Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର ଏନଏସିରେ ଆରଟିଆଇରେ ମିଳୁନି ତଥ୍ୟ, ଭିଜିଲାନ୍ସ ତଦନ୍ତ ଓ ସ୍ୱତନ୍ତ୍ର ଅଡିଟ ଦାବି
ଆଞ୍ଚଳିକ

ବାଣପୁର ଏନଏସିରେ ଆରଟିଆଇରେ ମିଳୁନି ତଥ୍ୟ, ଭିଜିଲାନ୍ସ ତଦନ୍ତ ଓ ସ୍ୱତନ୍ତ୍ର ଅଡିଟ ଦାବି

August 28, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବାଣପୁର ଏନଏସି
ଶେଷରେ ବଦଳିଲେ ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ: ବିରୁଦ୍ଧରେ ଅଭିଯୋଗର ଲମ୍ବା ଫର୍ଦ୍ଦ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି କାର୍ଯ୍ୟାଳୟରେ ସୂଚନା ଅଧିକାର ଆଇନ-୨୦୦୫ କୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଛି। ଏହି ଆଇନକୁ ଜନ ସୂଚନା ଅଧିକାରୀ (ପିଆଇଓ) ଠିକ ଭାବରେ ଅନୁପାଳନ କରୁନାହାନ୍ତି। ଏ ନେଇ ଅଭିଯୋଗ କରିଛନ୍ତି ସ୍ଥାନୀୟ ଆଇନଜୀବୀ ତଥା ସୂଚନା ଅଧିକାର କର୍ମୀ ସୀତାରାମ ଅଗ୍ରୱାଲ।

ଶ୍ରୀ ଅଗ୍ରୱାଲଙ୍କ ଅଭିଯୋଗ ମୁତାବକ ବାଣପୁର ଏନଏସିରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଯଥା ସାନିଟେସନ, ପେଭର ବ୍ଲକ ରୋଡ ନିର୍ମାଣ, ପୋଖରୀ ସୌନ୍ଦର୍ଯ୍ୟକରଣ, ଅଳିଆ ବୁହା ବ୍ୟାଟେରୀ ଗାଡି, ସ୍ୱୟଂ ସହାୟକ ଗୋଷ୍ଠୀ ପାଇଥିବା ଟେଣ୍ଡର, ଜେମ ପୋର୍ଟାଲରୁ କ୍ରୟ ହୋଇଥିବା ବସ୍ତୁ, ନୂତନ ଏନଏସି କାର୍ଯ୍ୟାଳୟର ଆସବାବପତ୍ର କ୍ରୟ ଆଦି ବିଷୟକୁ ନେଇ ଜୁଲାଇ ୨୧ ତାରିଖରେ ସମୁଦାୟ ୧୬ ଗୋଟି ପ୍ରଶ୍ନର ଉତ୍ତର ଆରଟିଆଇ ଯୋଗେ ବାଣପୁର ଏନଏସି କୁ ମାଗିଥିଲେ।

ଆବେଦନପତ୍ର ଗ୍ରହଣର ୩୦ଦିନ ଭିତରେ ଆବେଦନକାରୀଙ୍କୁ ସୂଚନା ପ୍ରଦାନ କରିବାର ବିଧି ରହିଥିବା ବେଳେ ଅଦ୍ୟାବଧି ଆବେଦନକାରୀ ଶ୍ରୀ ଅଗ୍ରୱାଲଙ୍କୁ ବାଣପୁର ଏନଏସି ସୂଚନା ପ୍ରଦାନ କରିନାହିଁ। ତେଣୁ ବାଧ୍ୟ ହୋଇ ସେ ଗତକାଲି ପ୍ରଥମ ଅପିଲ କର୍ତ୍ତୃପକ୍ଷ ତଥା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନିକଟରେ ପ୍ରଥମ ଅପିଲ କରିଥିବା ଜଣାପଡିଛି।

