ବାଲୁଗାଁ: ଆଜି ବାଲୁଗାଁ ମହାବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗ ପକ୍ଷରୁ ଅନୁଷ୍ଠିତ ସେମିନାର ଓ ନୂତନ ଅଧ୍ୟାପକଙ୍କୁ ସ୍ବାଗତ ଉତ୍ସବ ବିଭାଗୀୟ ମୁଖ୍ୟ ସୁବ୍ରତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଉତ୍ସବରେ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଲକ୍ଷ୍ମୀଧର ସୁବୁଦ୍ଧି ଯୋଗଦେଇ ଆୟୋଜିତ ସେମିନାର ଦ୍ବାରା ଛାତ୍ରଛାତ୍ରୀମାନଙ୍କର ପ୍ରତିଭା ପରିସ୍ଫୁଟନ ହେବାରେ ସହାୟକ ହେବ ବୋଲି ମତପ୍ରକାଶ କରିବା ସହ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଛନ୍ତି ଏବଂ ନୂତନ ଭାବେ ରସାୟନ ବିଜ୍ଞାନ ବିଭାଗରେ ଅଧ୍ୟାପକ ଭାବେ ଯୋଗଦେଇଥିବା ବିଶ୍ବବିଜୟୀ ଦାଶଙ୍କୁ ସ୍ବାଗତ କରିବା ସହ ମାର୍ଗଦର୍ଶନ ପ୍ରଦାନ କରିଛନ୍ତି।
ଆୟୋଜିତ ସେମିନାରରେ ବିଭାଗୀୟ ମୁଖ୍ୟ ସୁବ୍ରତ କୁମାର ତ୍ରିପାଠୀଙ୍କ ତତ୍ତ୍ଵାବଧାନରେ ଦ୍ବିତୀୟ ବର୍ଷ ଛାତ୍ରୀ କଳ୍ପନା ରାଉତ ନୋବେଲ ଗ୍ୟାସ ସମ୍ପର୍କରେ ଉପସ୍ଥାପନା କରିବା ସହ ସେମିନାର ସଂଯୋଜକ ଅଧ୍ୟାପକ ଉମାକାନ୍ତ ସାହୁଙ୍କ ତତ୍ତ୍ଵାବଧାନରେ ତୃତୀୟ ବର୍ଷ ଛାତ୍ରୀ ମରିୟମ୍ ବେଗମ୍ ନ୍ୟୁକ୍ଲିକ୍ ଏସିଡ଼୍ ସମ୍ପର୍କରେ ଉପସ୍ଥାପନା କରିଥିଲେ।
ଡ଼େମୋନଷ୍ଟ୍ରେଟର ଦୀପକ କୁମାର ପରିଡ଼ା, ଲ୍ୟାବ୍ ଆଟେଣ୍ଡାଣ୍ଟ ଉପେନ୍ଦ୍ର ସାହୁ ଉପସ୍ଥିତ ରହିବା ସହ ସେମିନାର ସମ୍ପାଦକ ରମାକାନ୍ତ ପରିଡ଼ା ସ୍ବାଗତ କରିଥିବା ସ୍ଥଳେ ସେମିନାର ସହ- ସମ୍ପାଦିକା ଅଙ୍କିତା ଦାଶ ଧନ୍ୟବାଦ୍ ଜ୍ଞାପନ କରିଥିଲେ।


