ଟାଙ୍ଗୀ: ଆଜି ଶନିବାର ଦିନ ଦୁର୍ଗା ଚରଣ ଚିଲିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଏବଂ ଯୁବରେଡ କ୍ରସର ମିଳିତ ଆନୁକୂଲ୍ୟରେ ଏକ ସଡ଼କ ସୁରକ୍ଷା ସଚେତନତା ଶୋଭାଯାତ୍ରା ଓ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଶୋଭାଯାତ୍ରାରେ କଲେଜର ଅଧ୍ୟକ୍ଷ ମହେନ୍ଦ୍ର କୁମାର ପ୍ରଧାନ ନୀଳ ପତାକା ଦେଖାଇ ଶୋଭାଯାତ୍ରାଟିର ଶୁଭାରମ୍ଭ କରିଥିଲେ। ଏହି ସଭାରେ ଟାଙ୍ଗୀ ଥାନା IIC ରବୀନ୍ଦ୍ର କୁମାର ଭୁଜବଳ ଏବଂ ସମସ୍ତ ପୋଲିସ କର୍ମଚାରୀ ତଥା କଲେଜର ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଯୋଗ ଦେଇଥିଲେ।ଶୋଭାଯାତ୍ରାଟି କଲେଜ ପରିସର ମଧ୍ୟରୁ ଚିଲିକା ଛକ ପର୍ଯ୍ୟନ୍ତ ଯାଇଥିଲା।
ଏହି ଶୋଭାଯାତ୍ରାରେ ଛାତ୍ରଛାତ୍ରୀ ମାନେ ଯେଉଁ ଗାଡି ଚାଳକ ମାନେ ହେଲମେଟ ପିନ୍ଧି ନ ଥିଲେ ତାଙ୍କୁ ଚକୋଲେଟ ଦେଇ ଜଣେ ସଚେତନ ନାଗରିକ ଭାବରେ ସ୍ୱାଗତ ଜଣାଇଥିଲେ ଏବଂ ଯେଉମାନେ ହେଲମେଟ ପିନ୍ଧିନଥିଲେ ତାଙ୍କୁ ସଚେତନତାର ବାର୍ତ୍ତା ଦେଇଥିଲେ। ଛାତ୍ରଛାତ୍ରୀମାନେ ସଡକ ସୁରକ୍ଷା ଜୀବନ ରକ୍ଷା ବାର୍ତା ସହିତ ଗାଡି ଚାଳକ ମାନଙ୍କୁ ହେଲମେଟ ପିନ୍ଧିବା, ନିଶାରୁ ନିବୃତ୍ତ ରହିବା, ଅଠର ବର୍ଷ ନହେଲେ ଗାଡି ଚଳାଇବା ନାହିଁ ଆଦି ଗାଡି ଚାଳକ ମାନଙ୍କୁ ବୁଝାଇଥିଲେ।ପରିଶେଷରେ ଛାତ୍ରଛାତ୍ରୀ ମାନେ କଲେଜ ପରିସର ମଧ୍ୟଙ୍କୁ ପ୍ରତ୍ୟାବର୍ତ୍ତନ କରିଥିଲେ।


