Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଶ୍ରୀ ଶ୍ରୀଦକ୍ଷେଶ୍ଵର ଭଗବତୀ ମନ୍ଦିରର ପୂଜକ ବିନାୟକ ମହାପାତ୍ରଙ୍କ ଦ୍ଵାଦଶାହ ସ୍ମୃତିସଭା
ଆଞ୍ଚଳିକ

ଶ୍ରୀ ଶ୍ରୀଦକ୍ଷେଶ୍ଵର ଭଗବତୀ ମନ୍ଦିରର ପୂଜକ ବିନାୟକ ମହାପାତ୍ରଙ୍କ ଦ୍ଵାଦଶାହ ସ୍ମୃତିସଭା

October 12, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଶ୍ରୀ ଶ୍ରୀଦକ୍ଷେଶ୍ଵର ଭଗବତୀ ମନ୍ଦିରର ପୂଜକ ବିନାୟକ ମହାପାତ୍ରଙ୍କ ଦ୍ଵାଦଶାହ ସ୍ମୃତିସଭା
ଶ୍ରୀ ଶ୍ରୀଦକ୍ଷେଶ୍ଵର ଭଗବତୀ ମନ୍ଦିରର ପୂଜକ ବିନାୟକ ମହାପାତ୍ରଙ୍କ ଦ୍ଵାଦଶାହ ସ୍ମୃତିସଭା

ବାଣପୁର: ଶ୍ରୀ ଶ୍ରୀଦକ୍ଷେଶ୍ଵର ଭଗବତୀ ମନ୍ଦିରର ବରିଷ୍ଠ ପୂଜକ ବିନାୟକ ମହାପାତ୍ରଙ୍କ ଦ୍ଵାଦଶାହ ପ୍ରାର୍ଥନା ସଭା ମା’ଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଦେବୋତ୍ତର କାର୍ଯ୍ୟାଳୟ ନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସଙ୍କ ଦ୍ୱାରା ଆୟୋଜିତ ଏହି ପ୍ରାର୍ଥନା ସଭାରେ କାର୍ଯ୍ୟାଳୟର କର୍ମଚ଼ାରୀ ସୁରେନ୍ଦ୍ର କୁମାର ସାହୁ, ଅକ୍ଷୟ କୁମାର ମିଶ୍ର, ଅଶ୍ୱିନୀ କୁମାର ମିଶ୍ର, କମଳ କୁମାର ମିଶ୍ରଙ୍କ ସହିତ ମନ୍ଦିର ନିଯୋଗୀ ସେବାୟତ ପୂଜକ ସାଆନ୍ତ ପ୍ରସନ୍ନ କୁମାର ପରିଚ୍ଛା ମହାପାତ୍ର,ସୁଆର ସେବକ କାଳିପ୍ରସାଦ ମହାପାତ୍ର, ମନ୍ଦିରଗଣକ ପାଞ୍ଜିକାର ଶରତ ଚନ୍ଦ୍ର ପଣ୍ଡିତରାୟ ,ପାଳିଆ ମାଳି ସେବକ ସଞ୍ଜୟ କୁମାର ମହାପାତ୍ର, କାଠିନାହାକ ସେବକ ଭିକାରୀ ନାୟକ,ଶିବନାୟକ, ଘଣ୍ଟୁଆ ସେବକ ଗୋପୀନାଥ ନାୟକ, କାହାଳୀ ସେବକଭିକାରୀ ମହାପାତ୍ର, ଯୋଗାଣିଆ ସେବକ ସୁଦର୍ଶନ ଦଣ୍ଡ ସେଣା ପ୍ରମୁଖ ମା’ଙ୍କ ନିକଟରେ ପ୍ରଦୀପ ପ୍ରଜ୍ବୋଳନ ପୂର୍ବକ ତାଙ୍କ ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରି ତାଙ୍କ ସ୍ମୃ ତିପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ସ୍ୱର୍ଗତ ମହାପାତ୍ର ମା’ଭଗବତୀଙ୍କ ପୂଜକ ଭାବରେ ଦୀର୍ଘ ୬୦ ବର୍ଷରୁ ଉର୍ଦ୍ଧ୍ଵକାଳସେବାକରି ବାଣପୁର ବାସୀଙ୍କ ନିକଟରେ ବୀଣା ଭାଇନା ଭାବରେ ସୁପରିଚିତ ଥିଲେ। ମା’ଙ୍କୁ ଦର୍ଶନ କରିବାକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ମାନସିକ ପୂରଣ କରି ତାଙ୍କ ପରିବାରର ମଙ୍ଗଳ ନିମନ୍ତେ ସେ ମା’ ଭଗବତୀଙ୍କୁ ଆକୁଳ ନିବେଦନ କରି ସେମାନଙ୍କୁ ଆଶୀର୍ବଚନ ପ୍ରଦାନ କରୁଥିଲେ। ବିଶେଷକରି ଶିଶୁମାନଙ୍କୁ ଜର,ଝାଡ଼ା, ହାଡ଼ଫୁଟି। ମିଳିମିଳା ଇତ୍ୟାଦି ହେଉଥିଲେ ସେ କିପରି ମା’ଙ୍କ ମନ୍ଦିରରେ ମା’ଙ୍କୁ ପ୍ରାର୍ଥନା କରି ଶିଶୁମାନଙ୍କୁ ଝଡ଼ାଫୁଙ୍କା କରି ଭଲ କରି ଦେଉଥିବାର ବିଶ୍ୱାସ ବାଣପୁର ଅଞ୍ଚଳରେ ଏବେବି ରହିଛି। ମିଷ୍ଠା ଭାଷି, ନିଷ୍ଠାପର ପୂଜକ ହିସାବରେ ମନ୍ଦିରର ସମସ୍ତ ସେବାୟତଙ୍କୁ ନେଇ ସମସ୍ତ ପୂଜା ପାର୍ବଣ, ନୀତିକାନ୍ତି ଶୃଙ୍ଖଳାର ସହିତକରିଥିବାରୁ ତାଙ୍କୁ ସମସ୍ତେ ସମ୍ମାନ ଜଣାଉଥିଲେ।

