ରେଢ଼ାଖୋଲ (କନ୍ଦର୍ପ ବେହେରା): ନାକଟିଦେଉଳ ବ୍ଲକର ଡଇଁଚା ଵାପୁଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଅବୈତନିକ ବନ୍ୟ ପ୍ରାଣୀ ସଂରକ୍ଷକ ତଥା ବର୍ତ୍ତମାନ ରେଢ଼ାଖୋଲ ବିଜ୍ଞାପିତ ଅଂଚଳ ର ଅଧ୍ୟକ୍ଷ ଶିବରାମ ସାହୁ ଙ୍କ ଦ୍ଵାରା ସ୍କୁଲ ରେ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା। ସ୍କୁଲର ପ୍ରଧାନ ଶିକ୍ଷକ ଏବଂ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ବୃକ୍ଷ ରୋପଣ ରେ ସହଯୋଗ କରିଥିଲେ।
ଚଳିତ ବର୍ଷ ଉପଖଣ୍ଡ ର ସମସ୍ତ ସ୍କୁଲ କୁ ଯାଇ ଶିବରାମ ବାବୁ ବୃକ୍ଷ ରୋପଣ ପାଇଁ ଲକ୍ଷ ରଖିଛନ୍ତି ବୋଲି ପ୍ରକାଶ କରିଛନ୍ତି। ଐତିହାସିକ ରଞ୍ଜନା ଠାରେ ଥିବା ଜଙ୍ଗଲ ରେ ପଶୁ ପକ୍ଷୀ ମାନଙ୍କ ପାଇଁ ପାଞ୍ଚ ହଜାର ଗଛ ରୋପଣ କରିଛନ୍ତି ଶିବରାମ ବାବୁ।
ଆଜିର ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ବାପୁଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ କ୍ଷୀରୋଦ ଚନ୍ଦ୍ର ପଣ୍ଡା, ଶିକ୍ଷକ ହଳଧର ସାହୁ, ମଧୁସୂଦନ ରାଉଳ ତଥା ଅନ୍ୟ କର୍ମ ଚାରି ମାନେ ସହଯୋଗ କରିଥିଲେ।