Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»କଦଳୀଗଡ଼ ଅର୍ଜୁନ ଡିଗ୍ରୀ କଲେଜ୍ ରେ ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ
ଆଞ୍ଚଳିକ

କଦଳୀଗଡ଼ ଅର୍ଜୁନ ଡିଗ୍ରୀ କଲେଜ୍ ରେ ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ

October 24, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
କଦଳୀଗଡ଼ 
କଦଳୀଗଡ଼ ଅର୍ଜୁନ ଡିଗ୍ରୀ କଲେଜ୍ ରେ ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ

ରେଢ଼ାଖୋଲ (କନ୍ଦର୍ପ ବେହେରା): କଦଳୀଗଡ଼ ସ୍ଥିତ ଅର୍ଜୁନ ଡିଗ୍ରୀ କଲେଜ୍ ରେ ସାମ୍ପ୍ରତିକ ପରିସ୍ଥିତି ରେ ମୌଳିକ କର୍ତ୍ତବ୍ୟ ର ଭୂମିକା ବିଷୟରେ ଏକ ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି।
କଲେଜ୍ ଅଧ୍ୟକ୍ଷ ଅଖିଳେନ୍ଦ୍ର ଶାସନୀ ଙ୍କ ସଭାପତିତ୍ବ ରେ ଆଲୋଚନା ଚକ୍ର ଟି ସମ୍ପାଦିତ ହେଇଥିଲା। ଉକ୍ତ ଆଲୋଚନା ଚକ୍ର ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଯୋଗଦେଇ ଛାତ୍ର ଛାତ୍ରୀ ଙ୍କୁ ଦାୟିତ୍ଵ ସମ୍ବଳିତ ବିଭିନ୍ନ ପ୍ରକାର ପ୍ରେରଣା ର ବାର୍ତ୍ତା ଦେଇଥିଲେ।

ସମ୍ମାନିତ ଅତିଥି ଭାବେ କଲେଜ୍ ପରିଚାଳନା କମିଟି ର ସଭାପତି କୃଷ୍ଣ ଚନ୍ଦ୍ର ହୋତା ଯୋଗଦେଇ ବର୍ତ୍ତମାନ ପରିସ୍ଥିତିରେ ବୈଦିକ ସଂସ୍କୃତି ଜଡ଼ିତ ବିଭିନ୍ନ କର୍ତ୍ତବ୍ୟ ଏବଂ ଦାୟିତ୍ଵ ସମ୍ପର୍କିତ ଉଦ୍ବୋଧନ ଦେଇଥିଲେ।

ବିଷୟ ବିଶେଷଜ୍ଞ ଭାବେ ଭୀମ ଭୋଇ ମହାବିଦ୍ୟାଳୟ, ରେଢ଼ାଖୋଲ ର ରାଜନୀତି ବିଜ୍ଞାନ ବିଭାଗାର ଅଧ୍ୟାପକ ଡଃ ଦିବ୍ୟ ଲୋଚନ ରାଉତ ଯୋଗ ଦେଇ ସାମ୍ପ୍ରତିକ ସମାଜ ରେ ମୌଳିକ କର୍ତ୍ତବ୍ୟ ର ପ୍ରାସଙ୍ଗିକତା ପୁଙ୍ଖନୁ ପୁଙ୍ଖ ଭାବରେ ବ୍ୟାଖ୍ୟା କରି କହିଥିଲେ ଯେ କିପରି ଆମେ କର୍ତ୍ତବ୍ୟ ସମ୍ବଳିତ ଏକ ଅଖଣ୍ଡ ଭାରତ ଗଠନ କରି ପାରିବା ଏବଂ ଭାରତ କିପରି ପରବର୍ତ୍ତୀ ସମୟରେ ବିଶ୍ଵ ଗୁରୁ ର ମର୍ଯ୍ୟାଦା ପ୍ରାପ୍ତ ହେବ। ମୌଳିକ କର୍ତ୍ତବ୍ୟ ଏବଂ ମୌଳିକ ଅଧିକାର ଗୋଟିଏ ମୁଦ୍ରା ର ଦୁଇଟି ପାର୍ଶ୍ଵ ସଦୃଶ ସେ ସମ୍ପର୍କରେ ଅନେକ ସମ୍ବଦେନ ଶୀଳ ବାର୍ତ୍ତା ପ୍ରଦାନ କରିଥିଲେ।

