Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଶ୍ରୀ ଶ୍ରୀଦକ୍ଷେଶ୍ଵର ଭଗବତୀ ମନ୍ଦିରର ପୂଜକ ବିନାୟକ ମହାପାତ୍ରଙ୍କ ଦ୍ଵାଦଶାହ ସ୍ମୃତିସଭା
ଆଞ୍ଚଳିକ

ଶ୍ରୀ ଶ୍ରୀଦକ୍ଷେଶ୍ଵର ଭଗବତୀ ମନ୍ଦିରର ପୂଜକ ବିନାୟକ ମହାପାତ୍ରଙ୍କ ଦ୍ଵାଦଶାହ ସ୍ମୃତିସଭା

October 12, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଶ୍ରୀ ଶ୍ରୀଦକ୍ଷେଶ୍ଵର ଭଗବତୀ ମନ୍ଦିରର ପୂଜକ ବିନାୟକ ମହାପାତ୍ରଙ୍କ ଦ୍ଵାଦଶାହ ସ୍ମୃତିସଭା
ଶ୍ରୀ ଶ୍ରୀଦକ୍ଷେଶ୍ଵର ଭଗବତୀ ମନ୍ଦିରର ପୂଜକ ବିନାୟକ ମହାପାତ୍ରଙ୍କ ଦ୍ଵାଦଶାହ ସ୍ମୃତିସଭା

ବାଣପୁର: ଶ୍ରୀ ଶ୍ରୀଦକ୍ଷେଶ୍ଵର ଭଗବତୀ ମନ୍ଦିରର ବରିଷ୍ଠ ପୂଜକ ବିନାୟକ ମହାପାତ୍ରଙ୍କ ଦ୍ଵାଦଶାହ ପ୍ରାର୍ଥନା ସଭା ମା’ଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଦେବୋତ୍ତର କାର୍ଯ୍ୟାଳୟ ନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସଙ୍କ ଦ୍ୱାରା ଆୟୋଜିତ ଏହି ପ୍ରାର୍ଥନା ସଭାରେ କାର୍ଯ୍ୟାଳୟର କର୍ମଚ଼ାରୀ ସୁରେନ୍ଦ୍ର କୁମାର ସାହୁ, ଅକ୍ଷୟ କୁମାର ମିଶ୍ର, ଅଶ୍ୱିନୀ କୁମାର ମିଶ୍ର, କମଳ କୁମାର ମିଶ୍ରଙ୍କ ସହିତ ମନ୍ଦିର ନିଯୋଗୀ ସେବାୟତ ପୂଜକ ସାଆନ୍ତ ପ୍ରସନ୍ନ କୁମାର ପରିଚ୍ଛା ମହାପାତ୍ର,ସୁଆର ସେବକ କାଳିପ୍ରସାଦ ମହାପାତ୍ର, ମନ୍ଦିରଗଣକ ପାଞ୍ଜିକାର ଶରତ ଚନ୍ଦ୍ର ପଣ୍ଡିତରାୟ ,ପାଳିଆ ମାଳି ସେବକ ସଞ୍ଜୟ କୁମାର ମହାପାତ୍ର, କାଠିନାହାକ ସେବକ ଭିକାରୀ ନାୟକ,ଶିବନାୟକ, ଘଣ୍ଟୁଆ ସେବକ ଗୋପୀନାଥ ନାୟକ, କାହାଳୀ ସେବକଭିକାରୀ ମହାପାତ୍ର, ଯୋଗାଣିଆ ସେବକ ସୁଦର୍ଶନ ଦଣ୍ଡ ସେଣା ପ୍ରମୁଖ ମା’ଙ୍କ ନିକଟରେ ପ୍ରଦୀପ ପ୍ରଜ୍ବୋଳନ ପୂର୍ବକ ତାଙ୍କ ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରି ତାଙ୍କ ସ୍ମୃ ତିପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ସ୍ୱର୍ଗତ ମହାପାତ୍ର ମା’ଭଗବତୀଙ୍କ ପୂଜକ ଭାବରେ ଦୀର୍ଘ ୬୦ ବର୍ଷରୁ ଉର୍ଦ୍ଧ୍ଵକାଳସେବାକରି ବାଣପୁର ବାସୀଙ୍କ ନିକଟରେ ବୀଣା ଭାଇନା ଭାବରେ ସୁପରିଚିତ ଥିଲେ। ମା’ଙ୍କୁ ଦର୍ଶନ କରିବାକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ମାନସିକ ପୂରଣ କରି ତାଙ୍କ ପରିବାରର ମଙ୍ଗଳ ନିମନ୍ତେ ସେ ମା’ ଭଗବତୀଙ୍କୁ ଆକୁଳ ନିବେଦନ କରି ସେମାନଙ୍କୁ ଆଶୀର୍ବଚନ ପ୍ରଦାନ କରୁଥିଲେ। ବିଶେଷକରି ଶିଶୁମାନଙ୍କୁ ଜର,ଝାଡ଼ା, ହାଡ଼ଫୁଟି। ମିଳିମିଳା ଇତ୍ୟାଦି ହେଉଥିଲେ ସେ କିପରି ମା’ଙ୍କ ମନ୍ଦିରରେ ମା’ଙ୍କୁ ପ୍ରାର୍ଥନା କରି ଶିଶୁମାନଙ୍କୁ ଝଡ଼ାଫୁଙ୍କା କରି ଭଲ କରି ଦେଉଥିବାର ବିଶ୍ୱାସ ବାଣପୁର ଅଞ୍ଚଳରେ ଏବେବି ରହିଛି। ମିଷ୍ଠା ଭାଷି, ନିଷ୍ଠାପର ପୂଜକ ହିସାବରେ ମନ୍ଦିରର ସମସ୍ତ ସେବାୟତଙ୍କୁ ନେଇ ସମସ୍ତ ପୂଜା ପାର୍ବଣ, ନୀତିକାନ୍ତି ଶୃଙ୍ଖଳାର ସହିତକରିଥିବାରୁ ତାଙ୍କୁ ସମସ୍ତେ ସମ୍ମାନ ଜଣାଉଥିଲେ।

