ବାଣପୁର: ବାଣପୁର ଥାନା ଅନ୍ତର୍ଗତ ଅଚ୍ୟୁତରାଜପୁର ଶାସନ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ମହିଳା ମାନସିକ ଭରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ମହିଳା ଜଣକ ଉକ୍ତ ଗ୍ରାମର ରାମଚନ୍ଦ୍ର ପ୍ରଧାନଙ୍କ ଝିଅ ବର୍ଷା ପ୍ରଧାନ (୨୩) ବୋଲି ଜଣାପଡିଛି।
ରାମଚନ୍ଦ୍ରଙ୍କ ଅଭିଯୋଗ ମୁତାବକ ତାଙ୍କ ଝିଅ ବର୍ଷା ୫ ବର୍ଷ ପୂର୍ବେ ସେହି ଗ୍ରାମର ପୃଥ୍ୱୀରାଜ ଦଳେଇଙ୍କୁ ବିବାହ କରିଥିଲେ। ତେବେ ଆଜି କୌଣସି କାରଣ ବଶତଃ ଝିଅ ବର୍ଷା ମାନସିକ ଭାରସାମ୍ୟ ହରାଇ ଶାଶୂଘରେ ଥିବା ବେଳେ ବେକରେ ଲୁଗା ଗୁଡ଼ାଇ ପଙ୍ଖାରେ ଝୁଲିପଡ଼ି ଆତ୍ମହତ୍ୟା କରିଛନ୍ତି।
ପରିବାରବର୍ଗ ବର୍ଷାଙ୍କୁ ବାଣପୁର ମେଡିକାଲ ନେଇଥିବା ବେଳେ, ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ବାଣପୁର ପୋଲିସ କେସ ନମ୍ବର ୧୯/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି।