ସେହିଭଳି ଜଣେ ଅମାୟିକ ଅଭିଜ୍ଞ ସମ୍ପର୍ଣ୍ଣ ସେବାୟତଙ୍କ ବିୟୋଗରେ ମନ୍ଦିରର ବହୁ କ୍ଷତି ହୋଇଛି ବୋଲି ପ୍ରକାଶ କରି ତାଙ୍କ ଦିବଙ୍ଗତ ଆତ୍ମା ମା’ଭଗବତୀଙ୍କ ଚ଼ରଣାରବିନ୍ଦରେ ଚିରସମର୍ପିତ ହୋଇ ସଦଗତିଲାଭ କରିବାପାଇଁ ମା’ଙ୍କ ପାଖରେ ପ୍ରାର୍ଥନା କରାଯାଇଥିଲା।

ଦ୍ଵାଦଶାହ ସ୍ମୃତିସଭା ବିନାୟକ ମହାପାତ୍ର ଶ୍ରୀ ଶ୍ରୀଦକ୍ଷେଶ୍ଵର ଭଗବତୀ ମନ୍ଦିର
Share. Facebook Twitter LinkedIn Email WhatsApp Copy Link

Related Posts

ଗୋଦାବରୀଶ ମହାବିଦ୍ୟାଳୟରେ ମହିଳା ଆତ୍ମରକ୍ଷା କୌଶଳ ତାଲିମ୍ ଶିବିର ଉଦ୍ଘାଟିତ

January 9, 2026

ବାଣପୁରରେ ନିରନ୍ତର ଅଭିବୃଦ୍ଧି ମେଳା

January 8, 2026

ଭୀମ ଭୋଇ କଲେଜରେ ରକ୍ତଦାନ ଶିବିର: ୨୫ ୟୁନିଟ୍ ରକ୍ତ ସଂଗ୍ରହ

January 6, 2026

ବାଲୁଗାଁ: ସତସଙ୍ଗ ଶ୍ରୀମନ୍ଦିରରେ ନବମ ବାର୍ଷିକ ଉଦବୋଧନ ସ୍ମୃତି ମହୋତ୍ସବ

January 5, 2026
Latest News

କେନ୍ଦ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ‘ସମଗ୍ର ଶିକ୍ଷା’ର ନୂତନ ରୂପରେଖ ପାଇଁ ପରାମର୍ଶ ବୈଠକ

January 9, 2026

ଗୋଦାବରୀଶ ମହାବିଦ୍ୟାଳୟରେ ମହିଳା ଆତ୍ମରକ୍ଷା କୌଶଳ ତାଲିମ୍ ଶିବିର ଉଦ୍ଘାଟିତ

January 9, 2026

୭୦ତମ “ଅତି ବିଶିଷ୍ଟ ରେଳ ସେବା ପୁରଷ୍କାର- ୨୦୨୫” ରେ ସମ୍ମାନିତ ହେଲେ ୧୦୦ କର୍ମଚାରୀ

January 9, 2026

ଜାନୁଆରୀ ୧୨ରେ ଅହମ୍ମଦାବାଦଠାରେ ଜର୍ମାନ ଚାନ୍ସେଲର ମର୍ଜଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ

January 9, 2026

ଓଡିଶା ଦକ୍ଷତା ପ୍ରତିଯୋଗିତାର ସମାପନୀ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

January 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.