ସେହିଭଳି ଜଣେ ଅମାୟିକ ଅଭିଜ୍ଞ ସମ୍ପର୍ଣ୍ଣ ସେବାୟତଙ୍କ ବିୟୋଗରେ ମନ୍ଦିରର ବହୁ କ୍ଷତି ହୋଇଛି ବୋଲି ପ୍ରକାଶ କରି ତାଙ୍କ ଦିବଙ୍ଗତ ଆତ୍ମା ମା’ଭଗବତୀଙ୍କ ଚ଼ରଣାରବିନ୍ଦରେ ଚିରସମର୍ପିତ ହୋଇ ସଦଗତିଲାଭ କରିବାପାଇଁ ମା’ଙ୍କ ପାଖରେ ପ୍ରାର୍ଥନା କରାଯାଇଥିଲା।

ଦ୍ଵାଦଶାହ ସ୍ମୃତିସଭା ବିନାୟକ ମହାପାତ୍ର ଶ୍ରୀ ଶ୍ରୀଦକ୍ଷେଶ୍ଵର ଭଗବତୀ ମନ୍ଦିର
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷଙ୍କ ବିୟୋଗରେ ସ୍ମୃତି ଚ଼ାରଣ ସଭା

February 27, 2026

ନାକଟିଦେଉଳରେ ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ନିରାକରଣ ସଚେତନତା ସଭା

February 24, 2026

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ଗାଲୁଆ ଗ୍ରାମ ପଂଚାୟତରେ ‘ପଲ୍ଲୀରେ ପ୍ରଶାସନ’ ଜନଶୁଣାଣି

February 23, 2026
Latest News

ଆଜି ଫେବୃୟାରୀ ୨୮ ତାରିଖ ଶନିବାରରେ ଏହି ରାଶିଗୁଡିକ ପାଇଁ ରହିଛି ଧନ ବର୍ଷା

February 28, 2026

ଅଭିନେତା ବିଜୟଙ୍କ ଭଙ୍ଗିବ ପ୍ରାୟ ୨୭ ବର୍ଷର ବୈବାହିକ ସମ୍ପର୍କ?: ଛାଡପତ୍ର ପାଇଁ ଆବେଦନ କଲେ ପତ୍ନୀ

February 27, 2026

୨୦୦୨ ଏବଂ ୨୦୨୫ ଭୋଟର ତାଲିକାର ଏସଆଇଆର ମ୍ୟାପିଂ

February 27, 2026

ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

February 27, 2026

ମା’ଭଗବତୀଙ୍କ ଦୋଳପର୍ବ ଆରମ୍ଭ: ଚ଼ନ୍ଦ୍ରଗ୍ରହଣ ଯୋଗୁଁ ପୂର୍ଣ୍ଣମୀ ନୀତିକାନ୍ତିରେ ପରିବର୍ତ୍ତନ

February 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.