ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଅଶାନ୍ତ କୁମାର ଦାସଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ବ୍ୟୋମକେଶ ନାୟକଙ୍କ ପୌରହିତ୍ୟରେ ସୋମବାର ବ୍ରହ୍ମପୁର ହିଲପାଟଣା ସ୍ଥିତ ସହୀଦ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲରେ ପ୍ରବାସୀ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏହି ପରିପ୍ରେକ୍ଷୀରେ ଜେଏମଏଫସି (ଏଲ ଆର ଏଣ୍ଡ ଏଲଟିଭି) ଅନ୍ଵେଷା ଦାସ, ସିଭିଲ ଜଜ ପ୍ରୋବେସନ ସ୍ମିତା ମହାପାତ୍ର, ସିଭିଲ ଜଜ ପ୍ରୋବେସନ ଶୁଭଲକ୍ଷ୍ମୀ ଦାସ, ଜିଲ୍ଲା ଶ୍ରମ ଅଧିକାରିଣୀ ଶୁଭଲକ୍ଷ୍ମୀ ବେହେରାଙ୍କ ସମେତ ବହୁ ଶ୍ରମିକ ଉପସ୍ଥିତ ରହିଥିଲେ।
ତେଵେ କାର୍ଯ୍ୟକ୍ରମଟି ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବଙ୍କ ଦ୍ୱାରା ସଫଳ ରୂପେ ପରିଚାଳିତ ହୋଇଛି।