ତେବେ ବାଣପୁର ଏନଏସି କାର୍ଯ୍ୟାଳୟରେ ଆରଟିଆଇ ନିୟମକୁ ଖାମଖିଆଲି ଭାବେ ଗ୍ରହଣ କରାଯାଉଥିବାରୁ ଏଥିରେ କ୍ଷୁବ୍ଧ ହୋଇଛନ୍ତି ଆବେଦନାକରି ତଥା ଅନ୍ୟ ସୂଚନା ଅଧିକାର କର୍ମୀମାନେ। କୌଣସି ଦୁର୍ନୀତିର ଗୁମର ଖୋଲିଯିବା ଭୟରେ ବାଣପୁର ଏନଏସି ପିଆଇଓ ଆରଟିଆଇରେ ସୂଚନା ଦେଉନଥିବା ଆଲୋଚନା ଜୋର ଧରିଛି।

ତେବେ ଉକ୍ତ ଘଟଣାରେ ଏକାଧିକ ସୂଚନା ଅଧିକାରୀ କର୍ମୀ ଏବଂ ବାଣପୁରର ବୁଦ୍ଧିଜୀବୀମାନେ ସନ୍ଦେହ ପ୍ରକାଶ କରି ଉକ୍ତ ଉନ୍ନୟନ କାର୍ଯ୍ୟଗୁଡିକର ଭିଜିଲାନ୍ସ ତଦନ୍ତ ସୁପାରିଶ ପାଇଁ ଏବଂ ବାଣପୁର ଏନଏସି କାର୍ଯ୍ୟାଳୟର ସ୍ୱତନ୍ତ୍ର ଅଡିଟ ପାଇଁ ସ୍ଥାନୀୟ ବିଧାୟକ ତଥା ଆଇନ ମନ୍ତ୍ରୀ ଏବଂ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଥିବା ବେଳେ ଖୁବଶୀଘ୍ର ଏ ନେଇ ଓଡିଶା ଭିଜିଲାନ୍ସର ଦ୍ୱାରସ୍ତ ହେବେ ବୋଲି ଶୁଣିବାକୁ ମିଳିଛି।

ଅନୁରୂପ ଭାବେ ଯଦି ପ୍ରଥମ ଅପିଲ ର ଅବଧି ମଧ୍ୟରେ ସମସ୍ତ ସୂଚନା ମିଳେ ନାହିଁ, ତେବେ ଆବେଦନକାରି ଶ୍ରୀ ଅଗ୍ରୱାଲ ଦ୍ଵିତୀୟ ଅପିଲ କର୍ତ୍ତୃପକ୍ଷ ତଥା ରାଜ୍ୟ ସୂଚନା କମିଶନ ଏବଂ ମାନ୍ୟବର ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ତ ହେବେ ବୋଲି କହିଛନ୍ତି। ତେବେ ବାଣପୁର ଏନଏସି ଆରଟିଆଇ ରେ ସୂଚନା ନଦେବାର ଅଭିପ୍ରାୟ ସନ୍ଦେହ ଘେରରେ ଥିବା ବେଳେ ଖୋର୍ଦ୍ଧା ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

ଆରଟିଆଇ ବାଣପୁର ଏନଏସି ଭିଜିଲାନ୍ସ ତଦନ୍ତ ଦାବି
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 14, 2026

ବାଲୁଗାଁ: ସାମ୍ବାଦିକଙ୍କ ମାତୃ ବିୟୋଗ

March 12, 2026

ଗୋଦାବରୀଶ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ଉପରେ ଡିଜିଟାଲ ଭିଡିଓ ପ୍ରଦର୍ଶନ କାର୍ଯ୍ୟକ୍ରମ

March 11, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

March 10, 2026
Latest News

ଆଜି ୧୬ ତାରିଖ ସୋମବାରରେ ସାତୋଟି ରାଶିର ବ୍ୟକ୍ତିମାନେ ସ୍ବାସ୍ଥ୍ୟ ପ୍ରତି ରୁହନ୍ତୁ ସାବଧାନ

March 16, 2026

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.