ବାଣପୁର: ସାକ୍ଷର ହେବା, ପଢିବା, ଲେଖିବା ଏବଂ ସଂଖ୍ୟା ଜ୍ଞାନ ପ୍ରତ୍ୟେକ ବ୍ୟକ୍ତିଙ୍କର ଏକ ମୌଳିକ ଆବଶ୍ୟକତା ଯାହାକୁ ସୁନିଶ୍ଚିତ କରିବା ପାଇଁ ଜାତୀୟ ଶିକ୍ଷା ନୀତି – ୨୦୨୦ ର ପ୍ରସ୍ତାବ ଆଧାରିତ ଭାରତ ସରକାରଙ୍କ ଦ୍ୱାରା ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ଯୋଜନା ଆରମ୍ଭ ହୋଇଛି ଯାହାର ସର୍ବଜନପ୍ରିୟ ନାମ ହେଉଛି ‘ଉଲ୍ଲାସ’ (ULLAS – Understanding Lifelong Learning For All in Society – ସମାଜରେ ସମସ୍ତଙ୍କ ପାଇଁ ଆଜୀବନ ଶିକ୍ଷା କୁ ବୁଝିବା) ଏହି ଯୋଜନାର ଲକ୍ଷ ହେଉଛି ୧୫ ରୁ ୩୫ ବୟସର ଅଣ-ସାକ୍ଷର ବ୍ୟକ୍ତିଙ୍କୁ ସାକ୍ଷର କରିବା ଓ ସମଗ୍ର ରାଜ୍ୟ ତଥା ଦେଶକୁ ସଂପୂର୍ଣ୍ଣ ସାକ୍ଷର ରାଜ୍ୟ ତଥା ଦେଶ ଭାବେ ପରିଚିତ ହେଵା। ଅନ୍ତରାଷ୍ଟ୍ରୀୟ ସାକ୍ଷରତା ଦିବସ ୨୦୨୫ ଅବସରରେ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ, ବାଣପୁର ତରଫରୁ ଅଦ୍ୟ ତା ୦୮-୦୯-୨୦୨୫ ରିଖ ଦିନ ଗୋଦାବରୀଶ ସରକାରୀ ଉଚ୍ଚ ବିଦ୍ୟାଳୟ, ବାଣପୁର ଠାରେ ବ୍ଲକ ସ୍ତରୀୟ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ – ‘ଉଲ୍ଲାସ’ ଅନୁଷ୍ଠିତ ହୋଇଥିଲା।
ଉକ୍ତ କାର୍ଯ୍ୟକ୍ରମରେ ବାଣପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ସନାତନ ଜାଲୀ ସଭାପତିତ୍ୱ କରିଥିଲେ ଓ ବ୍ଲକର ସମସ୍ତ ୧୫୭ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ସମସ୍ତ ସି. ଆର. ସି. ସି. ଉପସ୍ଥିତ ଥିଲେ। ସି. ଆର. ସି. ସି. ସୂର୍ଯ୍ୟକାନ୍ତ ବେହେରା ଆଜିର ଡିଜିଟାଲ ଯୁଗରେ ସାକ୍ଷରତାକୁ ପ୍ରୋତ୍ସାହନ ସମ୍ପର୍କିତ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଏବଂ ଅଣସାକ୍ଷର ଚିହ୍ନଟ ଠାରୁ ଆରମ୍ଭ କରି ସେମନଙ୍କୁ ସାକ୍ଷରତାର ପ୍ରମାଣପତ୍ର ପ୍ରଦାନ ପର୍ଯ୍ୟନ୍ତ ର କାର୍ଯ୍ୟକ୍ରମ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ।
ସନାତନ ଜାଲୀ ବାଣପୁରର ୧୭ଟି ପଂଚାୟତ ସମେତ ବାଣପୁର NAC କୁ ‘ଉଲ୍ଲାସ’ କାର୍ଯ୍ୟକ୍ରମ ମାଧ୍ୟମରେ ଅଣସାକ୍ଷରମୁକ୍ତ କରିବାର ଯୋଜନା ସମ୍ପର୍କରେ ସମସ୍ତଙ୍କୁ ଅବଗତ କରିଥିଲେ ଓ ସମସ୍ତ ଗୋଷ୍ଠୀ, ଅଭିଭାବକ ଓ ସାକ୍ଷର ସମାଜର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ।