Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର ଠାରେ ବ୍ଲକ ସ୍ତରୀୟ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ – ‘ଉଲ୍ଲାସ’ ଅନୁଷ୍ଠିତ
ଆଞ୍ଚଳିକ

ବାଣପୁର ଠାରେ ବ୍ଲକ ସ୍ତରୀୟ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ – ‘ଉଲ୍ଲାସ’ ଅନୁଷ୍ଠିତ

September 8, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବାଣପୁର
ବାଣପୁର ଠାରେ ବ୍ଲକ ସ୍ତରୀୟ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ - 'ଉଲ୍ଲାସ' ଅନୁଷ୍ଠିତ

ବାଣପୁର: ସାକ୍ଷର ହେବା, ପଢିବା, ଲେଖିବା ଏବଂ ସଂଖ୍ୟା ଜ୍ଞାନ ପ୍ରତ୍ୟେକ ବ୍ୟକ୍ତିଙ୍କର ଏକ ମୌଳିକ ଆବଶ୍ୟକତା ଯାହାକୁ ସୁନିଶ୍ଚିତ କରିବା ପାଇଁ ଜାତୀୟ ଶିକ୍ଷା ନୀତି – ୨୦୨୦ ର ପ୍ରସ୍ତାବ ଆଧାରିତ ଭାରତ ସରକାରଙ୍କ ଦ୍ୱାରା ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ଯୋଜନା ଆରମ୍ଭ ହୋଇଛି ଯାହାର ସର୍ବଜନପ୍ରିୟ ନାମ ହେଉଛି ‘ଉଲ୍ଲାସ’ (ULLAS – Understanding Lifelong Learning For All in Society – ସମାଜରେ ସମସ୍ତଙ୍କ ପାଇଁ ଆଜୀବନ ଶିକ୍ଷା କୁ ବୁଝିବା) ଏହି ଯୋଜନାର ଲକ୍ଷ ହେଉଛି ୧୫ ରୁ ୩୫ ବୟସର ଅଣ-ସାକ୍ଷର ବ୍ୟକ୍ତିଙ୍କୁ ସାକ୍ଷର କରିବା ଓ ସମଗ୍ର ରାଜ୍ୟ ତଥା ଦେଶକୁ ସଂପୂର୍ଣ୍ଣ ସାକ୍ଷର ରାଜ୍ୟ ତଥା ଦେଶ ଭାବେ ପରିଚିତ ହେଵା। ଅନ୍ତରାଷ୍ଟ୍ରୀୟ ସାକ୍ଷରତା ଦିବସ ୨୦୨୫ ଅବସରରେ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ, ବାଣପୁର ତରଫରୁ ଅଦ୍ୟ ତା ୦୮-୦୯-୨୦୨୫ ରିଖ ଦିନ ଗୋଦାବରୀଶ ସରକାରୀ ଉଚ୍ଚ ବିଦ୍ୟାଳୟ, ବାଣପୁର ଠାରେ ବ୍ଲକ ସ୍ତରୀୟ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ – ‘ଉଲ୍ଲାସ’ ଅନୁଷ୍ଠିତ ହୋଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ବାଣପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ସନାତନ ଜାଲୀ ସଭାପତିତ୍ୱ କରିଥିଲେ ଓ ବ୍ଲକର ସମସ୍ତ ୧୫୭ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ସମସ୍ତ ସି. ଆର. ସି. ସି. ଉପସ୍ଥିତ ଥିଲେ। ସି. ଆର. ସି. ସି. ସୂର୍ଯ୍ୟକାନ୍ତ ବେହେରା ଆଜିର ଡିଜିଟାଲ ଯୁଗରେ ସାକ୍ଷରତାକୁ ପ୍ରୋତ୍ସାହନ ସମ୍ପର୍କିତ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଏବଂ ଅଣସାକ୍ଷର ଚିହ୍ନଟ ଠାରୁ ଆରମ୍ଭ କରି ସେମନଙ୍କୁ ସାକ୍ଷରତାର ପ୍ରମାଣପତ୍ର ପ୍ରଦାନ ପର୍ଯ୍ୟନ୍ତ ର କାର୍ଯ୍ୟକ୍ରମ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ।

ସନାତନ ଜାଲୀ ବାଣପୁରର ୧୭ଟି ପଂଚାୟତ ସମେତ ବାଣପୁର NAC କୁ ‘ଉଲ୍ଲାସ’ କାର୍ଯ୍ୟକ୍ରମ ମାଧ୍ୟମରେ ଅଣସାକ୍ଷରମୁକ୍ତ କରିବାର ଯୋଜନା ସମ୍ପର୍କରେ ସମସ୍ତଙ୍କୁ ଅବଗତ କରିଥିଲେ ଓ ସମସ୍ତ ଗୋଷ୍ଠୀ, ଅଭିଭାବକ ଓ ସାକ୍ଷର ସମାଜର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ।

'ଉଲ୍ଲାସ' ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ବରିଷ୍ଠ ନାଗରିକ ସଂଘର ବିଭିନ୍ନ ଦାବି ପୂରଣ କରିବା ଲାଗି ପ୍ରତିଶ୍ରୁତି ଦେଲେ ଆଇନ ମନ୍ତ୍ରୀ

March 25, 2026

ପଖାଳ ଦିବସରେ ବାଣପୁରରେ ପ୍ରଚଳିତ ମା’ଭଗବତୀଙ୍କ ଅତିପ୍ରିୟ ପଖାଳ ଭୋଗ ଲୋକକଥା

March 20, 2026

ଖୋଲିଲା ମା’ ଭଗବତୀ ମନ୍ଦିର ଭିତର ହୁଣ୍ଡି: ଜାଣନ୍ତୁ ଶ୍ରଦ୍ଧାଳୁଙ୍କ ଦାନ ଅର୍ଥ କେତେ?

March 16, 2026

ଦ୍ଵିତୀୟ ପର୍ଯ୍ୟାୟ ‘’ଉଲ୍ଲାସ” ପରୀକ୍ଷାରେ ଯୋଗ ଦେଲେ ୧୫୦୦ ନିରକ୍ଷର ପୁରୁଷ ଓ ମହିଳା

March 15, 2026
Latest News

ଦୁଷ୍କର୍ମ ଅଭିଯୋଗ ମାମଲା: ୭ ମାସ ଧରି ଫେରାର ଥିବା ଆପ ବିଧାୟକଙ୍କୁ ଗିରଫ କଲା ପୋଲିସ

March 25, 2026

‘ଚୁକ୍ତିରେ ରାଜି ହେଲା ଇରାନ, ଆମ ପାଇଁ ପଠାଇଲା ଅତ୍ୟନ୍ତ ମୂଲ୍ୟବାନ ଉପହାର’: ଟ୍ରମ୍ପଙ୍କ ବଡ଼ ଦାବି

March 25, 2026

ଆଜି ଖୋଲିବ ରତ୍ନ ଭଣ୍ଡାରର ସିନ୍ଧୁକ, ହେବ ଗଣତିମଣତି

March 25, 2026

୩ ନିଲମ୍ବିତ କଂଗ୍ରେସ ବିଧାୟକଙ୍କ କୁଶପୁତ୍ତଳିକା ଦାହ କଲା ଯୁବ କଂଗ୍ରେସ

March 25, 2026

ସିପିଗ୍ରାମ୍ସ ପୋର୍ଟାଲ ଦ୍ଵାରା ଢେଙ୍କାନାଳରେ ପାନୀୟ ଜଳ ସମସ୍ୟାର ହେଲା ସମାଧାନ

March 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.