ବାଣପୁର: ନବଭାରତ ସାକ୍ଷରତା ଅଭିଯାନ ‘ଉଲ୍ଲାସ’ କାର୍ଯ୍ୟକ୍ରମର ଏଫଏଲଏନଏଟି ର ଶିକ୍ଷାର୍ଥୀମାନଙ୍କର ପରୀକ୍ଷା ଆଜି ସ୍ଥାନୀୟ ବାନାମ୍ବର ସରକାରୀ ଉଚ୍ଚ ବିଦ୍ୟାଳୟ ଭୀମପୁର ଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ପରୀକ୍ଷାରେ ସମୁଦାୟ ୧୭୦ ଜଣ ପରୀକ୍ଷାର୍ଥୀ ଭାଗ ନେଇଥିଲେ। ଏଥି ନିମନ୍ତେ ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧକାରୀ କାର୍ଯ୍ୟାଳୟର ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଡକ୍ଟର ପ୍ରଜ୍ଞା ପରମିତା ଜେନା ପରିଭ୍ରମଣରେ ପରୀକ୍ଷାର୍ଥୀଙ୍କୁ ଯାଞ୍ଚକରି ସନ୍ତୋଷ ପ୍ରକାଶ କରିଥିଲେ। ବାଣପୁର ବ୍ଲକର ଅନ୍ୟ ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟ, କୋତରୀ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରି ମଧ୍ୟ ସନ୍ତୋଷ ପ୍ରକାଶ କରିଛନ୍ତି ଶ୍ରୀମତୀ ଜେନା।
ପ୍ରକାଶ ଥାଉ କି ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ‘ଉଲ୍ଲାସ’ ନିମନ୍ତେ ବାଣପୁର ବ୍ଲକର ବିଭିନ୍ନ ସରକାରୀ ବିଦ୍ୟାଳୟ ମାନଙ୍କରେ ୧୬୩୭ ଜଣ ପରୀକ୍ଷାର୍ଥୀ ଉପସ୍ଥାନ କରି ଉତ୍ତୀର୍ଣ୍ଣ ହୋଇଛନ୍ତି। ଏଥିପାଇଁ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ଗୋଷ୍ଠୀ ଶିକ୍ଷା ଅଧିକାରୀ ସହିତ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଓ ସମସ୍ତ ୧୨ ଜଣ ସିଆରସିସି ୧୬୩୭ ଜଣ ପରୀକ୍ଷାର୍ଥୀଙ୍କୁ ଧନ୍ୟବାଦ ଜଣାଇବା ସଙ୍ଗେ ସଙ୍ଗେ ଜିଲ୍ଲା ଶିକ୍ଷାଅଧିକାରୀଙ୍କ ନେତୃତ୍ବ କୁ ଧନ୍ୟବାଦ ଜଣାଇଛନ୍ତି।



