Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»କୁକୁଡାଖଣ୍ଡି ବ୍ଲକରେ ତୃତୀୟ ମାସିକ କ୍ଲଷ୍ଟର ବୈଠକ
ଆଞ୍ଚଳିକ

କୁକୁଡାଖଣ୍ଡି ବ୍ଲକରେ ତୃତୀୟ ମାସିକ କ୍ଲଷ୍ଟର ବୈଠକ

September 12, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
କୁକୁଡାଖଣ୍ଡି ବ୍ଲକରେ ତୃତୀୟ ମାସିକ କ୍ଲଷ୍ଟର ବୈଠକ
କୁକୁଡାଖଣ୍ଡି ବ୍ଲକରେ ତୃତୀୟ ମାସିକ କ୍ଲଷ୍ଟର ବୈଠକ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): କୁକୁଡାଖଣ୍ଡି ବ୍ଲକ, ଦକ୍ଷିଣପୁର କ୍ଲଷ୍ଟରସ୍ଥ ଗୁଣ୍ଠବନ୍ଧ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଠାରେ ତୃତୀୟ ମାସିକ କ୍ଲଷ୍ଟର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆମ୍ବଗଡ଼ ସମବାୟ ସମିତିର ସଭାପତି ତଥା ଏହି ଅଞ୍ଚଳର ଯୁବ ଶିକ୍ଷାବିତ କାହ୍ନୁ ଚରଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜଳନକରି ଏମସିଏମର ଶୁଭାରମ୍ଭ କରିଥିଲେ। ଏମସିଏମ ପ୍ରଭାବ କିପରି ସିଧା ସଳଖ ଭାବେ ଛାତ୍ରଛାତ୍ରୀ ମାନଙ୍କ ଉପରେ କିପରି ପଡୁଛି ଏବଂ ଶିକ୍ଷାଦାନର କିପରି ଉନ୍ନତି ହୋଇଛି କହି ଶିକ୍ଷକ, ଶିକ୍ଷୟତ୍ରୀ ଓ ଶିକ୍ଷାବିଭାଗକୁ ପ୍ରଶଂସା କରି ବୈଠକରୁ ବିଦାୟ ନେଇଥିଲେ।

