Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଗୋଦାବରୀଶ ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ
ଆଞ୍ଚଳିକ

ଗୋଦାବରୀଶ ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

December 16, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଗୋଦାବରୀଶ ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ
ଗୋଦାବରୀଶ ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

ବାଣପୁର: ଆଜି ଗୋଦାବରୀଶ ମହାବିଦ୍ୟାଳୟରେ ଦୁଇ ଦିନଧରି ଚାଲିଥିବା ୬୨ ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି। ପ୍ରଥମ ଦିନ ଛାତ୍ରମାନେ ମା ଭଗବତୀ ମନ୍ଦିରରୁ ମଶାଲ ପ୍ରଜ୍ବଳିତକରି ବାଣପୁର ବଜାର ପରିକ୍ରମା କରି ମହାବିଦ୍ୟାଳୟ ପରିସରକୁ ପ୍ରବେଶ କରିଥିଲେ। ଏହାପରେ ଅଧ୍ୟକ୍ଷ ସୁରପ୍ରତାପ ନରେନ୍ଦ୍ରସିଂ ବର୍ମା ପ୍ରଜ୍ବଳିତ ମଶାଲକୁ ଅବସ୍ଥାପିତ କରି କ୍ରୀଡା ପତାକା ଉତ୍ତୋଳନ କରି କ୍ରୀଡ଼ାପ୍ରତିଯୋଗୀ ଓ ଛାତ୍ର ଛାତ୍ରୀମାନଙ୍କୁ ଶୃଙ୍ଖଳାପୂର୍ବକ କ୍ରୀଡାଉତ୍ସବ ସମ୍ପୂର୍ଣ୍ଣ କରାଇବାପାଇଁ ଶପଥ କରାଇଥିଲେ। ଏହାପରେ ମହାବିଦ୍ୟାଳୟ ପଡିଆରେ ଦୁଇଦିନଧରି ବିଭିନ୍ନ ପ୍ରକାର କ୍ରୀଡା ଅନୁଷ୍ଠିତ ହୋଇଥିଲା। ଉ

ଦଯାପନୀ ଉତ୍ସବରେ ଏନ. ଏ. ସି. ଚେୟାରମ୍ୟାନ ମିଟୁ ନାୟକ, ପୁରାତନ ଛାତ୍ରସଂଘର ସଭାପତି ଜିତେନ୍ଦ୍ର କୁମାର ଭୋଳ, ପୂର୍ବତନ ଅଧ୍ୟକ୍ଷ ବିନାୟକ ହୋତା, ଅଧ୍ୟକ୍ଷ ଶ୍ରୀଯୁକ୍ତ ବର୍ମା, ପୂର୍ବତନ କ୍ରୀଡା ଶିକ୍ଷକ ବୈରାଗୀ ଚରଣ ବଳ, ପ୍ରଶାସନିକ ଅଧିକାରୀ ଆଦିତ୍ୟ ସାରଥୀ ବେଦମତ୍ତା କ୍ରୀଡ଼ାବିତ ଛାତ୍ର ଛାତ୍ରୀମାନଙ୍କୁ କ୍ରୀଡାର ଗୁରୁତ୍ୱ ବିଷୟରେ ଆଲୋକପାତ କରିଥିଲେ।

କ୍ରୀଡା ଦାୟିତ୍ୱରେ ଥିବା ଅଧ୍ୟାପକ ପୁଲିନ ଜେନା, ଡକ୍ଟର କ୍ୟାପଟେନ ଗୁରୁକିଶୋର ନାୟକ, ଗୋଲକ କୁମାର ବେହେରା, ଉର୍ବଶୀ ସ୍ୱାଇଁ, ଅନିତା ଗୌଡ଼ ଓ ଅନ୍ୟାନ୍ୟ ଅଧ୍ୟାପକ ଅଧ୍ୟାପିକା ମାନେ କ୍ରୀଡା ପରିଚାଳନା କରିଥିଲେ। ଛାତ୍ର ଶ୍ରୀ ଓଁ ପ୍ରକାଶ ସ୍ୱାଇଁ, ଛାତ୍ରୀ କୁମାରୀ ଶ୍ରଦ୍ଧାଞ୍ଜଳି ପ୍ରଧାନ ଯୁକ୍ତ ୩ ବିଭାଗର ଚାମ୍ପିୟାନ ହୋଇଥିଲେ। ଆକାଶ ନାୟକ ଓ କୁମାରୀ ରାଲି ଜାଲି ଯୁକ୍ତ ୨ ବିଭାଗର ଚାମ୍ପିୟାନ ହୋଇଥିଲେ। ବିଜୟୀ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ। ପରିଶେଷରେ ଯୁକ୍ତ ଦୁଇ ବିଭାଗର ଅଧ୍ୟକ୍ଷା ଅର୍ଚ୍ଚନା ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

ଗୋଦାବରୀଶ ମହାବିଦ୍ୟାଳୟ ବାର୍ଷିକ କ୍ରୀଡା ଉତ୍ସବ ମା’ ଭଗବତୀ ମନ୍ଦିର
Share. Facebook Twitter LinkedIn Email WhatsApp Copy Link

Related Posts

ମା’ ଅସୁରକୁମାରୀ ପୀଠରେ ବିଶ୍ୱଶାନ୍ତି ଗୀତ ମହାଯଜ୍ଞର ପୂର୍ଣ୍ଣାହୁତି

January 27, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ସାଇକେଲ ସଚେତନତା ରାଲି

January 26, 2026

ଡିଏଭି ପୋଖରୀପୁଟରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ

January 26, 2026

ଡ଼ଃ ଆର୍ ପୁଷ୍ପାଞ୍ଜଳିଙ୍କ ଗଳ୍ପ ସଙ୍କଳନ “ନିଜକୁ ନାୟିକା ମନେକରି” ର ଲୋକାର୍ପଣ

January 25, 2026
Latest News

ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ୍ ଋତୁରାଜଙ୍କ ପୁସ୍ତକ “ପାର୍ଶ୍ଵସ୍ରୋତ” ଉନମୋଚିତ

January 28, 2026

India’s Regional PR Awards: ଆଡ୍‌ଭେଣ୍ଟୋ କମ୍ୟୁନିକେଶନ୍ସକୁ ମିଳିଲା ରିଜିଓନାଲ ପିଆର ଆୱାର୍ଡ

January 28, 2026

ରେକର୍ଡ ସମୟରେ ୨ ହଜାର କୋଟିର ଯାତ୍ରୀ ରାଜସ୍ୱ ଆୟ କଲା ପୂର୍ବତଟ ରେଳପଥ 

January 28, 2026

ଭାରତ-ଇୟୁ ବାଣିଜ୍ୟ ଚୁକ୍ତିନାମା: ଭାରତକୁ ୨୦୪୭ ସୁଦ୍ଧା ସଶକ୍ତ କରିବ ‘ମଦର ଅଫ ଅଲ୍ ଡିଲ୍ସ’

January 28, 2026

ଦୁର୍ଘଟଣା ଥିଲା ନା ଷଡ଼ଯନ୍ତ୍ର?: ପୁତୁରାଙ୍କ ମୃତ୍ୟୁ ପରେ ଶରଦ ପାୱାରଙ୍କ ଆଶ୍ଚର୍ଯ୍ୟଜନକ ପ୍ରତିକ୍ରିୟା

January 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.