ରେଢ଼ାଖୋଲ (କନ୍ଦର୍ପ ବେହେରା): ବାପୁଜୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ସଫେଇ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ବିଦ୍ୟାଳୟର ଯୁକ୍ତ ଦୁଇ କଳା ବିଭାଗର ପ୍ରଥମ ଓ ଦ୍ଵିତୀୟ ବର୍ଷର ଛାତ୍ରଛାତ୍ରୀ ବିଦ୍ୟାଳୟରୁ ଜଳ ଓ ବୃକ୍ଷରୋପଣ ସମ୍ପର୍କିତ ସଚେତନତା ମୂଳକ ସ୍ଲୋଗାନ ଦେଇ ଶୋଭାଯାତ୍ରା ଆରମ୍ଭ କରିଥିଲେ।
ସ୍ଥାନୀୟ ରାମେଶ୍ୱର ବାବା ମନ୍ଦିର ପ୍ରାଙ୍ଗଣରେ ବହୁ ସଂଖ୍ୟାରେ ବୃକ୍ଷରୋପଣ ସହିତ ନିକଟସ୍ଥ ସଜାମୁଣ୍ଡା ଜଳାଶୟର ସଫେଇ କରିଥିଲେ।
ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କ୍ଷୀରୋଦ କୁମାର ପଣ୍ଡାଙ୍କ ସହିତ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଅଶ୍ୱିନୀ କୁମାର ଧଳ , ପଞ୍ଚସଖା ଶିକ୍ଷାସେତୁର ଅଧ୍ୟକ୍ଷ ପ୍ରବୀଣ କୁମାର ପ୍ରଧାନ, ଅନୁଷ୍ଠାନର ସମସ୍ତ ଶିକ୍ଷକ-ଶିକ୍ଷୟତ୍ରୀ ତଥା ଅଞ୍ଚଳର ବହୁ ବ୍ୟକ୍ତି ବିଶେଷ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
ଏହି ଅବସରରେ କୁଇଜ ଓ ଚିତ୍ରାଙ୍କନ ପ୍ରତିଯୋଗିତାର ଆୟୋଜନ କରାଯାଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।



