ବାଣପୁର: ଗୋଦାବରୀଶ ମହାବିଦ୍ୟାଳୟରେ IQAC ଓ ଜାତୀୟ ସେବା ଯୋଜନାର ସ୍ବେଚ୍ଛାସେବୀ (ଉଭୟ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ) ମାନଙ୍କ ମିଳିତ ପ୍ରୟାସରେ ଆଜି ଏକ ଦିନିକିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ ସଂସ୍ଥାନ, ଭୁବନେଶ୍ବରର ମୁଖ୍ୟ ପରିଚାଳନା ଅଧିକାରୀ ରାଜେଶ କୁମାର ତ୍ରିପାଠୀ ମୁଖ୍ୟ ବକ୍ତା ରୂପେ ଯୋଗଦେଇ “କ୍ୟାରିୟର ଟକ୍ ସୋ” ଶୀର୍ଷକରେ ଛାତ୍ରଛାତ୍ରୀମାନଙ୍କୁ ଅନେକ ଉଦାହରଣ ଦେଇ ପ୍ରାୟ ୨ ଘଣ୍ଟା କାଳ ତାଙ୍କ ଯାଦୁକରୀ ଅଭିଭାଷଣରେ ବାନ୍ଧି ରଖିଥିଲେ।
ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡା ଶୁରପ୍ରତାପ ନରେନ୍ଦ୍ର ସିଂହ ବର୍ମା ଯୋଗଦେଇ ଦକ୍ଷତାବିକାଶ ଦିଗରେ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହିତ ଏହିପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରିବାପାଇଁ ଆହ୍ବାନ ଦେଇଥିଲେ। ଏହି ଦିନିକିଆ କାର୍ଯ୍ୟକ୍ରମରେ ପ୍ରାୟ ୧୬୦ ରୁ ଅଧିକ ଛାତ୍ରଛାତ୍ରୀ ଯୋଗଦେଇ ଥିଲେ।
ଏହି କାର୍ଯ୍ୟକ୍ରମଟି ଗୋଦାବରୀଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ଯୋଜନା ଅଧିକାରୀ ଜୟନ୍ତ କୁମାର ବିହାରୀ ଓ ମହାବିଦ୍ୟାଳୟର ଆଇ କ୍ବୁ ଏ ସି ଅଧିକାରୀ ଡ ରୁତୁସ୍ମିତା ମିଶ୍ର ଓ ତାଙ୍କ ଟିମ୍ ମେମ୍ବର ମାନଙ୍କ ମିଳିତ ପ୍ରୟାସ ରେ ସୁଚାରୁରୂପେ ସମ୍ପାଦିତ ହୋଇଥିଲା।
ଗୋଦାବରୀଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ଯୋଜନା ଅଧିକାରୀ ଜୟନ୍ତ କୁମାର ବିହାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଶେଷରେ ମହାବିଦ୍ୟାଳୟର ଆଇ କ୍ବୁ ଏ ସି ଅଧିକାରୀ ଡ ରୁତୁସ୍ମିତା ମିଶ୍ର ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ ସମାପ୍ତ କରିଥିଲେ।


