Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ରଣପୁରରେ ବନ୍ଦେ ମାତରମ ସଙ୍ଗୀତ ଗାନ ପ୍ରତିଯୋଗିତା: ଉପକନିଷ୍ଠ ବିଭାଗରେ ସନ୍ଦୀପ ପ୍ରଥମ
ଆଞ୍ଚଳିକ

ରଣପୁରରେ ବନ୍ଦେ ମାତରମ ସଙ୍ଗୀତ ଗାନ ପ୍ରତିଯୋଗିତା: ଉପକନିଷ୍ଠ ବିଭାଗରେ ସନ୍ଦୀପ ପ୍ରଥମ

January 20, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ରଣପୁରରେ ବନ୍ଦେ ମାତରମ ସଙ୍ଗୀତ ଗାନ ପ୍ରତିଯୋଗିତା: ଉପକନିଷ୍ଠ ବିଭାଗରେ ସନ୍ଦୀପ ପ୍ରଥମ
ରଣପୁରରେ ବନ୍ଦେ ମାତରମ ସଙ୍ଗୀତ ଗାନ ପ୍ରତିଯୋଗିତା: ଉପକନିଷ୍ଠ ବିଭାଗରେ ସନ୍ଦୀପ ପ୍ରଥମ

ରଣପୁର: ରଣପୁର ବିଜ୍ଞାପିତ ପରିଷଦ ଆୟୋଜିତ “ବନ୍ଦେ ମାତରମ” ସଙ୍ଗୀତ ଗାନ ପ୍ରତିଯୋଗିତା ଗତ ସୋମବାର ଦିନ ଉତ୍ସାହ ଓ ଆନନ୍ଦମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ବିଜ୍ଞାପିତ ପରିଷଦ ଅଧୀନରେ ଥିବା ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉତ୍ସାହପୂର୍ଣ୍ଣ ଭାବେ ଅଂଶଗ୍ରହଣ କରିଥିଲେ।

ପ୍ରତିଯୋଗିତାକୁ ଛାତ୍ରଛାତ୍ରୀମାନଙ୍କ ଶ୍ରେଣୀ ଅନୁଯାୟୀ ଉପକନିଷ୍ଠ, କନିଷ୍ଠ ଓ ବରିଷ୍ଠ—ଏମିତି ତିନୋଟି ବିଭାଗରେ ବିଭକ୍ତ କରାଯାଇଥିଲା।

ଉପକନିଷ୍ଠ ବିଭାଗରେ ପାମ୍ପଡା ପ୍ରାଥମିକ ବିଦ୍ୟାଳୟର ତୃତୀୟ ଶ୍ରେଣୀର ଛାତ୍ର ସନ୍ଦୀପ ପ୍ରଧାନ ନିଜର ସୁମଧୁର କଣ୍ଠ ଓ ଆତ୍ମବିଶ୍ୱାସପୂର୍ଣ୍ଣ ପ୍ରଦର୍ଶନ ମାଧ୍ୟମରେ ପ୍ରଥମ ସ୍ଥାନ ହାସଲ କରି ବିଜୟୀ ହୋଇଥିଲେ। ସନ୍ଦୀପଙ୍କ ଏହି ସଫଳତା ପାମ୍ପଡା ପ୍ରାଥମିକ ବିଦ୍ୟାଳୟ ସହିତ ନରସିଂହପୁର କ୍ଲଷ୍ଟର ପାଇଁ ଗୌରବ ଅର୍ଜନ କରିଛନ୍ତି। ତାଙ୍କର ଏହି ସଫଳତା ପାଇଁ ସାଧନ କେନ୍ଦ୍ର ସଂଯୋଜକ ସୁଶୀଲ କୁମାର ରଣା ଙ୍କ ସମେତ କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସେହିପରି କନିଷ୍ଠ ବିଭାଗରେ ଶୁଶ୍ରୀ ଶୁଭସ୍ମିତା ପ୍ରଥମ ସ୍ଥାନ ଓ ବରିଷ୍ଠ ବିଭାଗରେ ସାଇ ସରନ୍ୟା ପଣ୍ଡା ପ୍ରଥମ ସ୍ଥାନ ହାସଲ କରି ନିଜ ନିଜ ବିଦ୍ୟାଳୟର ସମ୍ମାନ ବଢ଼ାଇଛନ୍ତି।

