ବ୍ରହ୍ମପୁର: ଆଜି ଶ୍ରୀହରି ନଗରସ୍ଥିତ ଆଙ୍କୁଲିର ଶ୍ରୀ ମହିଳା ସଂଘ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ହରିହର କଲ୍ୟାଣ ମଣ୍ଡପରେ “ସୁସ୍ଥ ବାର୍ଦ୍ଧକ୍ୟ ପାଇଁ ଯୋଗ” ବିଷୟବସ୍ତୁ ସହିତ ଦ୍ୱାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି।
ଏହି ଅବସରରେ ସାମଗ୍ରିକ ସକ୍ରିୟ ଏବଂ ମାନସିକ ଭାବରେ ସ୍ଥିର ଜୀବନ ଗଠନରେ ଯୋଗ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରାଯାଇଥିଲା। ସଂଘର ଅନ୍ୟାନ୍ୟ ମହିଳାମାନଙ୍କ ସହିତ ସ୍ଥାନୀୟ ଅଞ୍ଚଳର ସମସ୍ତ ସଦସ୍ୟ ସକାଳେ ସାମୂହିକ ଯୋଗରେ ଅଂଶଗ୍ରହଣ କରିଥିଲେ। ସେମାନଙ୍କର ବାର୍ତ୍ତା ଥିଲା “ସୁସ୍ଥ ଜୀବନ, ସୁସ୍ଥ ପରିବାର ଏବଂ ସୁସ୍ଥ ସମାଜ। ଯୋଗ ଅନିବାର୍ଯ୍ୟ।


