ରେଢ଼ାଖୋଲ (କନ୍ଦର୍ପ ବେହେରା): ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସ ଉପଲକ୍ଷେ ବାପୁଜୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଡଇଁଚା ଠାରେ ଏକ ବିଶେଷଜ୍ଞ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ଅନୁଷ୍ଠିତ ହୋଇଥିଲା। ଏହି ସ୍ୱାସ୍ଥ୍ୟ ଶିବିରକୁ ଡଇଁଚା ସରପଞ୍ଚ ସୌଦାମିନୀ ପ୍ରଧାନ ଫିତା କାଟି ଉଦଘାଟନ କରିଥିଲେ।
ଏହି ଶିବିରରେ ୨୧୮ ଜଣ ପୁରୁଷ ଓ ମହିଳା ବିଭିନ୍ନ ରୋଗ ପରୀକ୍ଷା କରି ଆବଶ୍ୟକୀୟ ଔଷଧ ମାଗଣାରେ ପାଇଥିଲେ। ଡାକ୍ତର ଅମୁଲ୍ୟ ରତ୍ନ ମହନ୍ତ, ଡାକ୍ତର ମାନସ କୁମାର ହୃଦୟ ରଞ୍ଜନ ସାହୁ, ଡାକ୍ତର ପ୍ରମୋଦ ସା, ଡାକ୍ତର ରୋହିତ ଗୋହିଲ, ଡାକ୍ତର ମନୋଜ କୁମାର ଉପାଧ୍ୟାୟ, ଡାକ୍ତର ସୁନିତା ବ୍ରହ୍ମା ପ୍ରମୁଖ ରୋଗୀ ମାନଙ୍କ ର ବିଭିନ୍ନ ରୋଗ ପରୀକ୍ଷା କରି ଚିକିତ୍ସା କରିଥିଲେ।
ନାକଟିଦେଉଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ଚନ୍ଦନ କୁମାର ଗୋଶ୍ବରୀ (ବିଏଏମ ), ଜଗଦୀଶ ଶାସନି (ବିଡ଼ିଏମ) ଆଶାକର୍ମୀ ପ୍ରମୁଖ ସହଯୋଗ କରିଥିଲେ। ନାକଟିଦେଉଳ ବ୍ଲକର ବିଭିନ୍ନ ସ୍ଥାନରେ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହେବ ବୋଲି ନାକଟିଦେଉଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଅମୁଲ୍ୟ ରତ୍ନ ମହନ୍ତ ପ୍ରକାଶ କରିଛନ୍ତି।