ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳ ଅଧିନସ୍ଥ ଗୋଦାବରୀଶ ମହାବିଦ୍ୟାଳୟ ପରିସରରେ ତ୍ରୟୋଦଶ ଶ୍ରେଣୀର ଛାତ୍ରୀମାନଙ୍କ ପାଇଁ ଚଳିତ ମାସ ୦୯ ତାରିଖଠାରୁ ଆରମ୍ଭ କରି ୧୯ ତାରିଖ ପର୍ଯ୍ୟନ୍ତ ଆଠଦିନ ଧରି ହେବାକୁଥିବା ମହିଳା ଆତ୍ମରକ୍ଷା କୌଶଳ ତାଲିମ୍ ଶିବିରର ଆଜି ଉଦ୍ ଘାଟନ ଉତ୍ସବ ପାଳନ ହୋଇଅଛି୲ ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ଏସ୍.ପି.ଏନ୍.ଏସ୍.ବର୍ମା ମହୋଦୟ ଛାତ୍ରୀମାନଙ୍କୁ ଓଡ଼ିଶା ସରକାର ତଥା ଉଚ୍ଚ ଶିକ୍ଷାବିଭାଗର ଏହି ଭଳି ଛାତ୍ରୀମାନଙ୍କର ସର୍ବାଙ୍ଗ ବିକାଶ ନିମିତ୍ତ ପଦକ୍ଷେପ ସ୍ବାଗତଯୋଗ୍ୟ ଓ ଫଳପ୍ରଦ ହେବ ବୋଲି ନିଜର ମତପ୍ରକାଶ କରିବା ସହ ଆତ୍ମରକ୍ଷା କୌଶଳର ଗୁରୁତ୍ୱପୂର୍ଣ୍ଣ ଦିଗ ସମ୍ପର୍କରେ ନିଜର ଅଭିଭାଷଣ ପ୍ରଦାନ କରିଛନ୍ତି୲
ସୂଚନାଯୋଗ୍ୟ ଯେ, ଦୀର୍ଘ ଆଠଦିନ ଧରି ଅନୁଷ୍ଠିତ ହେବାକୁଥିବା ଏହି ଆତ୍ମରକ୍ଷା କୌଶଳ ଶିବିରରେ ପ୍ରଶିକ୍ଷଣ ଦେବାର ଦାୟିତ୍ବ ମହାବିଦ୍ୟାଳୟର ପୂର୍ବତନ ଛାତ୍ରୀ ସୋନି ମୁଦୁଲି ଏବଂ ଜି.ସାବିତ୍ରୀ ଆଚାରୀ ବହନ କରୁଥିବା ବେଳେ କାର୍ଯ୍ୟକ୍ରମର ସଂଯୋଜିକା ରୂପେ ଇଂରାଜୀ ବିଭାଗର ଅଧ୍ୟାପିକା ମିକି ମନସ୍ୱିନୀ ସମସ୍ତ ଛାତ୍ରୀମାନଙ୍କୁ ଉତ୍ସାହିତ କରି କାର୍ଯ୍ୟକ୍ରମକୁ ସଫଳତା ଦିଗରେ ଆଗେଇ ନେବା ପାଇଁ ଚେଷ୍ଟା କରିଛନ୍ତି ୲


