ଚିଲିକା: ଆଜି ଗମ୍ଭାରୀମୁଣ୍ଡା ସ୍ଥିତ ପତିତପାବନ କଲ୍ୟାଣ ମଣ୍ଡପ ଠାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହା ଅଭିଯାନ’ ର ସିଦ୍ଧେଶ୍ୱରୀ ମଣ୍ଡଳ ପ୍ରଶିକ୍ଷଣ ବର୍ଗ ମଣ୍ଡଳ ସଭାପତି ଦିପ୍ତିରଞ୍ଜନ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଶିକ୍ଷଣ ବର୍ଗକୁ ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀର ପୂର୍ବତନ ବିଧାୟକ ଡ଼ାଃ ବିଭୂତି ଭୂଷଣ ହରିଚ଼ନ୍ଦନ ଉଦଘାଟନୀ କରିବା ସହ ନିଜର ଅଭିଭାଷଣ ରଖିଥିଲେ।
ଏହି କାର୍ଯ୍ୟକ୍ରମରେ ଚ଼ିଲିକା ବିଧାୟକ ତଥା ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସଫଳତା ଓ ସେଥିରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଭୂମିକା ଉପରେ ନିଜର ଅଭିଭାଷଣ ରଖିଥିବା ସ୍ଥଳେ, ରାଜ୍ୟ ଭାଜପା ପ୍ରବକ୍ତା ସୁଦୀପ୍ତ ରାୟ ବୁଥ୍ ମ୍ୟାନେଜମେଣ୍ଟ, ଲ୍ଲା ପ୍ରଭାରୀ ପବିତ୍ର ମୋହନ ଦାସ ସଂଗଠନର କାର୍ଯ୍ୟ ପଦ୍ଧତି , ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚ଼ନ୍ଦନ ଭାରତୀୟ ଜନତା ପାର୍ଟିର ଇତିହାସ ଓ କ୍ରମବିକାଶ, ଜିଲ୍ଲା ଉପସଭାପତି ରୋଜିନାରାଣୀ ଦାଶ ସଂଗଠନର ବୈଚ଼ାରିକ ଅଧିଷ୍ଠାନ ସମ୍ପର୍କରେ କାର୍ଯ୍ୟକର୍ତ୍ତା ମାନଙ୍କୁ ପ୍ରଶିକ୍ଷିତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ଡ଼ଃ ସୁରେନ୍ଦ୍ର ନାଥ ଦାସ,ସିଦ୍ଧେଶ୍ବରୀ ମଣ୍ଡଳ ଭାଜପା ପ୍ରଭାରୀ ବିଜୟ ବିଶ୍ବାଳ, ଗମ୍ଭାରୀମୁଣ୍ଡା ପଞ୍ଚାୟତର ସମିତିସଭ୍ୟା ଅନିତା ପ୍ରଧାନ, ମଣ୍ଡଳ ସାଧାରଣ ସମ୍ପାଦକ ତପନ ପ୍ରଧାନ, ସ୍ମୃତି ରଞ୍ଜନ ମାନସିଂହଙ୍କ ସମେତ ମଣ୍ଡଳର ସମସ୍ତ ପଦାଧିକାରୀ ଓ କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।


