୁ ଜେସିବି ମେସିନ ଦ୍ୱାରା ଉଦ୍ଦେଶ୍ୟମୂଳକ ଭାବେ ଭାଙ୍ଗି ମାଟିରେ ମିଶାଇଦେଇଥିଲେ। ଯାହାଦ୍ୱାରା ତାଙ୍କ ଗୃହକୁ ପ୍ରବେଶ କରିବାପାଇଁ ପ୍ରବେଶ ପଥ ଏବଂ ଗୃହର ଡ୍ରେନେଜ ପଥ ମଧ୍ୟ ବନ୍ଦ ହୋଇଯାଇଥିଲା।

ତେବେ ଆଇନଜୀବୀ ଶ୍ରୀ ଅଗ୍ରୱାଲ ଏବଂ ତାଙ୍କ ପରିବାରବର୍ଗ ବର୍ଷା ଜଳ ଜମା ହେବାରୁ ଏହାଦ୍ୱାରା ପ୍ରଭାବିତ ହୋଇ ବିଭିନ୍ନ ପ୍ରକାର ଦୁଃସାଧ୍ୟ ରୋଗରେ ପୀଡ଼ିତ ହୋଇ ଲକ୍ଷାଧିକ ଟଙ୍କା ଖର୍ଚ୍ଚାନ୍ତ ହୋଇଛନ୍ତି।  ଏବଂ ବର୍ଷା ଜଳ ଘରେ ପ୍ରବେଶ କରିବାରୁ କ୍ଷତିଗ୍ରସ୍ତ ହୋଇଥିବା ନିଜ ଘରର ଅଂଶକୁ ମରାମତି କରି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଛନ୍ତି।

ତେବେ ଜବରଦଖଲ ଉଚ୍ଛେଦ କରିବା ଉଦ୍ଦେଶ୍ୟରେ ଆଇନଜୀବୀ ଶ୍ରୀ ଅଗ୍ରୱାଲଙ୍କ ଘର ସମ୍ମୁଖରେ ଥିବା ସୋକପିଟକୁ ବାଣପୁର ଏନଏସି ଅଧିକାରୀ ଭାଙ୍ଗିଦେଇଥିବା ବେଳେ ଉକ୍ତ ୱାର୍ଡରେ ଚି଼ହ୍ନଟ ହୋଇଥିବା ଅନେକ ଜବରଦଖଲକାରୀଙ୍କ ଜବରଦଖଲ ଅଂଶକୁ ଅଦ୍ୟାବଧି ଅଢେଇ ମାସରୁ ଉର୍ଦ୍ଧ୍ଵ ସମୟ ବିତିଯାଇଥିଲେ ସୁଦ୍ଧା ଅନୁଗ୍ରହ ଦେଖାଇ ତାହାକୁ ଉଚ୍ଛେଦ ନକରି ପାତର ଅନ୍ତର ନିତି ଅବଲମ୍ବନ କରିଥିବା ସ୍ପଷ୍ଟ ବାରି ହେଉଛି।

ତେବେ ଉକ୍ତ ପାତରଅନ୍ତର ନିତି ଯୋଗୁଁ ଆଇନଜୀବୀ ଶ୍ରୀ ଅଗ୍ରୱାଲ ଏବଂ ତାଙ୍କ ପରିବାରବର୍ଗ ମାନସିକ ଚାପରେ ପୀଡ଼ିତ ହୋଇ ଏହାର କ୍ଷତିପୂରଣ ସହିତ ବର୍ଷା ଜଳ ପ୍ରବେଶ ଯୋଗୁଁ ଘରର ନଷ୍ଟ ହୋଇଥିବା ଅଂଶର ମରାମତି ଏବଂ ଚିକିତ୍ସା ବାବଦରେ ସମୁଦାୟ ୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ନିମନ୍ତେ ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଓଡ଼ିଶା ମ୍ୟୁନିସିପାଲ ଆଇନ ଅନୁଯାୟୀ ନୋଟିସ ପଠାଇଛନ୍ତି।

BJP Ads
ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଭୀମ ଭୋଇ ମହାବିଦ୍ୟାଳୟର ପ୍ରାଧ୍ୟାପିକାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

October 30, 2025

ଲଗାଣ ବର୍ଷା ଯୋଗୁଁ ଭାଙ୍ଗିଲା ସ୍କୁଲ ପାଚେରୀ

October 29, 2025

ଚିଲିକା: ସ୍ମୃତିଚାରଣ ସଭାରେ ବରିଷ୍ଠ ନାଗରିକ ଓ ପ୍ରତିଭାଧାରୀଙ୍କୁ ସମ୍ବର୍ଦ୍ଧନା

October 28, 2025

ଭୁବନେଶ୍ୱର ‘ମା ଉର୍ତ୍ତର ମୁଖି ଫାଉଣ୍ଡେସନ’ ପକ୍ଷରୁ ମୋହିନୀ ପ୍ରମିଳା ବୃଦ୍ଧାଶ୍ରମରେ ସେବା କାର୍ଯ୍ୟ

October 27, 2025
BJP Ads
Latest News

ପୂର୍ବତଟ ରେଳପଥ ମୁଖ୍ୟାଳୟରେ ରାଷ୍ଟ୍ରିୟ ଏକତା ଦିବସ ପାଳିତ

October 31, 2025

ରାଷ୍ଟ୍ରୀୟ ଏକତା ଦିବସ ୨୦୨୫ ଅବସରରେ ‘ରନ୍‍ ଫର୍‍ ୟୁନିଟି’ର ଶୁଭାରମ୍ଭ କଲେ କେନ୍ଦ୍ର ଗୃହମନ୍ତ୍ରୀ

October 31, 2025

“ବିକଶିତ ଭାରତ” ଗଠନରେ ଆଦିବାସୀ ଯୁବ ନେତୃତ୍ୱ ହେବ ପ୍ରଗତିର ଭିତ୍ତି: ଡକ୍ଟର ମନସୁଖ ମାଣ୍ଡଭିୟ

October 31, 2025

୨୦୨୫ ବର୍ଷ ପାଇଁ ୧,୪୬୬ ଜଣଙ୍କୁ ‘କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଦକ୍ଷତା ପଦକ’

October 31, 2025

Reliance Jio: ଜିଓ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର, ୧୮ ମାସ ପାଇଁ ମାଗଣାରେ ମିଳିବ ଗୁଗୁଲ୍ ଏଆଇ ପ୍ରୋ

October 31, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.