ବାଣପୁର: ବାଣପୁର ପି. ଏ ମ. ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ନମ୍ବର-୨ ପରିସରରେ ନୂଆ ଶିକ୍ଷା ବର୍ଷ ପାଇଁ ସ୍କୁଲ ପ୍ରବେଶ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପାରମ୍ପରିକ ରୀତି ନୀତି ଅନୁଯାୟୀ ବାଣପୁର ମଣ୍ଡଳ ଶିକ୍ଷା ଅଧିକାରୀ ସାନାତନ ଜାଲିଙ୍କ ତତ୍ୱାବଧାନରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।
ବାଣପୁର ପଂଚାୟତ ସମିତି ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଓ ପ୍ରଦୀପ ପ୍ରଜ୍ୱଳନ କରି ଏହି କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି। ପ୍ରଥମେ ନୂତନ ଭାବେ ସ୍କୁଲକୁ ଆସିଥିବା ଛାତ୍ରଛାତ୍ରୀଙ୍କୁ ଶିକ୍ଷକ, ଶିକ୍ଷୟତ୍ରୀମାନେ ଫୁଲ ଚନ୍ଦନ ଦେଇ ସ୍ୱାଗତ କରିବା ସହ ଗୃହ ପ୍ରବେଶ କରାଇଥିଲେ। ଏହାପରେ ବାଣପୁର ପି. ଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଗଦୀଶ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା।
ଏହିସଭାରେ ମୁଖ୍ୟ ଅତିଥି ଭାବେ ଅଧକ୍ଷ ଅମରେନ୍ଦ୍ର ରଣସିଂ, ଅତିଥି ଭାବେ ବାଣପୁର ତହସିଲଦାର ଟି. ପଦ୍ମ ନାଭ ଦୋରା, ବାଣପୁର ବି. ଡି. ଓ ବିକାଶ କୁମାର ମହାନ୍ତି ଓ ଶିକ୍ଷା କମିଟି ସଦସ୍ୟ କୈଳାସ ଚନ୍ଦ୍ର ଲାଠି ଓ ସଂଚାଳକ ଭାଵେ ଏ. ବି. ଇ. ଓ ପ୍ରଭାତ ରଞ୍ଜନ ସେଠୀ ଯୋଗଦେଇ ଆଜିର ଦିବସ ଓ କାର୍ଯ୍ୟକ୍ରମ ସଂପର୍କ ରେ ଉପସ୍ଥିତ ଥିବା ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକଙ୍କୁ ବୁଝାଇବା ସହ ନୂତନ ଭାବେ ଖାଡିଛୁଆଇଁ ଶିକ୍ଷା ଆରମ୍ଭ କରିବାକୁ ଆସିଥିବା ଛାତ୍ରଛତ୍ରୀ ମାନଙ୍କୁ ଶିକ୍ଷା ଉପକରଣ ଭର୍ତ୍ତି ଏକ ବ୍ୟାଗ ସମସ୍ତଙ୍କୁ ପ୍ରଦାନ କରିଥିଲେ।
ବାଣପୁରଶିକ୍ଷା ମଣ୍ଡଳ ସ୍ତରୀୟ କାର୍ଯ୍ୟକ୍ରମରେ ୧୨୭ ଗୋଟି ସ୍କୁଲର ୨ ଶହରୁ ଉର୍ଦ୍ଧ୍ଵ ପିଲା ଖଡ଼ିଛୁଆଁରେ ଯୋଗ ଦେଇ ଥିଲେ। ଏହାପରେ ଅଧକ୍ଷ ଶ୍ରୀ ରଣସିଂହ ଏବଂ ଅତିଥିମାନଙ୍କ ଦ୍ୱାରା ଜନସଚେତନତା ଉଦ୍ଦେଶ୍ୟରେ ସ୍କୁଲ ପ୍ରବେଶ ପ୍ରଚାର ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।
ଏହି କାର୍ଯ୍ୟ କ୍ରମରେ ବାନାମ୍ବର ଏକାଡେମୀ (ଭୀମପୁର) ସ୍କୁଲର ପ୍ରଧାନ ଶିକ୍ଷକ ରାଧାକାନ୍ତ ଗଡ଼ନାୟକ, ସି. ଆର. ସି. ସି ପ୍ରମୋଦ କୁମାର ପାତ୍ର, ଶିକ୍ଷା ସେତୁର ସଭାପତି ଡ଼ଃ. ଚିନ୍ତା ମଣୀ ମିଶ୍ର ଏବଂ ସମସ୍ତ ଗୁରୁକୁଳ ଯୋଗ ଦେଇ ଥିଲେ ମଣ୍ଡଳ ଶିକ୍ଷା ଅଧିକାରୀ ସନାତନ ଜାଲି ଏହାର ସଫଳତା ପାଇଁ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।


