Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ଭାବପୂର୍ଣ୍ଣ ଗୁରୁ ପୂଜନ ଉତ୍ସବ
ଆଞ୍ଚଳିକ

ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ଭାବପୂର୍ଣ୍ଣ ଗୁରୁ ପୂଜନ ଉତ୍ସବ

September 6, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ଭାବପୂର୍ଣ୍ଣ ଗୁରୁ ପୂଜନ ଉତ୍ସବ
ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ଭାବପୂର୍ଣ୍ଣ ଗୁରୁ ପୂଜନ ଉତ୍ସବ

ରଣପୁର: ପବିତ୍ର ଗୁରୁ ଦିବସ ଅବସରରେ ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଭାବପୂର୍ଣ୍ଣ ଗୁରୁ ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ସୁଶୀଲ କୁମାର ରଣାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଉତ୍ସବରେ ଗୁରୁ-ଶିଷ୍ୟ ପରମ୍ପରା, ଶିକ୍ଷକଙ୍କ ତ୍ୟାଗ ଓ ଅବଦାନକୁ ସ୍ମରଣ କରାଯାଇଥିଲା।

ଏହି ଅବସରରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ବିଶିଷ୍ଟ ଶିକ୍ଷାବିତ୍ ସନ୍ତୋଷ କୁମାର ମିଶ୍ର ଓ ଅଶୋକ କୁମାର ଦାଶଙ୍କୁ ଅତିଥି ଭାବେ ଆମନ୍ତ୍ରଣ କରାଯାଇଥିଲା। ବିଦ୍ୟାଳୟ ପକ୍ଷରୁ ଉଭୟ ଶିକ୍ଷାବିତ୍‌ଙ୍କୁ ମାନପତ୍ର, ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ଭାବପୂର୍ଣ୍ଣ ସମ୍ବର୍ଦ୍ଧନା ଜଣାଯାଇଥିଲା।

ଅତିଥିମାନେ ନିଜ ବକ୍ତବ୍ୟରେ ଗୁରୁଙ୍କ ମହତ୍ତ୍ୱ ଓ ଶିକ୍ଷାର ଭୂମିକା ଉପରେ ଆଲୋକପାତ କରିବା ସହ ଛାତ୍ରଛାତ୍ରୀମାନେ ଶିକ୍ଷକଙ୍କ ପ୍ରତି ସମ୍ମାନ, ଶୃଙ୍ଖଳା ଓ କୃତଜ୍ଞତା ଭାବ ରଖିବାକୁ ଆହ୍ୱାନ ଦେଇଥିଲେ। ଗୁରୁଙ୍କ ଆଶୀର୍ବାଦ ଓ ମାର୍ଗଦର୍ଶନ ଜୀବନକୁ ସଫଳତାର ଶିଖରକୁ ନେଇଯାଏ ବୋଲି ସେମାନେ ମତବ୍ୟକ୍ତ କରିଥିଲେ।

ପ୍ରଧାନ ଶିକ୍ଷକ ସୁଶୀଲ କୁମାର ରଣା ମଞ୍ଚ ପରିଚାଳନା କରିଥିବା ବେଳେ ସହକାରୀ ଶିକ୍ଷକ ଦିଲ୍ଲୀପ କୁମାର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଶିକ୍ଷୟିତ୍ରୀ ପଦ୍ମାବତୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଅଙ୍ଗନବାଡ଼ି କର୍ମୀ ପୁଷ୍ପମଞ୍ଜରୀ ଦେଇ ଫୁଲ ଓ ଚନ୍ଦନ ଦେଇ ଅତିଥିମାନଙ୍କୁ ଆତ୍ମୀୟ ସ୍ୱାଗତ ଜଣାଇଥିଲେ।

କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟା ଶକୁନ୍ତଳା ଇନ୍ଦ୍ରଜିତ ଓ ରାଜଲକ୍ଷ୍ମୀ ରଣସିଂହଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ, ଅଙ୍ଗନବାଡ଼ି କର୍ମୀ ଓ ଅନ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

ଉତ୍ସବର ଶେଷ ପର୍ଯ୍ୟାୟରେ ଛାତ୍ରଛାତ୍ରୀମାନେ ନିଜ ଗୁରୁଜନଙ୍କୁ ଉପହାର ପ୍ରଦାନ କରି ପାଦସ୍ପର୍ଶ ସହ ଶ୍ରଦ୍ଧା ଓ କୃତଜ୍ଞତା ଜଣାଇ ଗୁରୁ ପୂଜା କରିଥିଲେ। ଗୁରୁ-ଶିଷ୍ୟଙ୍କ ମଧ୍ୟରେ ଥିବା ଭଲପାଇବା, ସମ୍ମାନ ଓ ଆତ୍ମୀୟତାର ଏହି ଦୃଶ୍ୟ ସମଗ୍ର ପରିବେଶକୁ ଭାବବିହ୍ୱଳ କରିଥିଲା।

ଗୁରୁ ପୂଜନ ଉତ୍ସବ ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ରେଢ଼ାଖୋଲରେ ଆରଏସଏସ ଯୁବ ସମ୍ମିଳନୀ

September 6, 2026

ସମ୍ବଲପୁର ସେନ୍ ପାର୍କ ନିକଟରେ ମହିଳାଙ୍କୁ ବିଭତ୍ସ ହତ୍ୟା

September 6, 2026

ବାଲୁଗାଁ ଭେଙ୍କଟେଶ୍ଵର ସ୍କୁଲରେ ଧୂମଧାମରେ ଗୁରୁଦିବସ ପାଳିତ

September 5, 2026

ଗୁରୁ ଦିବସ ଉପଲକ୍ଷେ ୩ ଜଣ ଗୁରୁଜୀ ସମ୍ବର୍ଦ୍ଧିତ

September 5, 2026
Latest News

ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ଭାବପୂର୍ଣ୍ଣ ଗୁରୁ ପୂଜନ ଉତ୍ସବ

September 6, 2026

ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ଅପୂର୍ବ ବଣଭୋଜି ବେଶ

September 6, 2026

ଜେଏନୟୁ ପ୍ରଫେସରଙ୍କ ବିରୋଧରେ ୧୧ ଛାତ୍ରୀଙ୍କ ଯୌନ ଉତ୍ପୀଡ଼ନ ଅଭିଯୋଗ: ICC ତଦନ୍ତ ଆରମ୍ଭ

September 6, 2026

ଉଜବେକିସ୍ତାନରେ ରାଘବ ଚଢା: ଭାରତର ଡିଜିଟାଲ୍ ମଡେଲ୍ କୁ କଲେ ପ୍ରଶଂସା

September 6, 2026

ରେଢ଼ାଖୋଲରେ ଆରଏସଏସ ଯୁବ ସମ୍ମିଳନୀ

September 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.