Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର ଏନଏସି ଇଓଙ୍କୁ ୫ ଲକ୍ଷର କ୍ଷତିପୂରଣ ନୋଟିସ ପଠାଇଲେ ଆଇନଜୀବୀ
ଆଞ୍ଚଳିକ

ବାଣପୁର ଏନଏସି ଇଓଙ୍କୁ ୫ ଲକ୍ଷର କ୍ଷତିପୂରଣ ନୋଟିସ ପଠାଇଲେ ଆଇନଜୀବୀ

August 18, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
Banpur News
ବାଣପୁର ଏନଏସି ଇଓଙ୍କୁ ୫ ଲକ୍ଷର କ୍ଷତିପୂରଣ ନୋଟିସ ପଠାଇଲେ ଆଇନଜୀବୀ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ନିମନ୍ତେ ନୋଟିସ ପଠାଇଛନ୍ତି ଆଇନଜୀବୀ ସୀତାରାମ ଅଗ୍ରୱାଲ। ସୂଚନା ମୁତାବକ ବାଣପୁର ଏନଏସି ଅନ୍ତର୍ଗତ ୧୦ ନମ୍ବର ୱାର୍ଡ (ତଳସାହି) ବାସିନ୍ଦା ଆଇନଜୀବୀ ଶ୍ରୀ ଅଗ୍ରୱାଲଙ୍କ ଘରେ ବର୍ଷା ଜଳ ପ୍ରବେଶ କରୁଥିବାବେଳେ ଏହାର ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ବାଣପୁର ଏନଏସି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ଏହାର ସମାଧାନ ହୋଇପାରିନାହିଁ। ତେଣୁ ଉକ୍ତ ସମସ୍ୟାର ନିରାକରଣ ପାଇଁ ଆଇନଜୀବୀ ଶ୍ରୀ ଅଗ୍ରୱାଲ ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ପୁର୍ବରୁ ଏକ ରିଟ ପିଟିସନ ଦାୟର କରିଥିଲେ ଏବଂ ଉକ୍ତ ସମସ୍ୟାର ନିରାକରଣ ପାଇଁ ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ।

କିନ୍ତୁ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ବେଖାତିର କରି ଏବଂ ବୈମାତୃକ ମନୋଭାବ ପୋଷଣ କରି ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଆଇନଜୀବୀ ଶ୍ରୀ ଅଗ୍ରୱାଲଙ୍କୁ ହଇରାଣ କରିବା ଉଦ୍ଦେଶ୍ୟରେ ଗତ ମଇ ମାସ ୨୩ ତାରିଖରେ ତାଙ୍କ ଘର ସମ୍ମୁଖରେ ଥିବା ସୋକପିଟ ଯାହାକି ବର୍ଷାଜଳ ନିଷ୍କାସନ ପାଇଁ ଏକମାତ୍ର ବ୍ୟବସ୍ଥା ଥିଲା, କୌଣସି ଡ୍ରେନେଜ ବ୍ୟବସ୍ଥା ଉକ୍ତ ୱାର୍ଡରେ ନକରି, ତାହାକୁ ଜେସିବି ମେସିନ ଦ୍ୱାରା ଉଦ୍ଦେଶ୍ୟମୂଳକ ଭାବେ ଭାଙ୍ଗି ମାଟିରେ ମିଶାଇଦେଇଥିଲେ। ଯାହାଦ୍ୱାରା ତାଙ୍କ ଗୃହକୁ ପ୍ରବେଶ କରିବାପାଇଁ ପ୍ରବେଶ ପଥ ଏବଂ ଗୃହର ଡ୍ରେନେଜ ପଥ ମଧ୍ୟ ବନ୍ଦ ହୋଇଯାଇଥିଲା।

ତେବେ ଆଇନଜୀବୀ ଶ୍ରୀ ଅଗ୍ରୱାଲ ଏବଂ ତାଙ୍କ ପରିବାରବର୍ଗ ବର୍ଷା ଜଳ ଜମା ହେବାରୁ ଏହାଦ୍ୱାରା ପ୍ରଭାବିତ ହୋଇ ବିଭିନ୍ନ ପ୍ରକାର ଦୁଃସାଧ୍ୟ ରୋଗରେ ପୀଡ଼ିତ ହୋଇ ଲକ୍ଷାଧିକ ଟଙ୍କା ଖର୍ଚ୍ଚାନ୍ତ ହୋଇଛନ୍ତି।  ଏବଂ ବର୍ଷା ଜଳ ଘରେ ପ୍ରବେଶ କରିବାରୁ କ୍ଷତିଗ୍ରସ୍ତ ହୋଇଥିବା ନିଜ ଘରର ଅଂଶକୁ ମରାମତି କରି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଛନ୍ତି।