ତତପରେ ସିଆରସିସି ଦୁଷ୍ମନ୍ତ କୁମାର ପଟନାୟକ ଉପସ୍ଥିତ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ସ୍ୱାଗତ କରି ଏହି ଏମସିଏମର କାର୍ଯ୍ୟ ସୂଚୀ ପ୍ରଦାନ କରିଥିଲେ ଏବଂ ପୂର୍ବ ବୈଠକର ବିଷୟ ବସ୍ତୁ ଉପରେ ଆଲୋଚନା କରି ଆକଳନର ରୂପ ରେଖା ଉପରେ ବିଭିନ୍ନ ପ୍ରଶ୍ନ ପଚାରି ଆକଳନର ରୂପରେଖକୁ ସରସ ଓ ସୁନ୍ଦର କରିବାକୁ ପ୍ରୟାସ କରି ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ନିୟୋଜିତ କରି ଥିଲେ। ଏହି ଆଲୋଚନାରେ ଲାଞ୍ଜିଆ ପ୍ରଧାନ ଶିକ୍ଷୟତ୍ରୀ ନମିତା ମହାରଣା, ଭଗବାନପୁର ପ୍ରଧାନ ଶିକ୍ଷୟତ୍ରୀ କନକ ଲତା ମହାନ୍ତି, କୁମ୍ଭ ଝରି ସେବାଶ୍ରମ ପ୍ରଧାନ ଶିକ୍ଷକ ପି ନରସିଂହ ଓ ବିରିବାଡିଆ ପ୍ରଧାନ ଶିକ୍ଷକ ସୋମିୟ ରଞ୍ଜନ ଦାଶ ବିଭିନ୍ନ ପ୍ରଶ୍ନ ପଚାରି ନିଜ ମଧ୍ୟରେ ଥିବା ସନ୍ଦେହକୁ ଦୂର କରି ଥିଲେ. ତତ ପରେ ସିଆରଜି ରଶ୍ମିତା କୁମାରୀ ପ୍ରଧାନ ସାମଗ୍ରିକ ପ୍ରଗତି ପତ୍ରକୁ କିପରି ବିଦ୍ୟାଳୟ ସ୍ତରରେ ପୁରଣ କରାଯିବ ସେ ଉପରେ ଉଦାହରଣ ଦେଇ ବୁଝାଇ ଥିଲେ. ଏଥିରେ ଏନୟୁପିଏସ ଦକ୍ଷିଣପୁର ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଏ ପୁଷ୍ପ ଲତା, ବାଘ ଝରି ପ୍ରଧାନ ଶିକ୍ଷୟତ୍ରୀ ସରସ୍ବତୀ ଆଚାରୀ, ଆମ୍ବଗଡ଼ ପ୍ରଧାନ ଶିକ୍ଷୟତ୍ରୀ ସୁନିତା ସାହୁ, ବାଳକୃଷ୍ଣପୁର ପ୍ରଧାନ ଶିକ୍ଷୟତ୍ରୀ ଶଶୀରେଖା ମଳିକ, ଵିଭିନ୍ନ ପ୍ରଶ୍ନ ପଚାରି ଥିଲେ ଏବଂ ନିଜ ନିଜ ସନ୍ଦେହ ଦୂର କରି ଥିଲେ. ତତ ପରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞନ ଉପରେ ଆଲୋଚନା କରି ଦୁଇଟି ଦଳକରି ଗୋଟିଏ ଦଳକୁ ସଂଖ୍ୟାଜ୍ଞନ ଓ ଅନ୍ୟ ଦଳକୁ ସାକ୍ଷରତା ଉପରେ ପିରିୟଡ଼ ଅନୁଯାଇ ଶିକ୍ଷଣ କାର୍ଯ୍ୟ ପ୍ରସ୍ତୁତି କରି ଉପସ୍ଥାପନା କରିବାକୁ କୁହାଯାଇଥିଲା।

ସାକ୍ଷରତା ଦଳ ତରଫରୁ ଲାଞ୍ଜିଆ ଶିକ୍ଷୟତ୍ରୀ ରା଼ଞ୍ଜୁଲତ ପଟ୍ଟନାୟକ, ଅମ୍ବାଗଡ଼ ଶିକ୍ଷୟତ୍ରୀ ସୁମିତ୍ରା ମହାପାତ୍ର ଗୁଣ୍ଠବନ୍ଧ ଶିକ୍ଷୟତ୍ରୀଗୀତାଞ୍ଜଳି ବିଶୋଇ ଉପସ୍ଥାପନା କରିଥିଲେ ଏବଂ ସଂଖ୍ୟାଜ୍ଞାନକୁ ବଳକୃଷ୍ଣପୁର ଶିକ୍ଷକ ରାମମୋହନପତି, ପଦରବାଲି ଶିକ୍ଷୟତ୍ରୀ ବିନୋଦିନୀ ବେହେରା ବୁଦାଲୁଣ୍ଡି ପ୍ରଧାନ ଶିକ୍ଷୟତ୍ରୀ ମହାଲକ୍ଷ୍ମୀ କର ଓ ତଳକୁମ୍ଭ ଝରି ପ୍ରଧାନ ଶିକ୍ଷୟତ୍ରୀ ସୁଶ୍ରୀ ସଂଗୀତା ପାତ୍ର ଉପସ୍ଥାପନା କରି ଥିଲେ. ତତପରେ ଭେନୁ ବିଦ୍ୟାଳୟ ପରିଦର୍ଶନ କରାଯାଇଥିଲା ଓ ମଧ୍ୟାହ୍ନ ଭୋଜନ ବିରତି କରାଯାଇଥିଲା। ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ଦାୟିତ୍ୱ ବିଦ୍ୟାଳୟର ପାଚିକା ମାନେନେଇ ଅତିସୁନ୍ଦର ଭାବରେ ପ୍ରସ୍ତୁତ କରି ପରିବେଶଣ କରିଥିଲେ.ମଧ୍ୟାହ୍ନ ଭୋଜନ ପରେ ନ୍ୟସ୍ତକାର୍ଯ୍ୟର ଆଲୋଚନା, ଶିକ୍ଷଣ ସୋପାନ ଉପରେ ଆଲୋଚନା କରି, ଦୀକ୍ଷା ରେଜିଷ୍ଟ୍ରସନ ପ୍ରୋସେସ ଉପରେ ଆଲୋଚନା କରାଯାଇ ଶେଷରେ ସଂକ୍ଷେପଣ କରାଯାଇଥିଲା। ଭେନୁ ବିଦ୍ୟାଳୟ ସମସ୍ତ ଶିକ୍ଷୟତ୍ରୀ ତଥା ରୁନୁ ବରଡ, ରେଣୁ ଝରା ପୁଷ୍ପଶ୍ରୀ ଓ ସଂଗୀତା ମାହାନ୍ତି ମଞ୍ଚକୁ ସୂପରିଚାଳନା କରି ଥିଲେ। ଶେଷରେ ଗୁଣ୍ଠବନ୍ଧ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁଜାତା କୁମାରୀ ସାହୁ ଉପସ୍ଥିତ ସମସ୍ତ ଙ୍କୁ ଧନ୍ୟବାଦ ଦେଇ ବୈଠକକୁ ଶେଷ କରିଥିଲେ।

