ବାଣପୁର: ଚିଲିକା -ବାଲୁଗାଁ ରୋଟାରୀ କ୍ଲବ୍ ପକ୍ଷରୁ ଆଜି ଗମ୍ଭାରୀମୁଣ୍ଡା ସ୍ଥିତ ପତିତପାବନ କଲ୍ୟାଣ ମଣ୍ଡପ ଠାରେ ଏକ ମାଗଣା ଚକ୍ଷୁ ଓ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ରୋଟାରୀ କ୍ଲଵର ସଭାପତି ରୋଟାରିଆନ ଗଜେନ୍ଦ୍ର ସେଠି ଓ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଚିକିତ୍ସକ ରୋଟାରୀଆନ ଡାକ୍ତର ସୁରେନ୍ଦ୍ରନାଥ ଦାସଙ୍କ ନେତୃତ୍ୱରେ ଅୟୋଜିତ ଉକ୍ତ ଦାତବ୍ୟ ଚିକିତ୍ସା ଶିବିରରେ ବ୍ରହ୍ମପୁରସ୍ଥିତ ରୁବି ଚକ୍ଷୁ ଚିକିତ୍ସାଳୟର ଡାକ୍ତର ସାକ୍ଷୀ ନଉଟିଆଲ, ଡାକ୍ତର ପ୍ରତିମା ଗୌଡ଼,ଡାକ୍ତର ସୁଜିତ୍ କୁମାର ଦାଶ ଓ ସହକର୍ମୀବୃନ୍ଦ ଚିକିତ୍ସାରେ ସହୟତା କରିଥିଲେ। ଏଥିରେ ବାଣପୁର ଓ ଗମ୍ଭାରୀମୁଣ୍ଡା ଅଞ୍ଚଳର ପଚାଶରୁ ଉର୍ଦ୍ଧ୍ବ ରୋଗୀଙ୍କର ଚକ୍ଷୁ ଚିକିତ୍ସା କରାଯାଇଥିଲା।
ଚିଲିକା- ବାଲୁଗାଁ ରୋଟାରୀ କ୍ଲବର ସମ୍ପାଦକ ରୋଟରିଆନ ଯଦୁମଣୀ ତରାଇ , ପୂର୍ବତନ ସଭାପତି ସତ୍ୟେନ୍ଦ୍ର ସ୍ୱାଇଁ, ଜାନକୀବଲ୍ଲଭ ପଟ୍ଟନାୟକ, ଡ଼କ୍ଟର କୈଳାସ ଚନ୍ଦ୍ର ମହାରଣା, ଭାଗିରଥୀ ସ୍ୱାଇଁ, ସୁକାନ୍ତ ବିଶ୍ୱାଳ ଉପସ୍ଥିତି ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଥିରେ ନବାଗତ ରୋଟାରିଆନ ସୁରେଶ ମହାପାତ୍ର ,ଦ୍ୱାରିକାନାଥ ନନ୍ଦ,ପୀୟୁଷ ପ୍ରସାଦ ହରିଚନ୍ଦନ,ଭାଗିରଥୀ ସ୍ୱାଇଁ, କେଳୁଚରଣ ଖୁଣ୍ଟିଆ ପ୍ରମୁଖ ରୋଗୀମାନଙ୍କୁ ସ୍ଵାଗତ କରିବା ସହିତ ସହାୟତା ପ୍ରଦାନ କରିଥିଲେ।