ଭୁବନେଶ୍ଵର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁରର ଅଗ୍ରଣୀ ଧାର୍ମିକ ଅନୁଷ୍ଠାନ ଶ୍ରୀ ଶ୍ରୀ ରଙ୍କନାଥ ଦେବ ୧୦୮ ହନୁମାନ ଚାଳିଶା ଯଜ୍ଞ କମିଟିର ସଭ୍ୟମାନେ ଚିଲିକା ବିଧାୟକ ତଥା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ସରକାରୀ ବାସଭବନରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ବିଧାୟକଙ୍କ ଅନୁଦାନ ପାଣ୍ଠିରୁ ରଙ୍କନାଥ ଦେବଙ୍କ ମନ୍ଦିର ପରିସରରେ ଜାରି ରହିଥିବା ଉନ୍ନୟନ କାର୍ଯ୍ୟର ସ୍ଥିତି ବିଷୟରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ କମିଟିର ସଭ୍ୟମାନେ।
ତେବେ ମନ୍ଦିରର ଉନ୍ନୟନ କାର୍ଯ୍ୟ କ୍ଷିପ୍ରଗତିରେ ଜାରି ରହିଥିବାବେଳେ ଏହାକୁ ଆସନ୍ତା ମହାଶିବରାତ୍ରି ପୁର୍ବରୁ ସମ୍ପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା କମିଟିର ସଭ୍ୟମାନେ ମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ। ତେବେ ଏ ଦିଗରେ ସମ୍ପୂର୍ଣ୍ଣ ସହଯୋଗ ଜାରିରହିବ ବୋଲି ମନ୍ତ୍ରୀ କମିଟିର ସଭ୍ୟମାନଙ୍କୁ ନିର୍ଭର ପ୍ରତିଶୃତି ଦେଇଥିଲେ। ଏହି ଅବସରରେ କମିଟି ପକ୍ଷରୁ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।
ସୂଚନା ଥାଉକି ରଙ୍କନାଥ ଦେବଙ୍କ ମନ୍ଦିରର ଉକ୍ତ ଉନ୍ନୟନ କାର୍ଯ୍ୟଦ୍ୱାରା ବାଣପୁର ଓ ଏହାର ଆଖପାଖ ଅଞ୍ଚଳର ଶହ ଶହ ଭକ୍ତ ଉପକୃତ ହେବେ। କମିଟିର ସଭ୍ୟ ଯଥା ସନ୍ତୋଷ କୁମାର ଅଗ୍ରୱାଲ, ସୀତାରାମ ଅଗ୍ରୱାଲ, ଦେବଦତ୍ତ ପାତ୍ର, ଅଶୋକ ପାତ୍ର, ଆନନ୍ଦ ଅଗ୍ରୱାଲ, ଶିବ ପ୍ରଧାନ, ମନୋଜ ପାତ୍ର ଓ ଲୋକନାଥ ସାମନ୍ତରାୟ ପ୍ରମୁଖ ଉକ୍ତ ଗସ୍ତରେ ସାମିଲ ଥିଲେ।