ମଙ୍ଗଳବାର ଦିନ ମଣିନାଗ ସ୍ଥିତ କଲ୍ୟାଣ ମଣ୍ଡପରେ ଏହି ପ୍ରତିଯୋଗିତାର ପୁରସ୍କାର ବିତରଣ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ସାଂସଦ ପ୍ରତିନିଧି ଭାବେ ଆଇନୀଜୀବୀ ପ୍ରିୟବ୍ରତ ପ୍ରହରାଜ, ବାଚସ୍ପତି ପ୍ରତିନିଧି ଭାବେ ସମାଜସେବୀ ପରେଶ ମିଶ୍ର, ରଣପୁର ବିଜ୍ଞାପିତ ପରିଷଦ ଅଧିକାରୀ ସାମନ୍ତ ବିଶ୍ୱମ୍ବର ମହାପାତ୍ର, ପରିଷଦର ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ଶିକ୍ଷାବିତ ଲକ୍ଷ୍ମୀପ୍ରତିମା ଶତପଥୀ, ବିଦେଶିନୀ ପତି ଓ ଭାରତୀ ସିଂ ପ୍ରମୁଖ ଯୋଗ ଦେଇ ପୁରସ୍କାର ବିତରଣ କରି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ। ସଭା ଶେଷରେ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ଅଜୟ କୁମାର ପ୍ରଧାନ ଧନ୍ୟବାଦ ଜ୍ଞାପନ କରିଥିଲେ।

ବନ୍ଦେ ମାତରମ ସଙ୍ଗୀତ ରଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଗୋଦାବରୀଶ ମହାବିଦ୍ୟାଳୟରେ ବିଜ୍ଞାନ ଦିବସ ଉପଲକ୍ଷେ ସଭା

February 28, 2026

ଛତ୍ରପୁର ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

February 28, 2026

ବାଣପୁର: ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ “ଜାତୀୟ ବିଜ୍ଞାନ ଦିବସ”

February 28, 2026

ବାଲୁଗାଁ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷଙ୍କ ବିୟୋଗରେ ସ୍ମୃତି ଚ଼ାରଣ ସଭା

February 27, 2026
Latest News

ୟୁଏଇରେ ଫସି ରହିଥିବା ଭାରତୀୟଙ୍କ ପାଇଁ ମାର୍ଗଦର୍ଶିକା ଜାରି: ଜାଣନ୍ତୁ ଦୂତାବାସ କ’ଣ କହିଛି?

March 3, 2026

ଆମେରିକାର କ୍ଷେପଣାସ୍ତ୍ର ଆକ୍ରମଣ ମଧ୍ୟରେ ଇରାନରେ ଭୂମିକମ୍ପ

March 3, 2026

ଏହି ଦେଶରେ ଶକ୍ତିଶାଳୀ ଭୂମିକମ୍ପ!: ୬.୨ ତୀବ୍ରତାରେ ଥରିଲା ଧରିତ୍ରୀ

March 3, 2026

କାହିଁକି ୨୦୨୬ ଟି୨୦ ବିଶ୍ୱକପ୍ ଜିତିପାରିବ ନାହିଁ ଟିମ୍ ଇଣ୍ଡିଆ?: ଏହି ୩ ଟି କାରଣ ବଢାଇଛି ଚିନ୍ତା

March 3, 2026

ପେଟ୍ରୋଲ୍ ସମସ୍ୟାର ଅନ୍ତ!: 1 ଲକ୍ଷରୁ କମ୍ ମୂଲ୍ୟରେ ଉପଲବ୍ଧ ଏହି ଇଲେକ୍ଟ୍ରିକ୍ ବାଇକ୍, ଜାଣନ୍ତୁ ଏହାର ରେଞ୍ଜ

March 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.