ରଣପୁର: ତୃତୀୟ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ନୟାଗଡ ଜିଲ୍ଲା ରଣପୁର ବ୍ଲକ ନରସିଂହପୁର କ୍ଲଷ୍ଟରର ପାମ୍ପଡା ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ନରସିଂହପୁର ମଧ୍ୟ ଇଂରାଜୀ ବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଶିକ୍ଷବିତ୍ ଅଶୋକ କୁମାର ଦାଶ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।
ଏହି ବୈଠକ କ୍ଲଷ୍ଟରର ସାଧନ କେନ୍ଦ୍ର ସଂଯୋଜକ ସୁଶୀଲ କୁମାର ରଣାଙ୍କ ତତ୍ୱାବଧାନରେ ଓ ପାମ୍ପଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମଧୁଛନ୍ଦା ମହାନ୍ତି ଙ୍କ ସହଯୋଗରେ ପରିଚାଳିତ ହୋଇ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ ହୋଇଯାଇଛି। ଏହି ବୈଠକରେ ପୂର୍ବ ମାସ (ଅଗଷ୍ଟ)ର ବିଷୟବସ୍ତୁ, ନିପୁଣ ସପ୍ତାହ, ଶିକ୍ଷଣ ସୋପାନ ବ୍ୟବହାର, ଏକାଡେ଼ମିକ କ୍ୟାଲେଣ୍ଡର, ବିଦ୍ୟାଳୟ ପରିଦର୍ଶନ ଆଦି ପ୍ରସଙ୍ଗ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା। ଶିକ୍ଷକ ଭ୍ରମରବର ତାଡ଼ ଓ ଭାଗବତ ଜେନା ବହୁ ଶ୍ରେଣୀ ଶିକ୍ଷାଦନ କୁ ନେଇ ମଡେଲ ଶିକ୍ଷାଦନ କରିଥିଲେ। ସାଧନ କେନ୍ଦ୍ର ସଯୋଜକ ଶ୍ରୀ ରଣା ସମ୍ପୂର୍ଣ ବିଷୟ ବସ୍ତୁ ଆଲୋଚନା କରିଥିଲେ।
ଏହି କାର୍ଯ୍ୟକ୍ରମରେ କ୍ଲଷ୍ଟରର ୮ଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ଓ ଏଫ.ଏଲ.ଏନ. ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସ୍ଵର୍ଣ୍ଣଲତା ସିଂଦେଓ, ବିନୋଦିନୀ କୁଣ୍ଡ, ସୁକାନ୍ତ କୁମାର ସାହୁଙ୍କ ସମେତ ସମସ୍ତେ ସମ୍ପୂର୍ଣ ସହଯୋଗ କରିଥିଲେ। ଅଜୟ କୁମାର ସାହୁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।