ରେଢ଼ାଖୋଲ (କନ୍ଦର୍ପ ବେହେରା): ରେଢ଼ାଖୋଲ ବ୍ଲକ ବଡ଼ମାଳ ହାଇସ୍କୁଲ ଖେଳପଡିଆରେ ଟିକିରା ଗୋସେଇଁ ଯୁବକ ସଂଘ ଓ ସ୍ବେଛାସେବୀ ସଂଗଠନ ସେବାର ମିଳିତ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଶିବିରକୁ ବଡ଼ମାଳ କଲେଜ ଅଧକ୍ଷ ରାଜେଶ ଦାସ, ସମବାୟ ସମିତି ସମ୍ପାଦକ ଅଗସ୍ତି ଧଳ, ଫାଣ୍ଡି ଅଧିକାରୀ ତପନ ପ୍ରଧାନ ପ୍ରମୁଖ ଯୋଗ ଦେଇ ଉଦଘାଟନ କରିଥିଲେ।
ଉକ୍ତ ଶିବିର ରେ ମୋଟ ୫୧ ଜଣ ସ୍ବେଛାକୃତ ରକ୍ତଦାତା ଯୋଗ ଦେଇ ରକ୍ତଦାନ କରିଥିଲେ। ସେବା ସଂଗଠନ ର ସଭାପତି ଅମର ତଣ୍ଡିଆ, ଲକ୍ଷ୍ମୀଧର ମହାପାତ୍ର, ଟିକିରା ଗୋସେଇଁ ଯୁବକ ସଂଘ ସଭାପତି ଧର୍ମୁଧର ପ୍ରଧାନ, ସମ୍ପାଦକ ରାଜକିଶୋର ପ୍ରଧାନ, ଷଡ଼ାନନ ପ୍ରଧାନ ଙ୍କ ସହ କର୍ମକର୍ତ୍ତା ଶିବିର ପରିଚାଳନା କରିଥିଲେ। ସମ୍ବଲପୁର ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ର ର ରକ୍ତଭଣ୍ଡାର ତରଫରୁ ରକ୍ତ ସଂଗ୍ରହ କରାଯାଇଥିଲା।
ଉକ୍ତ ଶିବିରରେ ବହୁ ମହିଳା ରକ୍ତଦାତା ରକ୍ତଦାନ କରିଥିବା ବେଳେ ପ୍ରଥମ କରି ବହୁ ଯୁବ ରକ୍ତଦାତା ରକ୍ତଦାନ କରିଥିଲେ।


