ବାଣପୁର: ଆଜି ୧୧ ଘଟିକା ସମୟରେ ଗୋଦାବରୀଶ ମହାବିଦ୍ୟାଳୟର ରୋଭର, ରେଞ୍ଜର ମାନଙ୍କ ଦ୍ଵାରା କଲେଜ ରୋଡ ଠାରେ ଆରମ୍ଭ କରାଯାଇଥିବା ଏକ ଜଳ ବଣ୍ଟନ କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ଡଃ. ସୁର ପ୍ରତାପ ସିଂ ବର୍ମା ଓ ରୋଭର ଲିଡର ଆଦିତ୍ୟ ସାରଥୀ ବେଦମତ୍ତା, ରେଞ୍ଜର ଲିଡର ଉତ୍କଳିକା ପାଢୀ ଉଦଘାଟିତ କରିଛନ୍ତି। ଏହି ଜଳ ବଣ୍ଟନ କାର୍ଯ୍ୟକ୍ରମ ଏକ ସପ୍ତାହ ପର୍ଯ୍ୟନ୍ତ ଚାଲୁ ରହିବ। ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ ଓ ଗାଇଡ୍ ଜଳ ବଣ୍ଟନ କାର୍ଯ୍ୟକ୍ରମ ପାଇଁ ଏହା ପ୍ରୋତ୍ସାହନ ପ୍ରଦାନ କରି ଆସୁଛି।
ରୋଭର, ରେଞ୍ଜର ଛାତ୍ରଛାତ୍ରୀ ମାନେ ବଡ଼ ଆଗ୍ରହର ସହିତ ଏହି କାର୍ଯ୍ୟକ୍ରମକୁ ଆଗେଇ ନେଉଛନ୍ତି। ରୋଭର ଦୁଷାରକାନ୍ତ ମଲ୍ଲିକ, କୁନା ପ୍ରଧାନ, ଆକାଶ ରଣା, ରୁଦ୍ର ନାରାୟଣ ନାୟକ ଏବଂ ରେଞ୍ଜର ଶର୍ମିଷ୍ଠା ପ୍ରିୟଦର୍ଶିନୀ ସ୍ୱାଇଁ, ସ୍ମୃତି ରାଣୀ ସ୍ୱାଇଁ, ଆଦ୍ୟାଶା ପଣ୍ଡା, ଶୁଭଶ୍ରୀ ଦାଶ, ଲକ୍ଷ୍ମୀ ପ୍ରିୟା ସେନାପତି, ଦୀପାଲି ପ୍ରଧାନ ଓ ପୁରାତନ ଛାତ୍ରୀ ଚିନ୍ମୟୀ ମିଶ୍ର ଆଗ୍ରହର ସହିତ ପରିଚାଳନା କରିଛନ୍ତି।


