ବାଲୁଗାଁ: ଆଜି ଅପରାହ୍ନରେ ବାଲୁଗାଁ ପ୍ରମେୟ ପ୍ରତିନିଧି ଅଜିତ୍ କୁମାର ସାହୁଙ୍କ ମା’ ଇନ୍ଦୁମତି ସାହୁଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। ଦୀର୍ଘ ଦିନ ଧରି ସେ ଉଚ୍ଚ ରକ୍ତଚାପ, ଡାଇବେଟିସ ରୋଗରେ ପୀଡିତ ଥିଲେ। ଗତ ସୋମବାର ଦିନ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବର ସ୍ଥିତ ସମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଚିକିତ୍ସିତ ଅବସ୍ଥାରେ ସେ ଆଜି ଅପରାହ୍ନରେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ।
ସ୍ବର୍ଗତ ଇନ୍ଦୁମତି ଜଣେ ମିଷ୍ଟଭାଷୀ, କର୍ତ୍ତବ୍ୟ ପରାୟଣ, ପରୋପକାରୀ ସ୍ବଭାବର ମହିୟସୀ ମହିଳା ଥିଲେ। ମୃତ୍ୟୁ ବେଳକୁ ତାଙ୍କ ମରଶରୀର ପାଖରେ ସ୍ଵାମୀ ଲକ୍ଷ୍ମଣ ସାହୁ, ତିନି ପୁଅ, ବୋହୁ, ଦୁଇ ଝିଅ ଜ୍ବାଇଁ, ନାତି ନାତୁଣୀ ମାନେ ଉପସ୍ଥିତ ଥିଲେ। ତାଙ୍କ ଅନ୍ତେଷ୍ଟି କ୍ରିୟା ପୁରୀ ସ୍ବର୍ଗଦ୍ବାରରେ କରାଯାଇଥିଲା। ତାଙ୍କର ଏହି ଅକାଳ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।


