ରେଢ଼ାଖୋଲ (କନ୍ଦର୍ପ ବେହେରା): ନାକଟିଦେଉଳ ବ୍ଲକ ର ବିଡ଼ିଓ ଭାବରେ ଆଇଏଏସ ଶୁଭ୍ରା ପଣ୍ଡା ନିଯୁକ୍ତି ପାଇଛନ୍ତି। ଏଠାରେ ଅବସ୍ଥାପିତ ଥିବା ବିଡ଼ିଓ କ୍ଷମା ନିଧି ଭୋଇ ଙ୍କର ନୂଆପଡା ଜିଲ୍ଲାକୁ ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ ଭାବରେ ପ୍ରୋମସନ ହେବା ପରେ ଏଠାରେ ଏକ ମାସ ହେଲା ବିଡ଼ିଓ ଭାବରେ କାହାରିକୁ ନିଯୁକ୍ତି ମିଳି ପାରି ନ ଥିଲା।
ଆଇଏଏସ ଶୁଭ୍ରା ପଣ୍ଡା ନାକଟିଦେଉଳ ବ୍ଲକ ରେ ମାତ୍ର ଏକ ମାସ ବିଡ଼ିଓ ଭାବରେ କାର୍ଯ୍ୟ ତୁଲାଇବେ ବୋଲି ଜଣା ପଡିଛି।