ଏହି ଆଲୋଚନା ଚକ୍ରରେ ବାଟଗାଁ, କିସିଣ୍ଡା, ନାକଟିଦେଉଳ, ଡ଼ଇଁଚା, କଦଳୀଗଡ଼, ରେଙ୍ଗାଲି ବଡ଼ମାଳଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ରେଢ଼ାଖୋଲ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସମେତ ଭୀମ ଭୋଇ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ଏବଂ ଅଧ୍ୟାପକ ଅଧ୍ୟାପିକା ଙ୍କ ପ୍ରତ୍ୟକ୍ଷ ଯୋଗଦାନ ରେ ଏହି ଆଲୋଚନା ଚକ୍ର ଟି ସାଫଲ୍ୟ ମଣ୍ଡିତ ହେଇଥିଲା।

ସଭା ଶେଷ ରେ ରାଜନୀତି ବିଜ୍ଞାନ ର ଅଧ୍ୟାପିକା ଅଂଶଗ୍ରହଣ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ପରିଚାଳନା କମିଟି ସମ୍ପାଦକ ଶଙ୍କର୍ଷଣ ମହାକୁଡ, ଜ୍ଞାନ ରଞ୍ଜନ ସାହୁ, ବୃଶକେତୁ ପ୍ରଧାନ , ଭୁବନେଶ୍ୱର ପ୍ରଧାନ ପ୍ରମୁଖ ଉକ୍ତ ଆଲୋଚନା ଚକ୍ରରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ମହାବିଦ୍ୟାଳୟ ର ଓଡ଼ିଆ ବିଭାଗ ଅଧ୍ୟାପିକା ବିସ୍ମିତା ମହାକୁଡ, ଇଂରାଜୀ ଅଧ୍ୟାପକ ଅବନୀ କୁମାର, ଶିକ୍ଷା ବିଭାଗ ଅଧ୍ୟାପକ ସୁଦର୍ଶନ, କର୍ମଚାରୀ ବେଲାର ସେନ ସାହୁ, ସିକୁନ ବେହେରା, ପ୍ରମୁଖ ସମସ୍ତ ପ୍ରକାର ର ସହଯୋଗ କରିଥିଲେ।

ଅର୍ଜୁନ ଡିଗ୍ରୀ କଲେଜ୍ ଆନ୍ତଃ ମହାବିଦ୍ୟାଳୟ ଆଲୋଚନା ଚକ୍ର କଦଳୀଗଡ଼
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁରରେ ଖୋଲିଲା ଯୋଗ ଶିକ୍ଷା କେନ୍ଦ୍ର: କ୍ୟାରିଅର ଗଢିବା ପାଇଁ ପାଠ୍ୟକ୍ରମ ବ୍ୟବସ୍ଥା

March 31, 2026

ଚିଲିକାରାଣୀ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର ୪୪ ତମ ବାର୍ଷିକ ଉତ୍ସବ

March 30, 2026

ଶ୍ରୀ ସତ୍ୟସାଇ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ଉତ୍ସବ

March 30, 2026

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 14, 2026
Latest News

ପୁଣି ବଢିଲା ଏଲପିଜି ମୂଲ୍ୟ: ଜାଣନ୍ତୁ କେତେ?

April 1, 2026

ରାସାୟନିକ ପଦାର୍ଥରେ ତିଆରି ଆଇସକ୍ରିମ ଏବଂ ଲସି କାରଖାନା ଠାବ: ମାଲିକ ଗିରଫ

April 1, 2026

ରାଧାକୃଷ୍ଣ ମଠ ପରିସରରେ ବ୍ରହ୍ମଚାରୀଙ୍କ ଆତ୍ମହତ୍ୟା

April 1, 2026

ପଥର ବୋଝେଇ ଟ୍ରାକ୍ଟର ଧକ୍କାରେ ଦୁଇ ଯୁବକଙ୍କ ପ୍ରାଣହାନୀ

April 1, 2026

କଟକରେ ୯୧ତମ ରାଜ୍ୟ ପୋଲିସ ପ୍ରତିଷ୍ଠା ଦିବସ ପାଳିତ

April 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.