କୁକୁଡାଖଣ୍ଡି ବ୍ଲକ ଗୁଣ୍ଠବନ୍ଧ ଦକ୍ଷିଣପୁର କ୍ଲଷ୍ଟର ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ବ୍ଲକ ସ୍ତରୀୟ ଇଣ୍ଡୋର ସ୍ପୋର୍ଟ୍ସ ଉଦଯାପିତ

September 9, 2026

ବାଣପୁରରେ ସାକ୍ଷରତା ଦିବସ ଉପଲକ୍ଷେ ୩୫ ଜଣ ସମ୍ମାନିତ

September 9, 2026

ବାଣପୁର: ବ୍ଲକ୍ ସ୍ତରୀୟ ଚକ୍ଷୁ ଚିକିତ୍ସା ତାଲିମ୍ ଶିବିର ଉଦଯାପିତ

September 9, 2026

ସେଣ୍ଟ ଜାଭିୟର ହାଇସ୍କୁଲ ଦ୍ଵାରା ବାଣପୁର ଅଞ୍ଚଳର କୃତି ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା

September 7, 2026
Latest News

କୁକୁଡାଖଣ୍ଡି ବ୍ଲକରେ ତୃତୀୟ ମାସିକ କ୍ଲଷ୍ଟର ବୈଠକ

September 12, 2026

ସୋଆରେ ଓଡ଼ିଶାର ଖାଦ୍ୟ ଐତିହ୍ୟ ଓ ପରଂପରାକୁ ନେଇ କୁଇଜ ପ୍ରତିଯୋଗିତା ଆୟୋଜିତ

September 12, 2026

ସ୍କୁଲରେ ଭିନ୍ନକ୍ଷମ ଛାତ୍ରୀଙ୍କୁ ମାଡ଼! ଶିକ୍ଷୟତ୍ରୀଙ୍କ ନାଁରେ ଥାନାରେ ଅଭିଯୋଗ

September 12, 2026

ବିକାଶର ବାସ୍ତବ ଚିତ୍ର: ଗର୍ଭବତୀଙ୍କ ପାଇଁ ଆମ୍ବୁଲାନ୍ସ ନୁହେଁ, ଭରସା ଖଟିଆ

September 12, 2026

ଉଡ଼ାଣ ପୂର୍ବରୁ ଆଖି ବୁଜିଲେ ପାଇଲଟ: ଦିଲ୍ଲୀ ହୋଟେଲରୁ ମୃତଦେହ ଉଦ୍ଧାର

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.