ଭୁବନେଶ୍ବର: ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟରୁ ଦର୍ଶନ ଶାସ୍ତ୍ରରେ ଲେପଟନାଣ୍ଟ ଲକ୍ଷ୍ମୀପ୍ରିୟା ଚାନ୍ଦ ପିଏଚ୍ଡି ଡିଗ୍ରୀ ଲାଭ କରିଛନ୍ତି। ତାଙ୍କର ଗବେଷଣା ବିଷୟ “Ethical Dimensions of Female Foeticide and Infanticide” ଉପରେ ଆଧାରିତ ଥିଲା।
ତାଙ୍କର ସନ୍ଧର୍ଭ ପତ୍ରଟି ତିରୁପତି ଭେଙ୍କେଟେଶ୍ୱର ବିଶ୍ୱବିଦ୍ୟାଳୟର Prof Dr S. B ସାମ୍ବା ପ୍ରସାଦ ଏବଂ IIT ଧାନବାଦ ବିଶ୍ୱବିଦ୍ୟାଳୟର ପ୍ର. ଡ. ଅଜିତ କୁମାର ବେହୁରାଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ଲାଭ କରିଛି। କପ୍ତିପଦା ନୁଆସାହି କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼. ଚନ୍ଦ୍ର କୁମାର ପଟ୍ଟନାୟକଙ୍କ ତତ୍ୱାବଧାନରେ ସେ ଏହି ଗବେଷଣା କାର୍ଯ୍ୟ ସଫଳତାର ସହିତ ସମାପ୍ତ କରିଛନ୍ତି। ସାମ୍ପ୍ରତି କ୍ଷେତ୍ରବାସୀ ରାଉତରାୟ ଦୟାନନ୍ଦ ଆଙ୍ଗଲୋବାଦୀ କଲେଜରେ ଲେପଟନାଣ୍ଟ ଡ. ଚାନ୍ଦ ତର୍କଶାସ୍ତ୍ର ବିଭାଗର ଅଧ୍ୟପିକା ତଥା NCC ବିଭାଗର ମୁଖ୍ୟ ଭାବରେ କାର୍ଯ୍ୟ କରୁଛନ୍ତି।
ସେ ତାଙ୍କର ସଫଳତାର ଶ୍ରେୟ ତାଙ୍କର ଗୁରୁ ପ୍ର. ଡ. ଦୁର୍ଗାମାଧବ ପ୍ରହରାଜ, ପ୍ର. ଡ. କୃତିବାସ ସାହୁ, ପିତା ରବି ଚାନ୍ଦ, ମାତା କୁଞ୍ଜଲତା ଚାନ୍ଦ, ସ୍ୱାମୀ ରଞ୍ଜନ କୁମାର ମହାପାତ୍ର, ଭାଇ ତାପସ ରଞ୍ଜନ ଚାନ୍ଦ, ଭଉଣୀ ସରସ୍ବତୀ କୁଣ୍ଡ, ଶଶୁର ସୁରେନ୍ଦ୍ର ମହାପାତ୍ର, ଶାଶୁ ଶାନ୍ତିଲତା ମହାପାତ୍ର, ଶିଶୁ କନ୍ୟା ରୀତିଭିକା ମହାପାତ୍ର ତଥା ନିରାକାରପୁର କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକା ସର୍ବୋପରି ତାଙ୍କର ପ୍ରିୟର NCC Cadets ମାନଙ୍କୁ ଅର୍ପଣ କରିଛନ୍ତି। ଭବିଷ୍ୟତରେ ସେ ଗବେଷଣା ଓ ଅଧ୍ୟାପନା ପ୍ରତି ଗଭୀର ରୁଚି ରଖିଛନ୍ତି ବୋଲି କହିଛନ୍ତି।