ତେବେ ଜବରଦଖଲ ଉଚ୍ଛେଦ କରିବା ଉଦ୍ଦେଶ୍ୟରେ ଆଇନଜୀବୀ ଶ୍ରୀ ଅଗ୍ରୱାଲଙ୍କ ଘର ସମ୍ମୁଖରେ ଥିବା ସୋକପିଟକୁ ବାଣପୁର ଏନଏସି ଅଧିକାରୀ ଭାଙ୍ଗିଦେଇଥିବା ବେଳେ ଉକ୍ତ ୱାର୍ଡରେ ଚି଼ହ୍ନଟ ହୋଇଥିବା ଅନେକ ଜବରଦଖଲକାରୀଙ୍କ ଜବରଦଖଲ ଅଂଶକୁ ଅଦ୍ୟାବଧି ଅଢେଇ ମାସରୁ ଉର୍ଦ୍ଧ୍ଵ ସମୟ ବିତିଯାଇଥିଲେ ସୁଦ୍ଧା ଅନୁଗ୍ରହ ଦେଖାଇ ତାହାକୁ ଉଚ୍ଛେଦ ନକରି ପାତର ଅନ୍ତର ନିତି ଅବଲମ୍ବନ କରିଥିବା ସ୍ପଷ୍ଟ ବାରି ହେଉଛି।

ତେବେ ଉକ୍ତ ପାତରଅନ୍ତର ନିତି ଯୋଗୁଁ ଆଇନଜୀବୀ ଶ୍ରୀ ଅଗ୍ରୱାଲ ଏବଂ ତାଙ୍କ ପରିବାରବର୍ଗ ମାନସିକ ଚାପରେ ପୀଡ଼ିତ ହୋଇ ଏହାର କ୍ଷତିପୂରଣ ସହିତ ବର୍ଷା ଜଳ ପ୍ରବେଶ ଯୋଗୁଁ ଘରର ନଷ୍ଟ ହୋଇଥିବା ଅଂଶର ମରାମତି ଏବଂ ଚିକିତ୍ସା ବାବଦରେ ସମୁଦାୟ ୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ନିମନ୍ତେ ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଓଡ଼ିଶା ମ୍ୟୁନିସିପାଲ ଆଇନ ଅନୁଯାୟୀ ନୋଟିସ ପଠାଇଛନ୍ତି।

ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ମା’ଭଗବତୀଙ୍କ ଦୋଳପର୍ବ ଆରମ୍ଭ: ଚ଼ନ୍ଦ୍ରଗ୍ରହଣ ଯୋଗୁଁ ପୂର୍ଣ୍ଣମୀ ନୀତିକାନ୍ତିରେ ପରିବର୍ତ୍ତନ

February 27, 2026

ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀଙ୍କ ପ୍ରବୋଧନ ଶିକ୍ଷା ତାଲିମ କେନ୍ଦ୍ର ପରିଦର୍ଶନ

February 27, 2026

ବାଲୁଗାଁ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷଙ୍କ ବିୟୋଗରେ ସ୍ମୃତି ଚ଼ାରଣ ସଭା

February 27, 2026

ଚିତ୍ରାଚାର୍ଯ୍ୟ ପଦ୍ମଶ୍ରୀ ଉପେନ୍ଦ୍ର ମହାରଥିଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧୋତ୍ସବ: ଜନ୍ମମାଟିରେ ପ୍ରତିମୂର୍ତ୍ତି ଉନ୍ମୋଚିତ

February 25, 2026
Latest News

ଅଭିନେତା ବିଜୟଙ୍କ ଭଙ୍ଗିବ ପ୍ରାୟ ୨୭ ବର୍ଷର ବୈବାହିକ ସମ୍ପର୍କ?: ଛାଡପତ୍ର ପାଇଁ ଆବେଦନ କଲେ ପତ୍ନୀ

February 27, 2026

୨୦୦୨ ଏବଂ ୨୦୨୫ ଭୋଟର ତାଲିକାର ଏସଆଇଆର ମ୍ୟାପିଂ

February 27, 2026

ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

February 27, 2026

ମା’ଭଗବତୀଙ୍କ ଦୋଳପର୍ବ ଆରମ୍ଭ: ଚ଼ନ୍ଦ୍ରଗ୍ରହଣ ଯୋଗୁଁ ପୂର୍ଣ୍ଣମୀ ନୀତିକାନ୍ତିରେ ପରିବର୍ତ୍ତନ

February 27, 2026

ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀଙ୍କ ପ୍ରବୋଧନ ଶିକ୍ଷା ତାଲିମ କେନ୍ଦ୍ର ପରିଦର୍ଶନ

February 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.